Rajasthan Political Crisis, ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ବିଜେପି ଆକ୍ଟିଭ୍ ହୋଇଯାଇଛି। ୯୦ରୁ ଊର୍ଦ୍ଧ୍ୱ ବିଧାୟକଙ୍କ ଇସ୍ତାଫା ପରେ ନୂଆ ସରକାରକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସିଏମ ଅଶୋକ ଗେହଲୋଟଙ୍କ ପରେ କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନଇ ଚର୍ଚ୍ଚା ଚାଲିଛି। କଂଗ୍ରେସରେ ବିଦ୍ରୋହର ସୁଯୋଗ ନେଇ ବିଜେପି ରାଜସ୍ଥାନ ହାତେଇ ନେବ ବୋଲି କୁହାଯାଉଛି। କିନ୍ତୁ ରାଜସ୍ଥାନର ରାଜନୈତିକ ସଙ୍କଟ ଭଳି ପରିସ୍ଥିତି ମଧ୍ୟରେ ବିଜେପି ନେତାମାନେ ରିଆକସନ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଜାତୀୟ କଂଗ୍ରେସର ନୂତନ ଅଧ୍ୟକ୍ଷ ହୋଇପାରନ୍ତି। ଯଦି ଏପରି ହୁଏ ତେବେ ତାଙ୍କର ଡବଲ ରୋଲ ଶେଷ ହୋଇଯିବ। କାରଣ ଗୋଟିଏ ବ୍ୟକ୍ତି-ଗୋଟିଏ ପଦବୀରେ ବିଶ୍ୱାସ କରେ। କିନ୍ତୁ ରାଜସ୍ଥାନର କଂଗ୍ରେସର ଅଧିକାଂଶ ବିଧାୟକମାନେ ଗେହଲୋଟଙ୍କୁ ଛାଡିବାକୁ ଚାହୁଁ ନାହାନ୍ତି ବା ସେମାନେ ଗେହଲୋଟଙ୍କ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ସେମାନେ ସଚିନ ପାଇଲଟଙ୍କୁ ବିରୋଧ କରି ୯୨ ଜଣ ବିଧାନସଭା ବାଚସ୍ପତିଙ୍କୁ ଗଣ ଇସ୍ତଫା ପତ୍ର ଦେଇଛନ୍ତି। ତେବେ ଏ ବିଷୟରେ ଜାଣିନଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି।


Also Read: Rajasthan Political Crisis: କଂଗ୍ରେସ ବିଧାୟକଙ୍କ ବିଦ୍ରୋହକୁ ନେଇ କାହିଁକି ଏମିତି କହିଲେ CM


ସେପଟେ କଂଗ୍ରେସ ବିଧାୟକଙ୍କ ବିଦ୍ରୋହକୁ ନେଇ ବିଜେପି ପ୍ରତିକ୍ରିୟା ଦେଇଛି। ବିଜେପିର କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ତାଙ୍କ ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅଶୋକ ଗେହଲଟ, ସଚିନ ପାଇଲଟ ଏବଂ ରାହୁଲ ଗାନ୍ଧୀ ଠିଆ ହୋଇଠନ୍ତି। ଗେହଲୋଟ ଓ ପାଇଲଟଙ୍କ ମଝିରେ କଂଗ୍ରେସ ସାଂସଦ ଠିଆ ହୋଇଥିବା ଦେଖିବାକୁ ମିଳିଛ। ଏହି ଫଟୋକୁ ରାହୁଲ ଗାନ୍ଧୀ ୪ ବର୍ଷ ପୂର୍ବେ ସେୟାର କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର "ଭାରତ ଯୋଡ ଯାତ୍ରା" ଚାଲିଛି, ତେଣୁ କେନ୍ଦ୍ରମନ୍ତ୍ରୀ କ୍ୟାପସନରେ ଲେଖିଛନ୍ତି, "ଦୟାକରି ଏମାନଙ୍କୁ ପ୍ରଥମେ ଯୋଡି ଦିଅନ୍ତୁ।" 


ସେହିପରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ, ଗଜେନ୍ଦ୍ର ସିଂ ଶେଖାୱତ ଟ୍ୱିଟ୍ କରି କହିଛନ୍ତି, "ଖୁଆଡରେ ରହୁଥିବା ସରକାର। ପୁଣି ଥରେ ଖୁଆଡରେ ଯିବାକୁ ପ୍ରସ୍ତୁତ ହେଉଛି।" ତେବେ କେନ୍ଦ୍ର ମନ୍ତ୍ରୀ ଏହାକୁ ରିସୋର୍ଟ ରାଜନୀତି ସହ ଯୋଡିଥିବା ଅନୁମାନ କରାଯାଉଛି। ଏବେ ବିଦ୍ରୋହି ବିଧାୟକମାନେ କୌଣସି ରିସୋର୍ଟକୁ ସ୍ଥାନାନ୍ତରେ ହେବେ କି ବୋଲି ପ୍ରଶ୍ନ ଉଠିଛି। ପ୍ରକୃତ କଂଗ୍ରେସ ବିଧାୟକଙ୍କ ଗଣ ଇସ୍ତଫା ଯୋଗୁଁ ରାଜସ୍ଥାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବାର ସମ୍ଭାବନା ଅଛି। ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରି ରାଜସ୍ଥାନରେ ବି ବିଜେପି ଶାସନକୁ ଆସିବ ବୋଲି ଚର୍ଚ୍ଚା ହେଉଛି।