Tripura Assembly: ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖି ଚର୍ଚ୍ଚରେ ବିଧାୟକ, ବିବାଦ ପରେ ସ୍ପଷ୍ଟୀକରଣ ଦେଲେ ବିଧାୟକ
Tripura Legislative Assembly: ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିବା ସମୟରେ କଥିତ ରୂପେ ଅଶ୍ଳୀଳ ଭିଡିଓ ଦେଖି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ। ଏହି ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
Tripura BJP MLA Jadab Lal Nath: ତ୍ରିପୁରା ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ବିଧାୟକ ଯାଦବ ଲାଲ ନାଥ। ଏହି ଘଟଣାକୁ ନେଇ ବିବାଦ ତେଜିବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ଶାସକ ଦଳର ବିଧାୟକ। ବିଧାନସଭା କକ୍ଷରେ ମୋବାଇଲ ଫୋନ ଯୋଗେ ଅଶ୍ଳୀଳ ବିଜେପି ବିଧାୟକ ଯାଦବ ଲାଲ ନାଥ ଅଶ୍ଳୀଳ ଭିଡିଓ ଦେଖିଥିବାର ଅଭିଯୋଗ ହୋଇଛି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ବିଧାୟକ ଯାଦବ ଲାଲ ନାଥ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ମୁଁ ଜାଣେ ଯେ ବିଧାନସଭା କକ୍ଷରେ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ। ମୁଁ ମୋ ପାଖକୁ ବାରମ୍ବାର ଫୋନ କଲ ଆସୁଥିଲା। ମୁଁ ମୋ ପାଖକୁ ଫୋନ କଲ୍ ଆସିବା ପରେ ମୁ ଏହାକୁ ଗ୍ରହଣ କରିଥିଲି। ଏହା ପରେ ଫୋନ ସହାୟତାରେ ମୋ ପାଖକୁ ପର୍ଣ୍ଣ ଭିଡିଓ ଆସିବା ଆରମ୍ଭ ହୋଇଥିଲା। ଏହା ପରେ ମୁଁ ମୋ ଫୋନ ବନ୍ଦ କରି ଦେଇଥିଲି।
ବିଧାନସଭା କକ୍ଷରେ ବିଧାୟକ ଅଶ୍ଳୀଳ ଭିଡିଓ ଦେଖୁଥିବାର ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ତ୍ରିପୁରା ବିଧାନସଭା ବାଚସ୍ପତି ବିଶ୍ୱବନ୍ଧୁ ସେନ୍। ଏନେଇ ବାଚସ୍ପତି କହିଛନ୍ତି ଯେ, "ସୋସିଆଲ ମିଡିଆ ମାଧ୍ୟମରେ ଅନେକ ପ୍ରକାରର ଜିନିଷ ଭାଇରାଲ ହେଉଛି। ମୁଁ ତଥ୍ୟ ଅନୁସନ୍ଧାନ ନ କରିବା ପର୍ଯ୍ୟନ୍ତ କିଛି କହିପାରିବି ନାହିଁ। ଏହି ଘଟଣାରେ ମୋତେ କୌଣସି ଲିଖିତ ଅଭିଯୋଗ ମିଳିନାହିଁ।
ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଟିପ୍ରା ମୋଥା ପାର୍ଟି ସୁପ୍ରିମୋ ପ୍ରଦ୍ୟୋତ ଦେବବର୍ମା ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଟିପ୍ରା ମୋଥା ପାର୍ଟି ସୁପ୍ରିମୋ କହିଛନ୍ତି ଯେ ଏହା ଏକ ଲଜ୍ଜାଜନକ ଘଟଣା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଯାହା ଦ୍ୱାରା ସମସ୍ତ ରାଜନେତାଙ୍କୁ ଏକ ଶିକ୍ଷା ମିଳିବ। ଆମେ ଏକ ରାଜ୍ୟ ଭାବରେ ଲଜ୍ଜିତ ହୋଇଛୁ। ଏହା ରାଜ୍ୟର ଏକ ଖରାପ ଚିତ୍ର ଆଙ୍କିଛି।
ତ୍ରିପୁରା ବାଗବାସା ବିଧାନସଭା ଆସନର ବିଜେପି ବିଧାୟକ ଯାଦବ ଲାଲ ନାଥ। ବିଧାନସଭାରେ ରାଜ୍ୟ ବଜେଟ୍ ଉପରେ ଆଲୋଚନା ବେଳେ ଶାସକ ବିଜେପି ବିଧାୟକ କଥିତ ରୂପେ ମୋବାଇଲ୍ ଫୋନ ମାଧ୍ୟମରେ ଅଶ୍ଳୀଳ ଭିଡିଓ ଦେଖିଥିବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଏହି ସମୟ ମଧ୍ୟରେ ଯାଦବ ଲାଲ ନାଥଙ୍କ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଭିଡିଓ ରେକର୍ଡିଂ କରିଥିଲେ।
ଏହି ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାର ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବାଚସ୍ପତି ଏବଂ ବିଧାୟକ ବିଧାନସଭା ବଜେଟ ଅଧିବେଶନରେ ଚର୍ଚ୍ଚା କରୁଥିବାବେଳେ, ବିଜେପି ବିଧାୟକ ଯାଦବ ଲାଲ ନାଥ ମୋବାଇଲ ଫୋନ ଦେଖୁଛନ୍ତି। ଶାସକ ଦଳର ବିଧାୟକ ଅଶ୍ଳୀଳ ଭିଡ଼ିଓ ଦେଖିଥିବାର କୁହାଯାଉଛି। ଶାସକ ଦଳର ସୂତ୍ର ଅନୁଯାୟୀ, ଦଳୀୟ ବିଧାୟକ ଯାଦବ ଲାଲ ନାଥଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି।