ଜୟପୁର: Rajasthan Politics: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ (Congress President Elections 2022) ପାଖେଇ ଆସୁଛି । ଏହାସହ ଜାତୀୟ ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ରାଜସ୍ଥାନ ପର୍ଯ୍ୟନ୍ତ ରାଜନୈତିକ ପାରା ବଢ଼ି ବଢ଼ି ଚାଲିଛି । ଏଭଳି ପରିସ୍ଥିତିରେ ରାଜସ୍ଥାନ ରାଜନୀତି (Rajasthan Politics) ରେ ପରିବର୍ତ୍ତନର ସଙ୍କେତ ମିଳୁଛି । କୁହାଯାଉଛି ଯେ ଯଦି ରାହୁଲ ଗାନ୍ଧୀ (Rahul Gandhi) କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାଜି ହୁଅନ୍ତି ନାହିଁ, ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM) ଅଶୋକ ଗେହଲୋଟ୍ (Ashok Gehlot) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇପାରନ୍ତି । କଂଗ୍ରେସରେ ପରିବର୍ତ୍ତିତ ସମୀକରଣକୁ ଧ୍ୟାନରେ ରଖି ସିଏମ ଗେହଲୋଟ୍ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ଦାବି ମଧ୍ୟ ରଖିପାରନ୍ତି ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି ଯେ ଯଦି ଗେହଲୋଟ୍ କେନ୍ଦ୍ରୀୟ ନେତୃତ୍ୱର ଦାୟିତ୍ୱ ନିର୍ବାହ କରନ୍ତି, ତେବେ ସେ ତାଙ୍କ ସ୍ଥାନରେ ରାଜସ୍ଥାନ ବିଧାନସଭା ବାଚସ୍ପତି (Rajasthan Assembly Speaker) ସିପି ଯୋଶୀ (CP Joshi) ଙ୍କୁ ପ୍ରମୋଟ କରିବେ ।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗାଦିରେ ହେବାକୁ ପରିବର୍ତ୍ତନ ପୂର୍ବରୁ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ପରିବର୍ତ୍ତନର ହାୱାକୁ ଦୃଷ୍ଟିରେ ରଖି ପାଇଲଟ୍ କ୍ୟାମ୍ପ ମଧ୍ୟ ସକ୍ରିୟ ଥିବା ଦେଖାଯାଏ । ପାଇଲଟ୍ କ୍ୟାମ୍ପ ତରଫରୁ ମଧ୍ୟ ବୟାନବାଜୀ ଦେବା ଜାରି ରହିଛି । ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଯେହେତୁ ସିଏମ୍ ଗେହଲୋଟ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ତାଙ୍କ ସ୍ଥାନରେ ଏପରି ନାମ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ହାଇ କମାଣ୍ଡର ବିଶ୍ୱାସଯୋଗ୍ୟ ହେବା ସହିତ ବିବାଦୀୟ ହେବେ ନାହିଁ । ସିପି ଯୋଶୀ ଅଭିଜ୍ଞ ହେବା ସହ ଦଳରେ ଏକ ଭିନ୍ନ ପରିଚୟ ରଖିଥାଏ ।


ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ସିପି ଯୋଶୀଙ୍କୁ ନେଇ ଗେହଲୋଟ ନିଷ୍ପତ୍ତି ନେଇସାରିଛନ୍ତି । ତାଙ୍କ ନାମ ମଧ୍ୟ ଅନେକ ଥର ଚର୍ଚ୍ଚାରେ ଆସିଛି । କିନ୍ତୁ ବର୍ତ୍ତମାନ ଏହି ଚର୍ଚ୍ଚାରେ ବଳ ମିଳୁଛି । ଯୋଧପୁରରେ ଉଭୟ ସିଏମ୍ ଗେହଲୋଟ ଓ ସିପି ଯୋଶୀ ଉପସ୍ଥିତ ଅଛନ୍ତି । ବଡ଼ କଥା ହେଉଛି ଯୋଶୀ ତାଙ୍କ ସହ ସିଏମ ଗେହଲୋଟର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅଛନ୍ତି । ଏଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୋଶୀ କହିଛନ୍ତି ଯେ, ଭୈବଭ ଗେହଲୋଟଙ୍କ ଆମନ୍ତ୍ରଣ କ୍ରମେ ସେ ବରକୁତୁଲ୍ଲା ଖାନ ଷ୍ଟାଡିୟମର ଉନ୍ମୋଚନ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି । ଯେହେତୁ ମୁଖ୍ୟମନ୍ତ୍ରୀ ଯୋଧପୁରରେ ଅଛନ୍ତି, ତେଣୁ ମୁଁ ତାଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ଯୋଶୀଙ୍କ ଏହି ବକ୍ତବ୍ୟ ମଧ୍ୟ ଭବିଷ୍ୟତର ସଙ୍କେତ ଭାବରେ ଦେଖାଯାଉଛି ।


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର କଲେ ଏହି ବଡ଼ ଘୋଷଣା


ଅଧିକ ପଢ଼ନ୍ତୁ:-ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, ହୋଇପାରେ ଅନେକ ବଡ଼ ରୋଗର କାରଣ


ଅଧିକ ପଢ଼ନ୍ତୁ:-କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ରୁ ରାହୁଲ ଗାନ୍ଧୀଙ୍କ ବଢ଼ିଛି ଲୋକପ୍ରିୟତା? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା


 


ରାଜନୈତିକ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ସିଏମ୍ ଗେହଲୋଟ ସିପି ଯୋଶୀଙ୍କ ନାମକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗକୁ ରଖିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ରାଜସ୍ଥାନ ରାଜନୀତିରେ ଭୈବଭ ଗେହଲୋଟ୍ ମଜବୁତ ହୋଇପାରିବେ । ସିପି ଯୋଶୀଙ୍କୁ ମଧ୍ୟ ଭୈବଭ ଗେହଲୋଟଙ୍କ ରାଜନୈତିକ ଗୁରୁ ଭାବରେ ଦେଖାଯାଏ । ତାଙ୍କୁ ଆରସିଏ ଅଧ୍ୟକ୍ଷ ପଦ ପାଇବାରେ ଯୋଶୀ ବହୁତ ସହଯୋଗ କରିଥିବା କୁହାଯାଉଛି । ଯୋଶୀଙ୍କ ମାଧ୍ୟମରେ ହିଁ ଗେହଲୋଟ୍ ଭୈବଭଙ୍କ ରାଜନୈତିକ ଭବିଷ୍ୟତ ଦେଖୁଛନ୍ତି ।