ଅହମ୍ମଦାବାଦ: Jignesh Mevani Arrest: ଗୁଜୁରାଟର ଭଡଗ୍ରାମରୁ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେଭାନୀ (Jignesh Mevani) ଙ୍କୁ ଆସାମ ପୋଲିସ (Assam police) ଗିରଫ କରିଛି । ଗୁଜୁରାଟରୁ ଜିଗ୍ନେଶ ମେଭାନୀଙ୍କୁ ଗିରଫ କରିବାର ଖବର ରହିଛି । ଗୁଜୁରାଟ (Gujarat) ର ପଲାନପୁର ସର୍କିଟ ହାଉସରୁ ଜିଗ୍ନେଶଙ୍କୁ ଗିରଫ କରାଯାଇଛି । ଆସାମ (Assam) ରେ ଚାଲିଥିବା ଏକ ମାମଲାରେ ଜିଗ୍ନେଶ ମେଭାନୀଙ୍କୁ ଗିରଫ କରାଯାଇଥିବା କୁହାଯାଉଛି ।


COMMERCIAL BREAK
SCROLL TO CONTINUE READING

ଆସାମରେ ତାଙ୍କ (Jignesh Mevani) ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ପ୍ରଥମେ ଜିଗ୍ନେଶ ମେଭାନୀଙ୍କୁ ଅହମ୍ମଦାବାଦକୁ ନେଇଯାଇଛି । ସେଠାରୁ ତାଙ୍କୁ ଆସାମକୁ ନିଆଯାଉଛି । ଜିଗ୍ନେଶ ଗୁଜୁରାଟର ଭଡଗାମ ବିଧାନସଭା ଆସନରୁ ଜଣେ ବିଧାୟକ ।


ସୂଚନା ଅନୁଯାୟୀ, ବୁଧବାର ରାତିରେ ତାଙ୍କୁ (Jignesh Mevani) ପଲାନପୁର ସର୍କିଟ ହାଉସରୁ ଗିରଫ କରାଯାଇଥିଲା । ମେଭାନୀଙ୍କ ଟିମ୍ ସହ ଜଡିତ ଜଣେ କର୍ମଚାରୀ କହିଛନ୍ତି ଯେ ପୋଲିସ ଏଫଆଇଆର କପି ସେୟାର କରି ନାହିଁ । ଆସାମରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା କେତେକ ମାମଲା ବିଷୟରେ ସୂଚନା ଦିଆଯାଇଛି ।


ମେଭାନୀ (Jignesh Mevani) ଙ୍କୁ ଅହମ୍ମଦାବାଦକୁ ନିଆଯାଇଛି । ଯେଉଁଠାରୁ ତାଙ୍କୁ ଗୁଆହାଟୀକୁ ନିଆଯିବାର ଖବର ଅଛି । ଜିଗ୍ନେଶ ମେଭାନୀଙ୍କ ସମର୍ଥକଙ୍କ ଅନୁଯାୟୀ ଆସାମରେ ରୁଜୁ ହୋଇଥିବା ମାମଲାରେ ଆସାମ ପୋଲିସର ଟିମ୍ ତାଙ୍କୁ ଗିରଫ କରିଛି ।


କୁହାଯାଉଛି ଯେ, ଆସାମ ପୋଲିସର ଟିମ୍ ଜିଗ୍ନେଶ ମେଭାନୀଙ୍କୁ ନେଇ ସଡ଼କ ମାର୍ଗରେ ଅହମ୍ମଦାବାଦ ଅଭିମୁଖେ ଯାଉଛି । ଆସାମ ପୋଲିସ ଅହମ୍ମଦାବାଦରୁ ଜିଗ୍ନେଶ ମେଭାନୀଙ୍କୁ ନେଇ ଟ୍ରେନ ଯୋଗେ ଗୁଆହାଟୀ ଅଭିମୁଖେ ଯାତ୍ରା କରିପାରିବ । ବର୍ତ୍ତମାନ ଜିଗ୍ନେଶ ମେଭାନୀଙ୍କ ଗିରଫଦାରୀ ଯୋଗୁଁ ରାଜ୍ୟ ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଚଳିତ ବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି ଆଉ ଏହି ସମୟରେ କଂଗ୍ରେସର ବଡ଼ ଦଳିତ ଚେହେରା ଜିଗ୍ନେଶଙ୍କୁ ଗିରଫ କରାଯାଇଛି ।