Samajwadi Party MP: ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ। ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସାଂସଦ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗୁଲାବ ଦେବୀଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ଶିକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନଙ୍କ ଅବତାର ବୋଲି ବର୍ଣ୍ଣନା କରିଥିବାର ଅଭିଯୋଗ କରିଛନ୍ତି ସାଂସଦ ବର୍କ। ଏପରି ବୟାନ ଦେଇ ବିଜେପି ସରକାରଙ୍କ ମନ୍ତ୍ରୀ ତାଙ୍କ ଦଳରେ ନିଜର ଗୁରୁତ୍ୱ ତଥା ସ୍ଥିତିକୁ ବଢାଇବାକୁ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ସମ୍ଭଲ ସାଂସଦ। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ (Uttar Pradesh Secondary Minister Education) ଗୁଲାବ ଦେବୀ (Gulabo Devi) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଭଗବାନଙ୍କ ଅବତାର (Bhagwan Ka Awtar) ବୋଲି ବର୍ଣ୍ଣନା କରିବା ଉପରେ ଜବାବ ରଖିଛନ୍ତି ସମାଜବାଦୀ ପାର୍ଟି ସାଂସଦ (Samajwadi Party MP)। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଶଫିକୁର୍ର ରେହମାନ ବର୍କ (Shafiqur Rahman Burk) କହିଛନ୍ତି, ମନ୍ତ୍ରୀ ଇସ୍ତଫା ଦେଇଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ଆରମ୍ଭ କରନ୍ତୁ। ଦଳରେ ନିଜର ସ୍ଥିତି ବଢାଇବା ମନ୍ତ୍ରୀ ଏଭଳି ବୟାନ ବାଜି କରୁଥିବା କହିଛନ୍ତି ସମ୍ଭଲ ଲୋକସଭା ଆସନର ସାଂସଦ। 


Also Read: Shafiqur Rahman Barq: 'ପିଏଫଆଇ ହେଉଛି ଦେଶପ୍ରେମୀ ସଙ୍ଗଠନ, ମୁସଲମାନଙ୍କୁ ଭୟଭୀତ କରିବା ପାଇଁ ଲଗାଯାଇଛି ବ୍ୟାନ'


ବୁଧବାର ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ସମ୍ଭଲ ଠାରେ କହିଥିଲେ ଯେ,"ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଭଗବାନଙ୍କ ଅବତାର। ମୋଦି ଜୀ ଏକ ଅବତାର ରୂପରେ ଅସିଛନ୍ତି। ସେ ଜଣେ ଅସାଧାରଣ ପ୍ରତିଭା ଅଟନ୍ତି। ତାଙ୍କ ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଯଦି ସେ ଚାହାଁନ୍ତି, ଯେପର୍ଯ୍ୟନ୍ତ ତାଙ୍କର ଜୀବନ ଅଛି, ସେ ପର୍ଯ୍ୟନ୍ତ ମୋଦି ଜୀ ଦେଶରେ ପ୍ରଧାନମନ୍ତ୍ରୀ ରହିପାରିବେ।" 


ଭାରତୀୟ ମୁଦ୍ରା ନୋଟ ଉପରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫଟୋ ରଖିବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal)। ଏହା ଉପରେ ଜବାବ ରଖି ସମ୍ଭଲ ସାଂସଦ କହିଛନ୍ତି ନୋଟ ଉପରେ ଭଗବାନଙ୍କ ଫଟୋ ଛାପିବା ଏକ ରାଜନୈତିକ ପଦକ୍ଷେପ ହେବ।


ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ ନିଜର ବିବାଦୀୟ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାନ୍ତି। ବ୍ରିଟେନର ସମ୍ପ୍ରତି ରାଜନୈତିକ ଘଟଣାକ୍ରମ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ମୁଁ କଂଗ୍ରେସ ନେତାଙ୍କ କଥାକୁ ସମର୍ଥନ କରୁଛନ୍ତି। ଯାହା ସମ୍ପ୍ରଦାୟ ପାଇଁ ଜରୁରୀ। ଭାରତରେ ମଧ୍ୟ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ। ଏଥିରେ କିଛି ଭୁଲ୍ ନାହିଁ।


Also Read: NIA ED Raid: ପିଏଫଆଇ ସମର୍ଥନରେ ଆସିଲେ ସମାଜବାଦୀ ପାର୍ଟି ସାଂସଦ ସଫିକୁର ରେହମାନ ବର୍କ


ପୂର୍ବରୁ ଶଫିକୁର୍ର ରେହମାନ ବର୍କ ବ୍ୟାନ ହୋଇଥିବା ହୋଇଥିବା ଚରମପନ୍ଥୀ ସଙ୍ଗଠନ ପିଏଫଆଇ ସମର୍ଥନରେ ଆସିଛନ୍ତି। ପିଏଫଆଇ ସପକ୍ଷରେ ଆସି ସମ୍ଭଲ ସାଂସଦ ପ୍ରଶ୍ନ କରିଛନ୍ତି ଯେ ଏହି ସଙ୍ଗଠନ ସହ ଜଡ଼ିତ ଲୋକଙ୍କ ଅପରାଧ କ'ଣ?  ଦେଶର ଅନ୍ୟ ସମସ୍ତ ଅନୁଷ୍ଠାନ ଭଳି ପିଏଫଆଇ ମଧ୍ୟ ଏକ ଅନୁଷ୍ଠାନ। ଯେପରି ଅନ୍ୟ ସଂସ୍ଥା ସେମାନଙ୍କ କାର୍ଯ୍ୟକ୍ରମ ଚଳାନ୍ତି ପିଏଫଆଇ ମଧ୍ୟ ଏହାର କାର୍ଯ୍ୟକ୍ରମ ଆୟୋଜିତ କରିଥାଏ।