Warrant against Bihar Law Minister: ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ରାଜ୍ୟର ଏକ ଅଦାଲତ। ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ମନ୍ତ୍ରୀଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିବା ପରେ ବିହାର ମୁଖ୍ୟନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ମହାମେଣ୍ଟ ସରକାର ସମାଲୋଚନାର ଶରବ୍ୟ ପାଲଟିଛି। ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ନିଜେ ଆଇନ ମନ୍ତ୍ରୀ କାର୍ତ୍ତିକ କୁମାର ନିଜକୁ ବଞ୍ଚାଇବାକୁ ଯାଇ ଏକ ଅବୈଧ ସ୍ପଷ୍ଟୀକରଣ ରଖିଛନ୍ତି। ଏହି ଘଟଣାରେ ମହାମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ନେତା ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ। 


COMMERCIAL BREAK
SCROLL TO CONTINUE READING

ରାଜ୍ୟର ଏକ ଅଦାଲତ ପକ୍ଷରୁ ଗିରଫ ପରୱାନା ଜାରି ହେବା ପରେ ପ୍ରତିକ୍ରିୟା ରଖି ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାର (Bihar Law Minister Kartik Kumar) ସ୍ପଷ୍ଟୀକରଣ ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ ସେ ସତ୍ୟପାଠରେ ସବୁକିଛି କହିଛନ୍ତି। ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ପରେ ତାଙ୍କୁ କୋର୍ଟ ରେ ମଙ୍ଗଳବାର କୋର୍ଟରେ ହାଜର ହେବାର ଥିଲା। ମାତ୍ର ସେ କୋର୍ଟରେ ହାଜର ହେବା ପରିବର୍ତ୍ତେ ସେ ରାଜ ଭବନରେ ପହଞ୍ଚି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।


ବିହାର ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ପରେ ରାଜ୍ୟରେ କ୍ଷମତାସୀନ ମହାମେଣ୍ଟ ସରକାର (Bihar Grand Alliance Govt) ସମାଲୋଚନାର ଶରବ୍ୟ ପାଲଟିଛି। ଯେତେବେଳେ ଆଇନ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ଜାରି ହୋଇଥିବା ୱାରେଣ୍ଟ ବାବଦରେ ନୀତୀଶ କୁମାରଙ୍କୁ (Bihar CM Nitish Kumar) ଏକ ପ୍ରଶ୍ନ ପଚରାଗଲା ସେତେବେଳେ ସେ କହିଥିଲେ ମୋତେ ଏହି ଘଟଣା ବାବଦରେ କୌଣସି ଖବର ମିଳନାହିଁ। 


Also Read: IRCTC Scam: ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ମାଡ଼ି ଆସିଲା ସଂକଟର କଳା ବାଦଲ


ଏହା ସମୟରେ ବିହାର ଦାନାପୁର ଅଦାଲତ ପକ୍ଷରୁ ଜାରି ହୋଇଥିବା ଆଦେଶର ଏକ ନକଲ ସାମ୍ନାକୁ ଆସିଛି। ଯେଉଁଥିରେ ମୋକାମା ଥାନା ପ୍ରଭାରୀଙ୍କୁ ଆଦେଶ ଦିଆଯାଇଛି ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିରୋଧରେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟର ଏହି ଆଦେଶ ଅଗଷ୍ଟ ୧୨ ତାରିଖରେ ଆସିଥିଲା।