Maharashtra Cabinet Expension: ମନ୍ତ୍ରୀମଣ୍ଡଳ ବିସ୍ତାର ପ୍ରସଙ୍ଗରେ ଦଳୀୟ ମୁଖପତ୍ର ସାମନା ସମ୍ପାଦକୀୟ ଜରିଆରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରକୁ ଟାର୍ଗେଟ କରିଛି ଶିବସେନା। ସମ୍ପାଦକୀୟ ଜରିଆରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ଶପଥ ଗ୍ରହଣ କରିବା ପରେ ମଧ୍ୟ କ୍ୟାବିନେଟ ସମ୍ପ୍ରସାରଣ ହୋଇ ପାରିନାହିଁ। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ କ୍ଷମତାରେ ଅଛନ୍ତି ହେଲେ ସରକାର କୁହାଯାଉଥିବା ବ୍ୟବସ୍ଥା ସେମାନନଙ୍କ ଗ୍ରହଣର ୧୫ ଦିନ ପରେ ମଧ୍ୟ ଗଠନ ହୋଇ ପାରିନାହିଁ।


COMMERCIAL BREAK
SCROLL TO CONTINUE READING

ସାମନା ସମ୍ପାଦକୀୟରେ ଆହୁରି ଲେଖାଯାଇଛି ଯେ ରାଜ୍ୟକୁ କେବେ ଏହାର ନୂତନ ମନ୍ତ୍ରୀ ମିଳିବ। ବର୍ତ୍ତମାନ ସରକାରରେ କେବଳ ୨ ଜଣ ଲୋକ ରହିଛନ୍ତି। ଯେଉଁମାନେ ନିଜ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ନିରନ୍ତର ନିଷ୍ପତ୍ତି ନେଉଛନ୍ତି। ଏତେ ରାଜନୀତି ଥିଲା ଏବଂ କୁହାଯାଉଥିଲା ଯେ ଆମ ପାଖରେ ୪୦ ଜଣ ଦକ୍ଷ ଲୋକ ଅଛନ୍ତି। ତାହେଲେ ଏପର୍ଯ୍ୟନ୍ତ ସରକାରରେ କେବଳ ୨ ଜଣ ଲୋକ କାହିଁକି ଅଛନ୍ତି?


ଦେବେନ୍ଦ୍ର ଫଡନାଭୀସ କହୁଛନ୍ତି ଯେ ମହାରାଷ୍ଟ୍ରରେ କୌଣସି ସୁପର ସିଏମ୍ ନାହାଁନ୍ତି। ଏକନାଥ ସିନ୍ଦେ ହେଉଛନ୍ତି ସମସ୍ତଙ୍କ ନେତା। ହେଲେ ଏହି ସମସ୍ତ ନେତାଙ୍କ ଭବିଷ୍ୟତ ସୁପ୍ରିମକୋର୍ଟରେ ରହିଛି। ଏହି ସରକାର ଉପହାସ ଉଡାଇବାରେ ଲାଗିଛି। ସରକାରରେ ମଜା କରିବା ଆରମ୍ଭ ହୋଇଯାଇଛି। ଛୋଟ ପିଲାଙ୍କ ଖେଳ ଭଳି ଉଦ୍ଧବ ଠାକେରଙ୍କ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କିଛି ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କହି ଏହାକୁ ସ୍ଥଗିତ ରଖାଯାଉଛି। ଶେଷ କ୍ୟାବିନେଟ ବୈ ଠକରେ ଠାକରେ ସରକାର ଔରଙ୍ଗାବାଦକୁ  ସମ୍ଭାଜୀନଗର ଓସମାନାବାଦକୁ ଧରାଶିବ ନାମରେ ନାମିତ କରିବାକୁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଯେଉଁଠି ନାଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରୁ ଡିବି ପାଟିଲଙ୍କ ନାମରେ ନାମକରଣ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଥିଲା। ହେଲେ ସିନ୍ଦେ ସରକାର ଏହି ପ୍ରସ୍ତାବ ବେଆଇନ ବୋଲି କହି ଏହାକୁ ସ୍ଥଗିତ ରଖିଛନ୍ତି। ଯେତେବେଳେ ଲୋକେ ଏହି ପ୍ରସଙ୍ଗରେ ସିନ୍ଦେ ସରକାରଙ୍କୁ କାଠଗଡାରେ ଛିଡା କରିବା ମାତ୍ରେ ପୁଣି ଥରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଗଲା। କେଉଁ ଆଧାରରେ ବର୍ତ୍ତମାନର ଦୁଇଟି ସ୍ତମ୍ଭ ବିଶିଷ୍ଟ ସରକାର ଔରଙ୍ଗାବାଦକୁ ସମ୍ଭାଜୀନଗର ନାମରେ ନାମିତ କରିବା ପ୍ରସ୍ତାବକୁ ବେଆଇନ ବୋଲି ବିଚାର କରୁଛି? ଯେତେବେଳେ କ୍ୟାବିନେଟ ବୈଠକରେ ଠାକରେ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ ସେତେବେଳେ ଏହି ସରକାର ପାଖେ ସଂଖ୍ୟାଗରିଷ୍ଠତା ରହିଥିଲା।  ବେଙ୍ଗ ପରି ଡେଇଁ ସିନ୍ଦେଙ୍କ ଗୋଷ୍ଠୀରେ ପହଞ୍ଚିଥିବା କିଛି ମନ୍ତ୍ରୀ ମଧ୍ୟ ସେହି କ୍ୟାବିନେଟ ବୈଠକରେ ଉପସ୍ଥିତ ରହିଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ କ୍ୟାବିନେଟ ବୈଠକରେ ପାରିତ ହେବା ସତ୍ତ୍ୱେ ଏହାକୁ ନେଇ ବର୍ତ୍ତମାନର ସରକାରଙ୍କ ପେଟରେ ଯନ୍ତ୍ରଣା ହେଉଛି।


ସିନ୍ଦେ-ଫଡନାଭୀସ ସରକାର କୌଣସି ଅସ୍ଥିତ୍ୱ ନାହିଁ। ଏହି ନୂତନ 'ପ୍ରେମ କାହାଣୀ-୨୨' ମହାରାଷ୍ଟ୍ର ରାଜନୀତିରେ ଉଭା ହୋଇଥିଲା। ଦୁହେଁ ଏକ ସମ୍ପର୍କରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏକ ଦଳ ଶିବସେନା ନାମରେ ବନ୍ଧା ହୋଇଥିବା ମଙ୍ଗଲସୁତ୍ରରୁ ଦୂରେଇ ଯାଇଥିଲେ, ତଥାପି ଶିବସେନା ବିନା ସେମାନଙ୍କ ଦିନ ଆରମ୍ଭ ହୁଏ ନାହିଁ କିମ୍ବା ଶେଷ ହୁଏ ନାହିଁ। ସେମାନଙ୍କର ସମ୍ପର୍କ ସ୍ୱାର୍ଥ ଏବଂ ବିଶ୍ୱାସଘାତକତା ଉପରେ ଆଧାରିତ। ସେମାନଙ୍କର ବନ୍ଧୁତା କ୍ଷମତା ପାଇଁ। ଏହା ଏକ ନୂତନ ପ୍ରେମ କାହାଣୀର ଏକ ରୋମାଞ୍ଚକର ଏପିସୋଡ୍। ଏହି ଦମ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାବିନେଟ ବରଯାତ୍ରୀ ଡାକିବାରେ ସକ୍ଷମ ହୋଇ ନାହାଁନ୍ତି। କ୍ୟାବିନେଟ ରୂପୀ  ବରଯାତ୍ରୀ କୁଆଡେ ଗଲେ? ଉଭୟଙ୍କ ପ୍ରେମ କେତେ ବଙ୍କା ତାହା ଉପରେ ଗବେଷଣା କରିବା ଆବଶ୍ୟକ। ଏହି କାହାଣୀରେ ସତ୍ୟବାନ୍ ଏବଂ ସାବିତ୍ରୀ କିଏ ତାହା ଦେଖିବାକୁ ବାକି ରହିଲା।


Also Read: Maharashtra Politics: ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଦାବି ଜଣାଇଲେ ଶିବସେନା ସାଂସଦ ସଞ୍ଜୟ ରାଉତ


Also Read: Maharashtra Politics: ଶିବସେନା ସାଂସଦ ସଞ୍ଜୟ ରାଉତ ଦେଲେ ପରାମର୍ଶ, କହିଲେ...