ଶାସକ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଯୁକ୍ତ
ଏ ନେଇ ଆଜି ସଂଧ୍ୟାରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୭ଦିନିଆ ବିଧାନସଭା ଅଧିବେଶନରେ ଉଭୟ ତତ୍କାଳ ଦାୟିତ୍ୱ ତୁଲାଇବେ ।
ଭୁବନେଶ୍ଵର: ଓଡ଼ିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ନିଯୁକ୍ତି ମିଳିଛିଥିବା ବେଳେ ଉପମୁଖ୍ୟ ସଚେତକ ଭାବେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ନିଯୁକ୍ତି ମିଳିଛି। ଏ ନେଇ ଆଜି ସଂଧ୍ୟାରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୭ଦିନିଆ ବିଧାନସଭା ଅଧିବେଶନରେ ଉଭୟ ତତ୍କାଳ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି।