Rajasthan Congress MLA Resign: କଂଗ୍ରେସକୁ ଆଉ ଏକ ଝଟକା। ରାଜସ୍ଥାନ(Rajasthan) ବାରାଂର କଂଗ୍ରେସ ବିଧାୟକ(Congress MLA) ପାନାଚାନ୍ଦ ମେଘଓ୍ବାଲ ବିଧାୟକ ପଦରୁ ଇସ୍ତଫା(Resign) ଦେଇଛନ୍ତି। ସେ କହିଛନ୍ତି ଯେ,  ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପ୍ରଦେଶରେ ଥିବା ଦଳିତ ଏବଂ ବଞ୍ଚିତଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନାହିଁ। ସେଥିପାଇଁ ସେ ବିଧାୟକ ପଦରୁ ଇସ୍ତଫା ପତ୍ର ଦେଇଥିବା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ବିଧାୟକ ପାନାଚାନ୍ଦ ମେଘଓ୍ବାଲ ମୁଖ୍ୟମନ୍ତୀ ଅଶୋକ ଗେହେଲତ(CM Ashok Gehlot)ଙ୍କୁ ପଠାଇଥିବା ପତ୍ରରେ ଲେଖିଛନ୍ତି, ଦେଶ ନିଜର ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବକୁ ସମ୍ପୂର୍ଣ୍ଣ ହର୍ଷୋଲ୍ଲାସର ସହିତ ପାଳନ କରୁଛି। ମୁଁ ପ୍ରଦେଶର ଜନସାଧାରଣଙ୍କୁ ଏହି ଅବସରରେ ଅନେକ ଶୁଭକାମନା ଜଣାଉଛି। କିନ୍ତୁ, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଦଳିତ ଏବଂ ପଛୁଆ ବର୍ଗର ଲୋକଙ୍କ ପାଇଁ ଯେପରି କୌଣସି ସ୍ବାଧୀନତା ନାହିଁ। ସେମାନେ ଉପରେ ପ୍ରତିଦିନ ଅତ୍ୟାଚାର ହେଉଛି, ଯାହା ମତେ ମର୍ମାହତ କରିଛି। ମୋ ସମାଜ ଆଜି ଯେଉଁପରି ନିର୍ଯାତନା ଭୋଗୁଛି ତାହା ମୁଁ ଶବ୍ଦରେ ପ୍ରକାଶ କରିପାରୁ ନାହିଁ।  


ପାନାଚାନ୍ଦ ମେଘଓ୍ବାଲ କହିଛନ୍ତି, ''ରାଜ୍ୟରେ ଦଳିତ ତଥା ବଞ୍ଚିତ ଲୋକଙ୍କ କଳସିରୁ ପାଣି ପିଇଲେ ଘୋଡା ଉପରେ ଚଢାଇବା ଓ ନିଶ ରଖିଥିଲେ ନାନାଦି ନିର୍ଯାତନା ଦିଆଯିବା ସହିତ ହତ୍ୟା ମଧ୍ୟ କରିଦିଆ ଯାଉଛି। ଦତନ୍ତ ନାଁରେ ଫାଇଲ ଗୁଡିକୁ ଏପଟ ସେପଟ କରି ଶେଷରେ ସେହି କେଶକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି। ହେଲେ ଦୋଷୀକୁ ଦଣ୍ଡ ନମିଳିବାରୁ ଏହି ପ୍ରଥା ଆହୁରି ଚେର ଲମ୍ବାଇବା ଆରମ୍ଭ କରିଛି। ଗତ କିଛି ବର୍ଷ ଧରି ଦଳିତଙ୍କ ଉପରେ ଅତ୍ୟାଚାର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏପରି ଲାଗିଛି ଯେ, ବାବା ସାହେବ ଭିମରାଓ ଆମ୍ବେଦକର ଭାରତୀୟ ସମ୍ବିଧାନରେ ଦଳିତ ତଥା ପଛୁଆ ବର୍ଗଙ୍କ ପାଇଁ ଯେଉଁ ସମାନତା ଅଧିକାରର ବ୍ୟବସ୍ଥା କରିଥିଲେ ତାହା ଏପ ପ୍ରହସନ ହୋଇ ରହିଯାଇଛି। ଆଜି ସେହି ସମ୍ବିଧାନରେ ବର୍ଣ୍ଣିତ ଅଧିକାରର ସୁରକ୍ଷା ପାଇଁ କେହି ନାହିଁ। ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରରେ ଏଫଆଇଆର ଲଗାଇ ଦିଆଯାଏ ସତ, ହେଲେ ତାହାର କୌଣସି ସୁଫଳ ମିଳେନାହିଁ। ଅନେକ ଥର ଏପରି ମାମଲା ମୁଁ ବିଧାନସଭାରେ ଉଠାଇବା ସତ୍ତ୍ବେ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।''



ସେ କହିଛନ୍ତି, "ଯେତେବେଳେ ଆମେ ଆମ ସମାଜର ଅଧିକାରର ସୁରକ୍ଷା ତଥା ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହଉ ସେତେବେଳେ ଆମର କୌଣସି ପଦବିରେ ରହିବାର ଅଧିକାର ନାହିଁ। ମୋର ଅନ୍ତର ଆତ୍ମାର ​​ଆଦେଶ ଅନୁଯାୟୀ, ବିଧାୟକ ପଦରୁ ଇସ୍ତଫା ଦେଉଛି। ମୋର ଇସ୍ତଫା ପତ୍ରକୁ ସ୍ବିକାର କରାଯାଉ। ଯାହା ଦ୍ବାରା ମୁଁ କୌଣସି ପଦବି ବିନା ସମାଜର ବଞ୍ଚିତ ତଥା ଶୋଷିତ ମାନଙ୍କର ସେବା କରିପାରିବି।'' ବିଧାୟକ ପାନାଚାନ୍ଦ ମେଘଓ୍ବାଲ ମୁଖ୍ୟମନ୍ତୀ ଅଶୋକ ଗେହେଲତ (CM Ashok Gehlot)ଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ରାଜସ୍ଥାନ କଂଗ୍ରେସରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି।