Union Home Minister Amit Shah: କେବେ ଅନୁଷ୍ଠିତ ହେବ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ? ଏନେଇ ହେଉଥିବା ଚର୍ଚ୍ଚା ଉପରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଦ୍ୱାରା ସଂଶୋଧିତ ଭୋଟର ତାଲିକା ପ୍ରକାଶନ ଅଭ୍ୟାସ ଶେଷ ହେବା ପରେ ଅନୁଷ୍ଠିତ ହେବ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ୩ ଦିନିଆ ଜାମୁ କାଶ୍ମୀର ଗସ୍ତରେ (Amit Shahs Jammu Kashmir Tour) ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah)। ଗସ୍ତ ଅବସରରେ ଅକ୍ଟୋବର ୫ ତାରିଖ ବୁଧବାର ଉତ୍ତର କାଶ୍ମୀରର (North Kashmir) ବାରାମୁଲା ଜିଲ୍ଲାରେ (Baramulla District) ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏନେଇ ସେ କହିଛନ୍ତି ଯେ, ଆମେ ଏକ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିଛୁ। ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ନିର୍ବାଚନ ଆୟୋଗ ପକ୍ଷରୁ ମତଦାତା ତାଲିକା ପ୍ରକାଶନ କାର୍ଯ୍ୟ ସମାପ୍ତ କରାଯିବା ପରେ ଏଠାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ନିର୍ବାଚନ ଅନୁଷ୍ଠିତ ହେବ। ଆପଣଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନ ପ୍ରତିନିଧୀଙ୍କ ଜରିଆରେ ଏଠାରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସ୍ଥାପନା କରାଯିବ।


Also Read: Jammu Kashmir: କ'ଣ ଏହି ୨୫ ଲକ୍ଷ ମତଦାତା ମାମଲା; ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ


ବାରାମୁଲା ଜିଲ୍ଲାରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଜାମୁ କାଶ୍ମୀରର ପୁରୁଖା ରାଜନେତା ତଥା ଗାନ୍ଧୀ ପରିବାରର ସଦସ୍ୟଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ପୂର୍ବରୁ ଏଠାରେ କେବଳ ତିନୋଟି ପରିବାର - ଅବଦୁଲ୍ଲା, ମୁଫତି ଏବଂ ଗାନ୍ଧୀ ପରିବାର ଶାସନ କରୁଥିଲେ। ମାତ୍ର ରାଜ୍ୟରେ ଅବସ୍ଥିତ ନିର୍ବାଚନମଣ୍ଡଳୀର ସୀମା ପୁନନିର୍ଦ୍ଧାରଣ ପରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଜନସାଧାରଣ ସେମାନଙ୍କ ପ୍ରତିନିଧୀଙ୍କୁ ନିର୍ବାଚିତ କରିବେ। 


କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଜାମୁ କାଶ୍ମୀରରେ ଆତଙ୍କବାଦ ନେଟୱାର୍କ କୁ ପ୍ରାୟ ସମାପ୍ତ କରିଦେଇଛି। ଯଦି କେହି ଆପଣଙ୍କ ଅଞ୍ଚଳରେ ଆତଙ୍କବାଦକୁ କେହି ସମର୍ଥନ କରନ୍ତି, ତାହେଲେ ଦୟାକରି ତାଙ୍କୁ ବୁଝାଇ ଦିଅନ୍ତୁ ଯେ କାଶ୍ମୀର ଆତଙ୍କବାଦରୁ ଲାଭ ପାଇବ ନାହିଁ। କାଶ୍ମୀର ଗଣତନ୍ତ୍ର, ଏଠାରେ ପ୍ରତିଷ୍ଠିତ ଶିଳ୍ପ ଏବଂ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଦ୍ୱାରା ଉପକୃତ ହେବ।


Also Read: Jammu Kashmir: କେବେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ? ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ


ଜନସଭାକୁ ସମ୍ବୋଧିତ କରିବା ବେଳେ ପାକିସ୍ତାନ ସହ କଥାବାର୍ତ୍ତା କରିବା ଓକିଲାତି କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "କିଛି ଲୋକ ମୋତେ ପାକିସ୍ତାନ ସହ କଥା ହେବାକୁ ପରାମର୍ଶ ଦେଉଛନ୍ତି। ହେଲେ ମୁଁ ପାକିସ୍ତାନ ସହ କଥା ହେବାକୁ ଚାହେଁ ନାହିଁ। ମୁଁ ବାରାମୁଲାର ଗୁର୍ଜର ଏବଂ ବକରୱାଲ ଏବଂ କାଶ୍ମୀରର ଯୁବକଙ୍କ ସହ କଥା ହେବାକୁ ଚାହେଁ। ବନ୍ଧୁକ ଛାଡିବା ଲାଗି ରାଜ୍ୟର ଯୁବପିଢିଙ୍କୁ ଆହ୍ୱାନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସେମାନେ ଆତଙ୍କବାଦ ରାସ୍ତାରେ ନୁହେଁ ବରଂ ବିକାଶ ପଥରେ ଚାଲିବା ଆବଶ୍ୟକ।