Akhilesh Yadavs Convoy Met With An Accident: ସମାଜବାଦୀ ପାର୍ଟି ସଭାପତି ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନେଇ ଆସିଛି ଏକ ବଡ ଖବର। ରାଜ୍ୟର ହରଦୋଇ ଜିଲ୍ଲା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତାଙ୍କ କାର କନଭୟ। ଏହି ଘଟଣାରେ ଚାରିରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହେବା ସହିତ ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି। ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ହରପାଲପୁରସ୍ଥିତ ବୈଠାପୁର ଠାରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ମଲୱା ବିଲଗ୍ରାମ ରୋଡ ସ୍ଥିତ ଖେମିପୁର ଗ୍ରାମ ନିକଟରେ ତାଙ୍କ ତାଙ୍କ କାର କନଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଚାରିରୁ ଅଧିକ ଗାଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। କାର କନଭୟ ଦୁର୍ଘଟଣାର (Convoy Accident) ଶୀକାର ହେବା ପରେ ଲୋକେ ଘଟଣାସ୍ଥଳରେ ଏକାଠି 
ହୋଇଥିଲେ। ସେଠାରେ ଏକ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ରହିଛି। ଘଟଣା ସମ୍ପର୍କରେ ମିଳିଥିବା ଖବର ଅନୁସାରେ ହଠାତ୍ ରାସ୍ତା ଉପରକୁ କିଛି ଆସି ଯାଇଥିଲା। ଏହି କାରଣରୁ ଗୋଟିଏ ଗାଡି ବ୍ରେକ୍ ମାରିଥିଲା ଏବଂ ଅନ୍ୟ ଗାଡ଼ି ପରସ୍ପର ସହ ପିଟାପିଟି ହୋଇଥିଲେ। ଏହି ଦୁର୍ଘଟଣାରେ ସମାଜବାଦୀ ପାର୍ଟି ସଭାପତି (Samajwadi Party President) ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Uttar Pradesh Chief Minister) ଅଖିଳେଶ ଯାଦବଙ୍କ (Akhilesh Yadav) କୌଣସି କ୍ଷତି ହୋଇ ନାହିଁ। ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତାଙ୍କ ପଛରେ ରହିଥିବା ଗାଡି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ।


Also Read: କାର ଆଗକୁ ଅଚାନକ ମାଡ଼ି ଆସିଲା ଷଣ୍ଢ; ଭିଡ଼ିଓ ସେୟାର କ'ଣ କହିଲେ ସମାଜବାଦୀ ପାର୍ଟି ସୁପ୍ରିମୋ


ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତାଙ୍କ (Uttar Pradesh Opposition Leader) ଦିନିକିଆ ହରଦୋଇ (Hardoi) ଗସ୍ତ ପୂର୍ବରୁ ସ୍ଥିର ହୋଇଥିଲା। ଅଖିଳେଶ ଯାଦବ ଦିନ ପ୍ରାୟ ୧୧.୦୦ ସମୟରେ ରାଜଧାନୀ ଲକ୍ଷ୍ନୌ ଠାରୁ ହରଦୋଇ (Lucknow to Hordoi) ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଲକ୍ଷ୍ନୌ ଫେରିବାର ଥିଲା। 


ଏହା ପୂର୍ବରୁ ଗୁରୁବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ ମୁରାଦାବାଦ ଗସ୍ତ (Akhilesh Yadavs Moradabad Visit) ଚର୍ଚ୍ଚାରେ ରହିଥିଲା। ସମାଜବାଦୀ ପାର୍ଟି ଅଭିଯୋଗ କରିଛି ଯେ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କ ଚାପରେ କମିଶନର ଏବଂ ଜିଲ୍ଲପାଳ ଅଖିଳେଶ ଯାଦବଙ୍କ ବିମାନକୁ ମୁରାଦାବାଦ ଠାରେ ଅବତରଣ କରିବାକୁ ଅନୁମତି ଦେଇନାହାଁନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇସାରିଥିବା ଦଳ କହିଛି। ସମାଜବାଦୀ ପାର୍ଟି ଏହାକୁ ଅତ୍ୟନ୍ତ ନିନ୍ଦନୀୟ ଏବଂ ଅଗଣତାନ୍ତ୍ରିକ ବୋଲି କହିଛି।