AICC President: ଭାରତର ପ୍ରମୁଖ ବିରୋଧି ଦଳ କଂଗ୍ରେସ (Congress) ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଏପର୍ଯ୍ୟନ୍ତ ତାର ଅଧ୍ୟକ୍ଷ (President) ଚୟନ କରିବାରେ ବିଫଳ ସାବ୍ୟସ୍ତ ହୋଇଛି। ହେଲେ ଅଧ୍ୟକ୍ଷ ତ ଦୂରର କଥା ଦଳ ନିଜ ବିଧାୟକ ଓ ସାଂସଦ ମାନଙ୍କୁ ମଧ୍ୟ ସମ୍ଭାଳିବାରେ ବିଫଳ ଥିବା ପରି ମନେହେଉଛି। ଏପଟେ କଂଗ୍ରେସର ବରିଷ୍ଠ ଅଧିକାରୀ ମାନେ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ (Sonia Gandhi)ଙ୍କୁ ରାଜ୍ୟ ୟୁନିଟର ମୁଖ୍ୟ ତଥା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ସଦସ୍ୟଙ୍କ ମୁଖ୍ୟ ଭାବେ ମନୋନୀତ କରିବାକୁ ଏକ ସଂକଳ୍ପ ପାରିତ କରିବାକୁ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୋନିଆ ଗାନ୍ଧୀ ସଭାପତି ପଦ ପାଇଁ ନିର୍ବାଚନ ଲଢିବେ ନାହିଁ। କିନ୍ତୁ ଦଳର ଅସୁବିଧା ସମୟରେ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ପ୍ରତିଦ୍ୱନ୍ଦ୍ୱିତା ନକରିବା ନିଷ୍ପତ୍ତି ଦଳକୁ ଅଡୁଆରେ ପକାଇଛି। ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋନିଆ ଗାନ୍ଧୀଙ୍କ ବିକଳ୍ପ ଭାବେ ଅଧ୍ୟକ୍ଷ ପଦ ପାଇଁ ଦେଖାଯାଇପାରିବ ନାହିଁ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତଙ୍କ ଭଳି ବିଶ୍ୱସ୍ତଙ୍କୁ ଗାନ୍ଧୀ ପରିବାରର ବିକଳ୍ପ ଭାବେ ବିବେଚନା କରାଯାଇପାରେ।


ପାର୍ଟି ସୂତ୍ରରୁ ପ୍ରକାଶ ଯେ, ସୋନିଆ ଗାନ୍ଧୀଙ୍କୁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷଙ୍କ ନାମକୁ ଅନୁମତି ଦେବାର ପ୍ରସ୍ତାବକୁ ପାରିତ କରିବାରୁ କୌଣସି ରାଜ୍ୟ ପ୍ରତିନିଧୀଙ୍କୁ ତାଙ୍କୁ ଅଟକାଇ ପାରିବେ ନାହିଁ। କିନ୍ତୁ ଏହା କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପାଇଁ ବାଧ୍ୟତାମୂଳକ ହେବ ନାହିଁ। ନିର୍ବାଚନ ପ୍ରକ୍ରିୟା ସହ ଜଡିତ ଜଣେ ନେତା କହିଛନ୍ତି ଯେ, ଆମେ ଏହି ସଂକଳ୍ପ ପାରିତ କରିବାର ପ୍ରକ୍ରିୟାର ଅଂଶ ନୁହଁ।


ପ୍ରଦେଶ କଂଗ୍ରେସ କମିଟି ଗୁଡିକୁ ଚଳିତ ମାସ ୨୦ ତାରିଖ ପୂର୍ବରୁ ଏହି ସଂକଳ୍ପ ପାରିତ କରିବାକୁ ଅନୁରୋଧ କରାଯାଇଛି। ନିର୍ବାଚନ ବିଜ୍ଞପ୍ତି ପ୍ରକ୍ରିୟା ୨୨ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ୧୭ ଅକ୍ଟୋବରରେ ମତଦାନ ହେବ।


ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ବୁଧବାର କହିଛନ୍ତି ଯେ, ନୂତନ ଅଧ୍ୟକ୍ଷ ବାଛିବା ପାଇଁ ଏକ ବ୍ୟାପକ ସହମତି ହେବା ଉଚିତ ଏବଂ ଯେକୌଣସି ପରିସ୍ଥିତିରେ ସଂଗଠନ ସହ ଜଡିତ ପ୍ରସଙ୍ଗରେ ନେହେରୁ-ଗାନ୍ଧୀ ପରିବାରର ଗୁରୁତ୍ୱ ରହିବ।


ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ନିର୍ବାଚନରେ ​​ଗାନ୍ଧୀ ପରିବାର ବ୍ୟତୀତ ଯଦି ଅନ୍ୟ ଜଣେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ, ତାହେ ମଧ୍ୟ ସୋନିଆ ଗାନ୍ଧୀ ସେହି ବ୍ୟକ୍ତି ହେବେ ଯାହାଙ୍କ ଠାରୁ ସମସ୍ତେ ଆଶା ରଖିପାରିବେ। ସେହିପରି ରାହୁଲ ଗାନ୍ଧୀ ଦଳର ବୈଚାରିକ କେନ୍ଦ୍ରବିନ୍ଦୁ ହୋଇ ରହିବେ।
ଅନ୍ୟ କେହି ଅଧ୍ୟକ୍ଷ ହେଲେ ମଧ୍ୟ ରାହୁଲ ଗାନ୍ଧୀ 'ବ୍ୟାକ୍ସିଟ୍ ଡ୍ରାଇଭିଂ' କରିବା ଭଳି ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାକୁ ମଧ୍ୟ ରାମେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଜଣେ ଉଦାରବାଦୀ ଏବଂ ଗଣତାନ୍ତ୍ରିକ ବ୍ୟକ୍ତି।


ଘଟଣା ଯାହା ବି ହେଉ କ୍ରିୟା ପ୍ରତିକ୍ରିୟା ଯାହା ବି ଘଟୁ କଂଗ୍ରେସ ପାଇଁ ଅଧ୍ୟକ୍ଷ ଚୟନ କରିବା ଏତେ ସହଜ ହେବ ନାହିଁ। କାରଣ କଂଗ୍ରେସର ଏପରି ଦୁର୍ବଳ ସ୍ଥିତିରେ ଘରେ ବିଭିଷଣ ଅନେକ ତିଆରି ହୋଇଗଲେଣି। ତେଣୁ ଯାହା ଘରେ ବିଭିଷଣ ଏତେ ସଂଖ୍ୟାରେ ରହିଛନ୍ତି ସେପରି ସ୍ଥିତିରେ ଅଧ୍ୟକ୍ଷ ଚୟନ ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଜାରି ରଖି ଜିତାପଟ ହାସଲ କିରବା ଏତେଟା ସହଜ ହେବନାହିଁ।