Telangana CM KCR: ଜାତୀୟ ରାଜନୀତିରେ ପ୍ରବେଶ କରିବା ଲକ୍ଷ୍ୟରେ ଅକ୍ଟୋବର ୫ ତାରିଖ ବୁଧବାର ଦଶହରା ଅବସରରେ ନିଜ ଦଳର ନାଁ ପରିବର୍ତ୍ତନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ନିଜ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନାମ ପରିବର୍ତ୍ତନ କରି ଏହାକୁ ଭାରତ ରାଷ୍ଟ୍ର ସମିତି ନାମରେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର। ଦଳର ନାମ ପରିବର୍ତ୍ତନ ଘୋଷଣାକୁ ଉତ୍ସାହିତ ଦଳୀୟ କର୍ମକର୍ତ୍ତା ତାଙ୍କ ଦଳର ନେତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଜାତୀୟ ନେତା ଭାବେ ଉପସ୍ଥାପିତ କରିଛନ୍ତି। ହେଲେ ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ତାଙ୍କ କବିତାଙ୍କ ଅନୁପସ୍ଥିତିକୁ ଏବେ ତେଲେଙ୍ଗାନା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 


COMMERCIAL BREAK
SCROLL TO CONTINUE READING

କବିତା କେବଳ ଯେ ବୁଧବାର ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରୁ ଗାଏବ ହୋଇ ଯାଇନାହାଁନ୍ତି ବରଂ ରାଜ୍ୟର ମୁନୁଗୋଡେ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ଦଳୀୟ ପ୍ରଭାରୀ ତାଲିକାରୁ ହଟି ଯାଇଛନ୍ତି। ଯାହାକୁ ତେଲେଙ୍ଗାନା ରାଜନୀତିରେ (Telangana Politics) ଜାରି ରହିଛି। 


ହେଲେ ନିଜ ଘରେ ସେ ଦଶହରା ପୂଜା କରିଥିବାରୁ ଏହାକୁ ନେଇ ପ୍ରକାଶ ପାଇଥିଲା ଅନେକ କଳ୍ପନା ଜଳ୍ପନା। ଦଶହରା ପୂଜା ଫଟୋ ଟ୍ୱିଟ୍ କରି କବିତା (TRS Leader Kavitha) ଲେଖିଛନ୍ତି, ଦଶହରା ଏହି ଶୁଭ ଦିନରେ ଆମେ ଘରେ ଆମର ଆୟୁଧଙ୍କ ଆରାଧନା କରିଥିଲୁ। ତାଙ୍କ ଅନୁପସ୍ଥିତି ଟିଆରଏସ କର୍ମୀ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମୁନୁଗୋଡେ ଉପନିର୍ବାଚନ ପାଇଁ ଦଳୀୟ ପ୍ରଭାରୀ ତାଲିକାରୁ ତାଙ୍କ ନାମ ହଟିଯିବା ଏବେ ଅଧିକ ଧ୍ୟାନ ଆକର୍ଷଣ କରିଛି।


Also Read: Telangana Politics: କୁକୁଡା କାରନାମା ପାଇଁ ଚର୍ଚ୍ଚାକୁ ଆସିଲେ ଟିଆରଏସ ନେତା


ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନର୍ବାଚନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR) ଙ୍କ ପୁଅ ତଥା ରାଜ୍ୟର ଆଇଟି ମନ୍ତ୍ରୀ କେଟିଆର (Telangana IT Minitster KTR) ଟିଆରଏସ ପ୍ରଭାରୀ ତାଲିଲାକେ ସାମିଲ ହୋଇଛନ୍ତି। ଅନ୍ୟପଟେ ଏହି ତାଲିକାରେ ଦଳର ମନ୍ତ୍ରୀ, ବିଧାୟକ ତଥା ସାଂସଦଙ୍କ ବ୍ୟତୀତ ଦଳର ମହିଳା ନେତ୍ରୀ ଇନ୍ଦିରା ରେଡ୍ଡୀ, ସତ୍ୟବତୀ ରାଠୋଡ, ପଦ୍ମା ଦେବେନ୍ଦ୍ର ରେଡ୍ଡୀ, ଗୋଙ୍ଗିଡି ସୁନୀତା ଏବଂ ଦୀପିକା ୟୁଗେନ୍ଦରଙ୍କୁ  ମୁନୁଗୋଡେ ଉପନିର୍ବାଚନ ଲାଗି ଟିଆରଏସଲ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। 


ଏନେଇ କବିତାଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରା ଯାଇଥିଲା। ବୁଧବାର ଅନୁଷ୍ଠିତ ହୋଇଥିବା ଦଳୀୟ ବୈଠକରେ ତାଙ୍କର ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଅନ୍ୟପଟେ ଏହି ମମଲାରେ ଟିଆରଏସ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।