Rajya Sabha Election 2022 : ହରିୟାଣାରେ କଂଗ୍ରେସ ଚିତ୍, କାର୍ତ୍ତିକେୟଙ୍କ ଠାରୁ ଅଧିକ ଭୋଟ ପାଇଁ ହାରିଲେ ଅଜୟ ମାକେନ୍?

ହରିୟାଣାର ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ଟୁଇଟ୍ କରି ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଚଣ୍ଡିଗଡ଼: ହରିୟାଣାର ଦୁଇଟି ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଶନିବାର ସକାଳରେ ଆସିଛି। ପ୍ରାୟ ଆଠ ଘଣ୍ଟା ବିଳମ୍ବରେ ମତ ଗଣନା ଆରମ୍ଭ ହୋଇଥିଲା। ବିଜେପି ପ୍ରାର୍ଥୀ କୃଷ୍ଣ ଲାଲ ପାନୱାର ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କୁ ବିଜେତା ଘୋଷିତ କରାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ୍ ୨୯ ଭୋଟ ପାଇବା ପରେ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି।
ହରିୟାଣାର ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ଟୁଇଟ୍ କରି ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, 'ହରିୟାଣାର ନୂତନ ନିର୍ବାଚିତ ରାଜ୍ୟସଭା ସାଂସଦ କୃଷ୍ଣ ଲାଲ ପାନୱାର ଏବଂ କାର୍ତ୍ତିକେୟ ଶର୍ମାଙ୍କ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ପ୍ରାର୍ଥୀଙ୍କ ସଫଳତା ହେଉଛି ଗଣତନ୍ତ୍ରର ବିଜୟ। ଆମର ମହାନ ଦେଶର ବିକାଶରେ ସେମାନଙ୍କର ନୂତନ ଦାୟିତ୍ୱ ପାଇଁ ମୋର ଶୁଭେଚ୍ଛା।'
Also Read: ରାଜ୍ୟସଭା ନିର୍ବାଚନରେ ଗେହଲୋଟଙ୍କ ମାଷ୍ଟରଷ୍ଟ୍ରୋକ; ୪ଟି ଆସନରୁ ୩ଟି ଜିତିଲା କଂଗ୍ରେସ
ଶୁକ୍ରବାର ଦିନ ହୋଇଥିବା ଭୋଟିଂରେ ବିଜେପି ପ୍ରାର୍ଥୀ ୩୧ ଭୋଟ, ସ୍ୱାଧୀନ ପ୍ରାର୍ଥୀ ୨୮ ଏବଂ କଂଗ୍ରେସ ପ୍ରାର୍ଥୀ ୨୯ ଭୋଟ ପାଇଛନ୍ତି। ତଥାପି, ଭୋଟର ଗଣିତ ଏପରି ହେଲା ଯେ, ୨୮ ଭୋଟ ପାଇଥିବା କାର୍ତ୍ତିକେୟଙ୍କୁ ବିଜେତା ଘୋଷିତ କରାଯାଇଥିଲା। ବାସ୍ତବରେ, ହରିୟାଣା ବିଧାନସଭାର ମୋଟ ୯୦ ସଦସ୍ୟ ମଧ୍ୟରୁ ଜଣେ ସ୍ୱାଧୀନ ବିଧାୟକ ଭୋଟ୍ ଦେଇ ନାହାଁନ୍ତି। ଅନ୍ୟ ଗୋଟିଏ ଭୋଟକୁ ଖାରଜ କରାଯାଇଛି। ଫଳରେ ହରିୟାଣାରେ ମୋଟ ୮୮ ଭୋଟ୍ ବୈଧ ରହିଥିଲା।
ହରିୟାଣାରେ ୮୮ ବୈଧ ଭୋଟରୁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୨୯.୩୪ ଭୋଟ ଆବଶ୍ୟକ ଥିଲା। ବିଜେପି ପ୍ରାର୍ଥୀ କୃଷ୍ଣ ଲାଲ ପାନୱାରଙ୍କୁ ୩୧ ଭୋଟ ମିଳିଥିଲା। କାର୍ତ୍ତିକେୟ ଦ୍ୱିତୀୟ ପସନ୍ଦ ପ୍ରାର୍ଥୀ ହୋଇଥିବାରୁ ତାଙ୍କର ୧.୬୬ ଭୋଟ୍ ବିଜେପି ସମର୍ଥିତ ସ୍ୱାଧିନ ପାର୍ଥୀ କାର୍ତ୍ତିକେୟ ଶର୍ମାଙ୍କ ନିକଟକୁ ଯାଇଥିଲା। ଏଭଳି ପରିସ୍ଥିତିରେ କାର୍ତ୍ତିକେୟଙ୍କୁ ୨୯.୬୬ ଭୋଟ୍ (୨୮+୧.୬୬) ମିଳିଥିଲା, ଯେଉଁଥିପାଇଁ ସେ ଜିତିଥିଲେ। ଆଉ ଅଜୟ ମାକେନ୍ ୨୯ ଭୋଟ ପାଇ ସୁଦ୍ଧା ହାରିଛନ୍ତି।
Also Read: ଦଶ ବର୍ଷର ରେକର୍ଡ ଭାଙ୍ଗିଲା ତୈଳ ଦର; ଜାଣନ୍ତୁ, ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ
ଉଭୟ କଂଗ୍ରେସ ଓ ବିଜେପି ଦଳର ବିଧାୟମାନେ ଭୋଟ୍ ଦେବାରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଫଳରେ ଶୁକ୍ରବାର ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ଭୋଟ୍ ଗଣିବା ଆରମ୍ଭ କରିଥିଲେ। ଏଥି ସହିତ, ଶନିବାର ସକାଳ ୩ଟା ୧୦ରେ ଫଳାଫଳ ଘୋଷଣା କରାଯାଇଥିଲା। ବିଜେପି ତଥା ସ୍ୱାଧୀନ ପ୍ରାର୍ଥୀମାନେ କଂଗ୍ରେସ ବିଧାୟକ କିରଣ ଚୌଧରୀ ଏବଂ ବିବି ବଟ୍ରାଙ୍କୁ ନିଜର ବାଲାଟ ପେପର ଦେଖାଇଥିବା ଅଭିଯୋଗ ହୋଇଛି। ସେପଟେ କଂଗ୍ରେସ, ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛି।