ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ କଂଗ୍ରେସ ଅନ୍ତଃରୀଣ ଅଧ୍ୟକ୍ଷାଙ୍କୁ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବିଦ୍ରୋହୀ G-23 ଗୋଷ୍ଠୀରେ ସାମିଲ ଥିବା ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଉଭୟଙ୍ ମଧ୍ୟରେ ପ୍ରାୟ ୭୫ ମିନିଟ୍ ପର୍ଯ୍ୟନ୍ତ ସାକ୍ଷାତକାର ହୋଇଥିଲା। ଏହି ବୈଠକ ପରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସୋନିଆ ଗାନ୍ଧୀ ଦଳର ସଭାପତି ପଦରେ ପୂର୍ବ ଭଳି ରହିବେ।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଏହି ସାକ୍ଷାତକାର ସକରାତ୍ମକ ରହିଛି। ତାଙ୍କୁ ଅନେକ ପରାମର୍ଶ ଦିଆଯାଇଛି। ଏହି ବୈଠକ ଏକ ନିତିଦିନିଆ ବୈଠକ। ଏହା ଗଣମାଧ୍ୟମ ପାଇଁ ଖବର ହୋଇପାରେ। ହେଲେ ଆମେ ଦଳର ଅଧ୍ୟକ୍ଷାଙ୍କୁ ଭେଟିବା ଜାରି ରଖିଛୁ। ଦଳକୁ ମଜବୁତ କରିବା ପାଇଁ ଆମେ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି। ଏହି ବୈଠକ ସରିବା ପରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସୋନିଆ ଗାନ୍ଧୀ ଦଳୀୟ ସଭାପତି ପଦ ପୂର୍ବ ଭଳି ବଜାୟ ରଖିବେ।


ଏହା ମଧ୍ୟ କୁହାଯାଉଛି ବିଦ୍ରୋହୀ G-23 ଗୋଷ୍ଠୀରେ ସାମିଲ ଥିବା ଦଳର ବରିଷ୍ଠ ନେତାଙ୍କୁ ମନାଇବା କଂଗ୍ରେସ ପକ୍ଷରୁ ପ୍ରୟାସ ଜାରି ରହିଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଥିଲେ ଦଳର ବିଦ୍ରୋହୀ ଗୋଷ୍ଠୀର ନେତା। ବର୍ତ୍ତମାନ କଂଗ୍ରେସ ୨ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ଗାନ୍ଧୀ ପରିବାର ବିଶ୍ୱସ୍ତ ଭାବେ ଉଭା ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀ ଦଳର ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ସମୟରେ ସ୍ୱର ଉଠାଇ ଚର୍ଚ୍ଚାର ପରିସରକୁ ଆସିଛି। 


Also Read: ଦଳୀୟ ପରାଜୟ ପରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଲା G23 ଗୋଷ୍ଠୀ?


ଦଳୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇଉଠିଥିବା କଂଗ୍ରେସ ନେତା G-23 ଗୋଷ୍ଠୀ ସହ ଜଡିତ ଅଛନ୍ତି। ଏହି ଗୋଷ୍ଠୀରେ ଗୁଲାମ ନବୀ ଆଜାଦ ଏବଂ କପିଲ ଶିବଲଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଅଛନ୍ତି। ବୁଧବାର ଦିଲ୍ଲୀରେ ଏହି ନେତାଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ କଂଗ୍ରେସ ସମାନ ବିଚାରଧାରା ରଖୁଥିବା ଦଳଙ୍କୁ ଏକାଠି କରିବା ଆବଶ୍ୟକ ଯାହା ଦ୍ୱାରା ୨୦୨୪ ଲୋକସଭା ନିର୍ବାଚନରେ ​​ଲୋକଙ୍କ ସାମ୍ନାରେ ଏକ ଦୃଢ ବିକଳ୍ପ ଉପଲବ୍ଧ ହୋଇପାରିବ।


G-23 ଗୋଷ୍ଠୀ ବିରୋଧରେ ଏବେ ସ୍ୱର ଉତ୍ତୋଳନ କରିବାରେ ଲାଗିଛନ୍ତି ଗାନ୍ଧୀ ପରିବାର ବିଶ୍ୱସ୍ତ। ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ G-23 ଗୋଷ୍ଠୀର ନେତା କପିଲ ଶିବଲଙ୍କୁ ଦଳର ବାହର କରିବାକୁ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ଶିବଲଙ୍କୁ ଦଳରୁ ବାହାର କରାଯିବା ଆବଶ୍ୟକ ଏବଂ ବର୍ତ୍ତମାନ ସେ ନିଜର ଦଳ ଗଠନ କରିବା ଉଚିତ। କୌଣସି ପରିସ୍ଥିତିରେ ଅନୁଶାସନହୀନତାକୁ ବରଦାସ୍ତ କରାଯିବ ନାହିଁ। ମୁଁ ଭାବୁଛି କଂଗ୍ରେସ ଦୁର୍ବଳ ହେବାର ସବୁଠାରୁ ବଡ କାରଣ ହେଉଛି ସହନଶୀଳତା।


Also Read: କଂଗ୍ରେସ ଲାଗି ଚିନ୍ତା ବଢାଇଲେ G23 ଗୋଷ୍ଠୀର ନେତା; ବୈଠକ କରି ରଖିଲେ ଏହି ବୟାନ


ଟିଏସ ସିଂହଦେଓ ପ୍ରଥମ ନେତା ନୁହଁନ୍ତି ଯିଏ କପିଲ ଶିବଲଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ପୂର୍ବରୁ ସଲମାନ ଖୁର୍ସିଦ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ଶିବଲଙ୍କୁ ଟାର୍ଗେଟ କରି ସାରିଛନ୍ତି। କାରଣ କପିଲ ଶିବଲ ଖୋଲାଖୋଲି ଭାବେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ ଆସିଥିଲେ।