Telangana Politics: କୁକୁଡା କାରନାମା ପାଇଁ ଚର୍ଚ୍ଚାକୁ ଆସିଲେ ଟିଆରଏସ ନେତା
TRS LeadersViral Video: ସଦ୍ୟ ଟିଆରଏସ ନେତା ରାଜନାଲା ଶ୍ରୀହରିଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବା ପରେ ଏହାକୁ ନେଇ ଜେତିବାରେ ଲାଗିଛି ବିବାଦ।
Strange Works of TRS Leader: ଅକ୍ଟୋବର ୫ ତାରିଖ ବୁଧବାର ଜାତୀୟ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ମାତ୍ର ଏହା ପୂର୍ବରୁ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ଦଳର ଜଣେ ନେତା। ଯାହାର ଭିଡି଼ଓ ସୋସିଆଲ ମିଡି଼ଆ ଯୋଗେ ଭାଇରାଲ ହୋଇଛି।
ଜାତୀୟ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samiti) ଟିଆରଏସ ଅଧ୍ୟକ୍ଷ (TRS Supremo) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana Chief Minister) କେ.ଚନ୍ଦ୍ରଶେଖର ରାଓ (K.Chandrashekar Rao) କେସିଆର (KCR)। ଯାହାକୁ ନେଇ ଉତ୍ସାହିତ ହୋଇ ଉଠିଛନ୍ତି ଟିଆରଏସ କର୍ମକର୍ତ୍ତା। ଏପରିକି ସେମାନେ ଲୋକଙ୍କ ମଧ୍ୟରେ ମଦ ଏବଂ ଚିକେନ୍ ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି।
ସଦ୍ୟ ଟିଆରଏସ ନେତା ରାଜନାଲା ଶ୍ରୀହରିଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବା ପରେ ଏହାକୁ ନେଇ ଜେତିବାରେ ଲାଗିଛି ବିବାଦ। ମଙ୍ଗଳବାର ସେ ତାଙ୍କର ପୂର୍ବତନ ନିର୍ବାଚନମଣ୍ଡଳୀ ୱାରଙ୍ଗଲ ଠାରେ ଦଶହାର ଅବସରରେ ମଦ ଏବଂ ଚିକେନ୍ ବଣ୍ଟନ କରିଥିଲେ। ଭାଇରାଲ ଭିଡିଓ ରେ ଲୋକେ ଏକ ଲମ୍ବା ଧାଡିରେ ଛିଡ଼ା ହୋଇ ତାଙ୍କ ପାଖରୁ ଚିକେନ୍ ଏବଂ ମଦ ନେଉଥିବାର ଦେଖିବାକୁ ମିଳିଛି।
ଟିଆରଏସ ନେତା ରାଜନାଲା ଶ୍ରୀହରି ୨୦୦ ଚିକେନ ଏବଂ ୨୦୦ ମଦ ବୋତଲ ୨୦୦ କୁଲିଙ୍କୁ ବଣ୍ଟନ କରିଛନ୍ତି। ଟିଆରଏସ ନେତା ଏବଂ ତାଙ୍କ ଦଳର କର୍ମକର୍ତ୍ତା କୁଲିଙ୍କ ଲାଗି ଏକ ବୈଠକ ଆୟୋଜନ କରିଥିଲେ। ଯେଉଁଠାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ (Telangana CM KCR) ସହ ରାଜ୍ୟ ଆଇଟି ଏବଂ ଶିଳ୍ପ ମନ୍ତ୍ରୀ କେ.ଟି ରାମା ରାଓଙ୍କ (Telangana IT Minister KT Rama Rao) ବଡ଼ ବଡ଼ କଟଆଉଟ ଲଗାଯାଇଛି।
ମଦ ଚିକେନ ବାଣ୍ଟିବା ଘଟଣାରେ ପ୍ରତିକ୍ରିୟା ରଖି ଟିଆରଏସ ନେତା ରାଜନାଲା ଶ୍ରୀହରି କହିଛନ୍ତି ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ କେସିଆର ଙ୍କୁ ଜାତୀୟ ଦଳର ସଭାପତି ହେବା ପାଇଁ ପ୍ରାର୍ଥନା କରାଯିବ। କେସିଆର ପ୍ରଧାନମନ୍ତ୍ରୀ ହେବା ଏବଂ କେଟିଆର ରାଜ୍ୟ ଦଳର ସଭାପତି ହେବା ପାଇଁ ସ୍ୱତନ୍ତ୍ର ପୂଜା ପ୍ରଦାନ କରାଯାଇଛି।