Telangana Assembly Election 2023: ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ଟିକେଟ ନ ମିଳିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ। ଦଳୀୟ ଚିକେଟ କଟିବା ପରେ କ୍ୟାମେରା ଆଗରେ କାନ୍ଦି ଚର୍ଚ୍ଚାକୁ ଆସିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୂର୍ବତନ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ବିଆରଏସ ବିଧାୟକ ଥାତିକୋଣ୍ଡା ରାଜୈୟା। ଯିଏ ବର୍ତ୍ତମାନ ରାଜ୍ୟର ଷ୍ଟେସନ ଘାନପୁର ବିଧାନସଭା ଆସନର ବିଧାୟକ ଅଛନ୍ତି।     


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ (Telangana Assembly Election 2023)। ଏହି ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାରୁ ଶାସକ ଭାରତ ରାଷ୍ଟ୍ରୀୟ ସମିତି (Bharat Rashtra Samithi) ବିଆରଏସ (BRS) ପକ୍ଷରୁ ଦଳୀୟ ଟିକେଟ୍ ବଣ୍ଟନ କରାଯାଇଥିଲା। ହେଲେ ଏଥର ଷ୍ଟେସନ ଘାନପୁର (Station Ghanpur Assembly Constituency) ବିଧାୟକ (BRS MLA) ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ (Former Telangana Deputy Chief Minister) ଥାତିକୋଣ୍ଡା ରାଜୈୟାଙ୍କୁ (Thatikonda Rajaiah) ଟିକେଟ ଦେଇନଥିଲା ବିଆରଏସ। ଘାନପୁର ବିଧାନସଭା ଆସନରେ ଥାତିକୋଣ୍ଡା ରାଜୈୟାଙ୍କ ବଦଳରେ ଅନ୍ୟ ଜଣେ ବରିଷ୍ଠ ନେତା କାଦିଆମ୍ ଶ୍ରୀହରିଙ୍କୁ ପ୍ରାର୍ଥୀ ନିଷ୍ପତ୍ତି ନେଇଛନ୍ତି ବିଆରଏସ ମୁଖ୍ୟ (BRS Supremo) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (Telangana Chief Minister K Chandrasekhar Rao)। 


ହେଲେ କ'ଣ ପାଇଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଥାତିକୋଣ୍ଡା ରାଜୈୟାଙ୍କୁ ଟିକେଟ ମିଳିନାହିଁ ତାହାର କାରଣ ଏବେ ସାମ୍ନାକୁ ଆସିଛି। ଏନେଇ କୁହାଯାଉଛି ଯେ ଷ୍ଟେସନ ଘାନପୁର ବିଧାୟକଙ୍କ ବିରୋଧରେ ନିଜ ଦଳର ଜଣେ ସରପଞ୍ଚଙ୍କୁ ଯୌନ ଉତ୍ପୀଡ଼ନ କରିଥିବାର ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦଳୀୟ ବିଧାୟକଙ୍କୁ ଏଥର ନିର୍ବାଚନ ଲଢିବାକୁ ଟିକେଟ ଦେଇନାହିଁ ଶାସକ ଭାରତ ରାଷ୍ଟ୍ରୀୟ ସମିତି। 


ଦଳୀୟ ଟିକେଟ କଟିଯିବା ପରେ କ୍ୟାମେରା ଆଗରେ ଭୋ ଭୋ କାନ୍ଦି ପକାଇଥିଲେ ପୂର୍ବତନ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଗତ ୨୦୦୯ ବିଧାନସଭା ନିର୍ବାଚନରୁ ଷ୍ଟେସନ ଘାନପୁର ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି ବିଆରଏସ ନେତା ଥାତିକୋଣ୍ଡା ରାଜୈୟା (BRS Leader Thatikonda Rajaiah)। ମାତ୍ର ଏଥର ଟିକେଟ କଟିଯିବା ପରେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିବା ବେଳେ କାନ୍ଦି ପକାଇଥିଲେ। ଏନେଇ ସେ କହିଛନ୍ତି ଯଦିଓ ତାଙ୍କୁ ଏଥର ଟିକେଟ୍ ମିଳିନାହିଁ ହେଲେ ସେ ଦଳ ପ୍ରତି ଆନୁଗତ୍ୟ ରଖିବେ।



ଗତ ୨୦୧୪ ବର୍ଷରେ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ (Separate Telangana State Formation) ପରେ ଥାତିକୋଣ୍ଡା ରାଜୈୟା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସରକାରରେ (KCR Govt in Telangana) ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ହେଲେ ସ୍ୱାସ୍ଥ୍ୟ ବିଭାଗରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତାଙ୍କୁ ୨୦୧୫ ବର୍ଷରେ ମନ୍ତ୍ରୀମଣ୍ଡଳରୁ (Telangana CM KCR Cabinet) ବରଖାସ୍ତ କରାଯାଇଥିଲା। ହେଲେ ୨୦୧୮ ବିଧାନସଭା ନିର୍ବାଚନରେ (Telangana Assembly Election 2018) ଷ୍ଟେସନ ଘାନପୁର ଆସନରୁ ପୁନର୍ବାର ପ୍ରାର୍ଥୀ କରିଥିଲା ବିଆରଏସ।