ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !
ରାଜସ୍ଥାନରେ ଏହି କଥା ଉପରେ ଚର୍ଚ୍ଚା ଜୋର ଧରିଛି ଯେ ଏହା ଝଡ଼ ପୂର୍ବର ଶାନ୍ତି....
ନୂଆଦିଲ୍ଲୀ: ବିଗତ ଦିନରେ ରାଜସ୍ଥାନରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା । ବର୍ତ୍ତମାନ ଏଥିରେ ବିରାମ ଲାଗିଛି । କାରଣ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ(Sachin Pilot)ଙ୍କ ପ୍ରତ୍ୟାବର୍ତ୍ତନ ସହିତ ଗେହଲଟ ସରକାର(Gehlot Government)ଙ୍କ ଉପର ଥିବା ବିପଦ ସମ୍ପୂର୍ଣ୍ଣ ରୂପେ ଟଳି ଯାଇଛି । ଅନ୍ୟପଟେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ଏହା ଝଡ଼ ଆସିବା ପୂର୍ବର ଶାନ୍ତି କି ? ତେବେ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ଗଠିତ ତିନି ସଦସ୍ୟ ବିଶିଷ୍ଟ କମିଟିର ରିପୋର୍ଟ ଏବଂ କ୍ୟାବିନେଟରେ ପାଇଲଟ କ୍ୟାମ୍ପର ନେତାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ରାଜସ୍ଥାନର ରାଜନୈତିକ ସ୍ଥିତିକୁ ସ୍ଥିର କରିବ । ସେପଟେ ନିକଟ ଅତୀତରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା(Priyanka Gandhi Vadra)ଙ୍କ ଏକ ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ଯେ ଦଳ ସିଏମ ଅଶୋକ ଗେହଲଟ(Ashok Gehlot)ଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ । ଅବଶ୍ୟ ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟ ଏକ ବର୍ଷ ପୁରୁଣା ବୋଲି ଦଳ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ
ବାସ୍ତବରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର କମାଣକୁ ଜଣେ ଅଣ ଗାନ୍ଧୀ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ଓକିଲାତି କରିଥିଲେ । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ(Former Congress President) ରାହୁଲ ଗାନ୍ଧୀ(Rahul Gandhi)ଙ୍କୁ ସମର୍ଥନ କରି ଏପରି କହିଥିଲେ । ଯେଉଁଥିରେ ସେ କହିଥିଲେ ଯେ, ଗାନ୍ଧୀ ପରିବାର ବାହାରେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ଉଚିତ୍ ।
ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !
ଅଧିକ ପଢ଼ନ୍ତୁ:-'ଏହା ମହାତ୍ମା ଗାନ୍ଧୀଙ୍କ ଭାରତ ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ମୋର ବାର୍ତ୍ତା, ସଚ୍ଚୋଟ ହୁଅନ୍ତୁ'
ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ବୟାନକୁ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଅବସ୍ଥା ସହିତ ଯୋଡି ଦେଖାଯାଉଛି । କଂଗ୍ରେସର କିଛି ସୂତ୍ରରୁ ଜଣାପଡିଛି ଯେ, ରାଜ୍ୟର ରାଜନୈତିକ ସଙ୍କଟକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ପାଇଁ ହାଇକମାଣ୍ଡ କେନ୍ଦ୍ରରେ ଗେହଲଟ୍ ଏବଂ ପାଇଲଟଙ୍କୁ ରାଜସ୍ଥାନରେ ରଖିବାର ଫର୍ମୁଲା ଉପରେ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି । ଯଦିଓ ରାଜ୍ୟରେ ବର୍ତ୍ତମାନ ରାଜନୈତିକ ପରିସ୍ଥିତି ସ୍ୱାଭାବିକ । କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏପରି ଜାରି ରହିବ, ତାହା କୁହାଯାଇପାରିବ ନାହିଁ ।