ରାହୁଲଙ୍କ ଆରଏସଏସ ଉପରେ ଜୋରଦାର ପ୍ରହାର, କହିଲେ-`ନିକରୱାଲେ` ତାମିଲନାଡୁର ଭବିଷ୍ୟତକୁ କେବେ କରିପାରିବେ ନାହିଁ ସ୍ଥିର
ରବିବାର ଧରାପୁରାମରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ନାଗପୁରର `ନିକରରୱାଲା` ତାମିଲନାଡୁର ଭବିଷ୍ୟତ କେବେ ସ୍ଥିର କରିପାରିବେ ନାହିଁ । ତାମିଲନାଡୁର ଯୁବକମାନେ ଏଠାକାର ଭବିଷ୍ୟତ ସ୍ଥିର କରିବେ ଏବଂ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଛି ।
ନୂଆଦିଲ୍ଲୀ: Tamil Nadu Assembly Polls 2021: ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ପୋଙ୍ଗଲ ପର୍ବ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ପୁଣି ତାମିଲନାଡୁ (Tamil Nadu) ରେ ପହଞ୍ଚିଛନ୍ତି । ତାମିଲନାଡୁ ଗସ୍ତର ଦ୍ୱିତୀୟ ଦିନରେ ସେ ମୋଦି ସରକାର (Modi Govt) ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ଉପରେ ଜୋରଦାର ପ୍ରହାର କରିଛନ୍ତି ।
ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !
ରବିବାର ଧରାପୁରାମରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ନାଗପୁରର 'ନିକରରୱାଲା' ତାମିଲନାଡୁର ଭବିଷ୍ୟତ କେବେ ସ୍ଥିର କରିପାରିବେ ନାହିଁ । ତାମିଲନାଡୁର ଯୁବକମାନେ ଏଠାକାର ଭବିଷ୍ୟତ ସ୍ଥିର କରିବେ ଏବଂ ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଛି । ଆହୁରି ମଧ୍ୟ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏଠାରେ ଏପରି ସରକାର ରହିବା ଉଚିତ ଯାହା ତାମିଲ ଲୋକଙ୍କ ହିତ ପାଇଁ କାମ କରୁଥିବ । ଆମେ ନରେନ୍ଦ୍ର ମୋଦିଙ୍କୁ ଭାରତର ମୂଳଦୁଆ ନଷ୍ଟ କରିବାକୁ ଦେବୁ ନାହିଁ ।
ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ଭାରତ, ଭୁରି ଭୁରି ପ୍ରଶଂସା କଲା WHO
ଏହାପୂର୍ବରୁ ଇରୋଡରେ ନିଜର ସମ୍ୱୋଧନ ସମୟରେ ରାହୁଲ ଲୋକମାନଙ୍କୁ କହିଥିଲେ, ''ମୁଁ ଆପଣଙ୍କୁ କ'ଣ କରିବାକୁ ହେବ ତାହା କହିବାକୁ ଏଠାକୁ ଆସି ନାହିଁ । ମୁଁ ଆପଣଙ୍କ ସହିତ ମୋର ମନ କଥା କହିବାକୁ ମଧ୍ୟ ଆସି ନାହିଁ । ମୁଁ ଆପଣଙ୍କୁ ଶୁଣିବାକୁ ଏଠାକୁ ଆସିଛି । ମୁଁ ଆପଣଙ୍କର ସମସ୍ୟା ଶୁଣିବାକୁ ଏବଂ ସେହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବାକୁ ଆସିଛି । ସେ କୃଷକ ଆନ୍ଦୋଳନକୁ ସମର୍ଥନ କରି କହିଛନ୍ତି ଯେ, ''ଚାଷୀଙ୍କ ସମସ୍ୟା ଶୁଣିବା, ବୁଝିବା ପରିବର୍ତ୍ତେ ବର୍ତ୍ତମାନର ସରକାର ସେମାନଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି । ଆମେ ଏହି ଶକ୍ତି ସହ ମିଶି ଲଢିବୁ ।''