Lok Sabha Election 2024: ଲକ୍ଷ୍ନୌ ଆସନରୁ ଚର୍ଚ୍ଚିତ ନେତାଙ୍କୁ ଟିକେଟ ଦେଲା ସମାଜବାଦୀ ପାର୍ଟି
Lucknow Lok Sabha Seat: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଲକ୍ଷ୍ନୌ ଆସନରୁ ଦଳୀୟ ବିଧାୟକ ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି।
Samajwadi Party Leader Ravidas Mehrotra: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲାଣି ସମାଜବାଦୀ ପାର୍ଟି। ଏହି କ୍ରମରେ ଗତକାଲି ଦଳ ପକ୍ଷରୁ ଜାରି ହୋଇଥିଲା ପ୍ରଥମ ପ୍ରାର୍ଥୀ ତାଲିକା। ଏଥର ଲକ୍ଷ୍ନୌ ଆସନରୁ ଦଳର ଚର୍ଚ୍ଚିତ ନେତା ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି। ଯିଏ ଉତ୍ତର ପ୍ରଦେଶ ବିଧାନସଭାକୁ ଲକ୍ଷ୍ନୌ କେନ୍ଦ୍ରୀୟ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଦଳୀୟ ବିଧାୟକ ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରି ବିଜେପି ଗଡ଼଼ କୁହାଯାଉଥିବା ଲକ୍ଷ୍ନୌ ଆସନ ଦଖଲ କରିବାକୁ ଯୋଜନା କରିଛନ୍ତି ସମାଜବାଦୀ ପାର୍ଟି ଅଖିଲେଶ ଯାଦବ।
ସମାଜବାଦୀ ପାର୍ଟି ବିଧାୟକ ରବିଦାସ ମେହେରୋତ୍ରା ଲକ୍ଷ୍ନୌ କେନ୍ଦ୍ରୀୟ ଆସନରୁ ୩ ଥର ବିଧାୟକ ନିର୍ବାଚିତ ହୋଇ ସାରିଛନ୍ତି। ସର୍ବପ୍ରଥମେ ୧୯୮୯ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଲକ୍ଷ୍ନୌ କେନ୍ଦ୍ରୀୟ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୧୨ ନିର୍ବାଚନରେ ଦ୍ୱିତୀୟ ଥର ଏବଂ ୨୦୨୨ ବିଧାନସଭା ନିର୍ବାଚନରେ ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ନିର୍ବାଚନ ଲଢି ବିଧାୟକ ହୋଇଥିଲେ। ଅଖିଲେଶ ଯାଦବଙ୍କ ନେତୃତ୍ୱରେ ଗଠିତ ସମାଜବାଦୀ ସରକାର (୨୦୧୨-୧୭) ଅମଳରେ ରବିଦାସ ମେହେରୋତ୍ରା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ରବିଦାସ ମେହରୋତ୍ରା ୨୦୨୪ ଲୋକସଭା ନିର୍ବାଚନରେ ଲକ୍ଷ୍ନୌ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଗତକାଲି ତାଙ୍କ ଟିକେଟ ଦଳ ପକ୍ଷରୁ ଫାଇନାଲ ହୋଇଥିଲା। ସମାଜବାଦୀ ପାର୍ଟି ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଅଖିଳେଶ ଯାଦବ କହିଥିଲେ ୨୦୨୪ ଲୋକସଭା ନିର୍ବାଚନରେ ଲକ୍ଷ୍ନୌ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପଛରେ ରହିଥିବା କାରଣ ହେଉଛି ସମାଜବାଦୀ ସରକାର ଅମଳରେ ରାଜଧାନୀ ଲକ୍ଷ୍ନୌ ଠାରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ। ଅଖିଳେଶ ଯାଦବ କହିଥିଲେ ଯେ ଲକ୍ଷ୍ନୌ ମେଟ୍ରୋ, ଜୟ ପ୍ରକାଶ ନାରାୟଣ କେନ୍ଦ୍ର, ଲକ୍ଷ୍ନୌ ଡାକ୍ତରଖାନା, ଲକ୍ଷ୍ନୌ ପାର୍କ ସବୁକିଛି ସମାଜବାଦୀ ସରକାର କାର୍ଯ୍ୟକାଳରେ ହୋଇଛି। ବିରୋଧି ଇଣ୍ଡିଆ ମେଣ୍ଟ ପକ୍ଷରୁ ସମାଜବାଦୀ ପାର୍ଟି ୨୦୨୪ ଲୋକସଭା ନିର୍ବାଚନରେ ଲକ୍ଷ୍ନୌ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନିର୍ବାଚନ ଲଢିବେ।
୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ କ'ଣ କହିଲେ ରବିଦାସ ମେହରୋତ୍ରା?
ସମାଜବାଦୀ ପାର୍ଟି ବିଧାୟକ ରବିଦାସ ମେହେରୋତ୍ରା ବିଭିନ୍ନ ପ୍ରକାରର ଆନ୍ଦୋଳନ ସହ ଜଡ଼ିତ। ସାମାଜିକ ପ୍ରସଙ୍ଗରେ ହୋଇଥିବା ଆନ୍ଦୋଳନରେ ଅଂଶଗ୍ରହଣ କରି ରବିଦାସ ମେହରୋତ୍ରା ସର୍ବାଧିକ ଥର ଜେଲ ଯିବାରେ ରେକର୍ଡ କରିଛନ୍ତି। ସମାଜବାଦୀ ପାର୍ଟି ନେତା ଜଣଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫୧ ଥର ଜେଲ ଯାଇ ସାରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ ରାଜ୍ୟରେ ସମାଜବାଦୀ ସରକାର ଅମଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ ଦଳାୟ ବିଧାୟକ ରବିଦାସ ମେହରୋତ୍ରା।
ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ପାଇଁ ୨୦୨୪ ଲୋକସଭା ନିର୍ବାଚନରେ ଲକ୍ଷ୍ନୌ ଆସନରେ ଦଳର ବିଜୟ ବାନା ଉଡ଼ାଇବା ସହଜ ନୁହେଁ। ଉତ୍ତର ପ୍ରଦେଶ ରାଜନୀତିରେ ଲକ୍ଷ୍ନୌ ଲୋକସଭା ଆସନ ବିଜେପି ଗଡ଼ ଭାବେ ଜଣାଶୁଣା। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ ଲକ୍ଷ୍ନୌ ଆସନରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ବିଭିନ୍ନ ଲୋକସଭା ନିର୍ବାଚନରେ ଦଳର ପୁରୁଖା ନେତାଙ୍କୁ ପ୍ରାର୍ଥୀ କରିଆସିଛି ବିଜେପି। ସହରାଞ୍ଚଳ ଲୋକସଭା ଆସନ ହୋଇଥିବାରୁ ବହୁ ସଂଖ୍ୟାରେ ପାରମ୍ପାରିକ ବିଜେପି ଭୋଟର ଅଛନ୍ତି। ଯେଉଁ କାରଣରୁ ବିଜେପି ଗଡ଼ କୁହାଯାଉଥିବା ଲକ୍ଷ୍ନୌ ଆସନ ଦଖଲ କରିବା ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଲାଗି ସହଜ ହେବ ନାହିଁ।