ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) କେନ୍ଦ୍ର ସରକାର (Central Govt) ଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ୪ ଜଣ ଲୋକ ଏହି ଦେଶର ସରକାର ଚଳାନ୍ତି ଏବଂ ଯାହା ଘଟୁଛି ଏହି ଚାରି ଜଣଙ୍କ ପାଇଁ ଘଟୁଛି । ସେପଟେ କଂଗ୍ରେସ ସାଂସଦ (Congress MP) ଙ୍କ ଏହି ବୟାନକୁ କୃଷକ ନେତା ରାକେଶ ଟିକାୟତ (Rakesh Tikait) ସମର୍ଥନ କରିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ହଁ…ଏହା ହିଁ ଲାଗୁଛି ଯେ କେବଳ ଚାରିଜଣ ଜଣ ଅଛନ୍ତି । ବିରୋଧୀଙ୍କୁ ସଂସଦରେ କୃଷକ ପ୍ରସଙ୍ଗ ଉପରେ ବିତର୍କ କରିବା ଉଚିତ୍ । କୃଷକମାନଙ୍କ ପାଇଁ କେନ୍ଦ୍ର ଏକ ଆଇନ ପ୍ରସ୍ତୁତ କରିଛି, ଯାହାକୁ ସେମାନେ ଗ୍ରହଣ କରୁନାହିଁ, ତେବେ ସରକାର ଏହାକୁ ଫେରାଇ ନେବା ଉଚିତ୍ । ସେ କହିଛନ୍ତି ଯେ କୃଷି ଆଇନ ବିରୁଦ୍ଧରେ କୃଷକ (Farmers) ରାସ୍ତାରେ ଓହ୍ଲାଇଛନ୍ତି, ସରକାରଙ୍କ ଏପରି କ'ଣ ଅସୁବିଧା ରହିଛି ଯେ ଆଇନ ପ୍ରତ୍ୟାହାର କରୁନାହିଁ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଦିନେ ବିଜେପିକୁ କରୁଥିଲେ ସାହାଯ୍ୟ, ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛନ୍ତି ଏହି କୃଷକ ନେତା!


କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Smriti Irani) ଙ୍କ ଭାଷଣ ଉପରେ କୃଷକ ନେତା ଟିକାୟତ (Rakesh Tikait) ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସ୍ମୃତି ଇରାନୀ ଖାଲି ଅଛନ୍ତି ଏବଂ ତାଙ୍କୁ ମଧ୍ୟ କିଛି ନା କିଛି କହିବାର ଅଛି । ସେଥିପାଇଁ କହିବା ପାଇଁ କହିବାକୁ ପଡ଼ିବ । ଯେଉଁ ମହାରାଷ୍ଟ୍ରରୁ ଇରାନୀ ଆସନ୍ତି, ସେଠାକାର ଅବସ୍ଥା  ମଧ୍ୟ ଖରାପ ରହିଛି । ସେ ସେଠାକାର ଚାଷୀଙ୍କ ପାଇଁ ମଧ୍ୟ ନୀତି ପ୍ରସ୍ତୁତ କରିବା ଉଚିତ୍ । ମହାରାଷ୍ଟ୍ରର ଫଳ ଚାଷୀଙ୍କ ପାଇଁ ସରକାରୀ ନୀତି ପ୍ରସ୍ତୁତ କରନ୍ତୁ । ଇରାନୀଙ୍କୁ ସେଠାରେ ଧ୍ୟାନ ଦେବା ଆବଶ୍ୟକ ଯେଉଁଠାରେ ତାଙ୍କର ଘର ରହିଛି ।


ଅଧିକ ପଢ଼ନ୍ତୁ:-ବାପା-ମା'ଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ କଟିଲା ୩୦ ପ୍ରତିଶତ ଦରମା, ପ୍ୟାରେଣ୍ଟସଙ୍କ ଆକାଉଣ୍ଟକୁ ହେବ ଟ୍ରାନ୍ସଫର


ସୂଚନାଯୋଗ୍ୟ, କେନ୍ଦ୍ରର ନୂତନ କୃଷି ଆଇନ ବିରୁଦ୍ଧରେ କୃଷକ ଆନ୍ଦୋଳନ (Farmers Protest) ର ପୃଷ୍ଠଭୂମିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ସିଧା ଟାର୍ଗେଟ କରି କହିଛନ୍ତି ଯେ ସେ ନିଜ ସାଙ୍ଗମାନଙ୍କ ପାଇଁ ରାସ୍ତା ସଫା କରିବାକୁ ଚାହୁଁଛନ୍ତି । ଏହି ଆଇନ କେବଳ କୃଷକଙ୍କ ବିଷୟ ନୁହେଁ ବରଂ ଗରିବ, ଶ୍ରମିକ ଏବଂ ଦେଶର ୪୦ ପ୍ରତିଶତ ଲୋକଙ୍କ ପ୍ରସଙ୍ଗ ଏବଂ କଂଗ୍ରେସ ଦଳ ଏହାକୁ ରଦ୍ଦ କରି ହିଁ ମାନିବ । ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ କୃଷକଙ୍କ ସ୍ୱାର୍ଥରେ ଏହି ଆଇନ କରିଛନ୍ତି, ଏଭଳି ପରିସ୍ଥିତିରେ ସାରା ଦେଶରେ କୃଷକମାନେ ଅସନ୍ତୁଷ୍ଟ କାହିଁକି? ଲକ୍ଷ ଲକ୍ଷ କୃଷକ କାହିଁକି ମାସ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି?