Azam Khan on Akhilesh Yadav: ସହଯୋଗୀଙ୍କ ପରେ ଏବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଲାଗି ସମସ୍ୟା ବଢାଇ ଦେଇଛନ୍ତି ତାଙ୍କ ଦଳର ନେତା। ପ୍ରଥମେ ସୁହଲଦେବ ଭାରତୀୟ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭରଙ୍କ ପରେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଇସାରା ଇସାରରେ ଅଖିଲେଶ ଯାଦବଙ୍କୁ କଟାକ୍ଷ କରିଛନ୍ତି। ଅଖିଳେଶ ଯାଦବଙ୍କୁ ଏସି ରୁମ ଛାଡିବାକୁ ପରାମର୍ଶ ଦେଇ ଚର୍ଚ୍ଚାକୁ ଆସିଥିଲେ ଓମ ପ୍ରକାଶ ରାଜଭର। ତାଙ୍କ ଏହି ବିବୃତ୍ତି ପ୍ରସଙ୍ଗରେ ଆଜମ ଖାନ ଇସାରା ଇସାରରେ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିବା ଭଳି କହିଛନ୍ତି ଯେ ସେ ତାଙ୍କୁ  କେବେ ଖରାରେ ଠିଆ ହୋଇଥିବାର ଦେଖି ନାହାଁନ୍ତି। ଯେଉଁ ଦିନ ସେ ତାଙ୍କୁ ଖରାରେ ଛିଡା଼ ହୋଇଥିବାର ଦେଖିବାକୁ ପାଇବେ ତାହେଲେ ସେ ତାଙ୍କୁ ନିଶ୍ଚିତ ଭାବେ ପରାମର୍ଶ ଦେବେ।


COMMERCIAL BREAK
SCROLL TO CONTINUE READING

ଅଖିଲେଶ ଯାଦବଙ୍କ (Akhilesh Yadav) ବାବଦରେ ଆଜମ ଖାନ (Azam Khan) ରଖିଥିବା ଏହି ବିବୃତ୍ତି ସାାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟିରେ (Samajwadi Party) ସବୁକିଛି ଠିକ୍ ଠାକ ଚାଲୁନଥିବା ବିଶ୍ୱାସ କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରୟାଗରାଜ ଠାରେ ପହଞ୍ଚିଥିଲେ ଆଜାମ ଖାନ। ଏହି ଅବସରରେ ସେ ତାଙ୍କର ଅନେକ ଘନିଷ୍ଠ ନେତାଙ୍କୁ ଭେଟିଥିଲେ।


ପ୍ରୟାଗରାଜ ଠାରେ ପହଞ୍ଚିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବର୍ତ୍ତମାନର ଉତ୍ତର ପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି ସରକାର ଅମଳରେ ମୋତେ କୁକୁଡା ଚୋର, ମଇଁଷି ଚୋର, ଛେଳି ଚୋର, ବହି ଚୋର, ଆସବାବପତ୍ର ଚୋର ଭାବେ ଦର୍ଶାଯାଇଛି। ମୁଁ ୧୦ ଥର ବିଧାୟକ, ୨ ଥର ସାଂସଦ, ୪ ଥର ମନ୍ତ୍ରୀ ଏବଂ ଥରେ ବିରୋଧି ଦଳ ନେତା ଭାବେ କାମ କରିଛି।


ଆଜାମ ଖାନ ଆହୁରି ମଧ୍ୟ କହିଛନ୍ତି ମୋର ସହକାରୀ ପ୍ରଫେସର ପତ୍ନୀ, ୨ ଥର ବିଧାୟକ ତଥା ଗଲଗୋଟିୟା ବିଶ୍ୱବିଦ୍ୟାଳୟରେ M.Tech କରିଥିବା ପୁଅ ଆମେ ଏହି ୩ ଜଣ ମିଶି ଏକ ମଦ ଦୋକାନକୁ ଲୁଟ୍ କରିଛୁ। ୧ ଲକ୍ଷ ୬୯ ହଜାର ଟଙ୍କା ଲୁଟ ହୋଇଛି। ଏହା ହେଉଛି ଏହି ବ୍ୟବସ୍ଥାର ସ୍ଥିତି। ନ୍ୟାୟ ପାଇଁ ଆମେ ପ୍ରୟାଗରାଜ ଆସିଛୁ। ପ୍ରୟାଗରାଜ ସହର ହେଉଛି ନ୍ୟାୟର ଏକ ଜିଲ୍ଲା। ଏଠାରୁ ନ୍ୟାୟ ବଣ୍ଟା ଯାଇଥାଏ। 


Also Read: Uttar Pradesh Politics: ଅଖିଲେଶ ଯାଦବଙ୍କୁ ଘେରିବେ ଓମ ପ୍ରକାର ରାଜଭର