Rajasthan Political Drama: ରାଜସ୍ଥାନ ରାଜନୀତି (Rajasthan Politics)ରେ ଚାଲିଥିବା କନ୍ଦଳ ମଧ୍ୟରେ ସରକାରଙ୍କ ମୁଖ୍ୟ ସଚେତକ ଡକ୍ଟର ମହେଶ ଯୋଶୀ (Dr. Mahesh Joshi) ମଙ୍ଗଳବାର କହିଛନ୍ତି ଯେ, ଆମେ ଦଳର ସଚ୍ଚୋଟ ଲୋକ ଏବଂ ଯଦି ଆମେ ବିଶ୍ୱସ୍ତ ନଥା’ନ୍ତୁ ତେବେ ରାଜ୍ୟରେ କଂଗ୍ରେସ ସରକାର କେବେଠାରୁ ଗଡି ପଡ଼ନ୍ତାଣି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତଙ୍କ ବିଶ୍ୱସ୍ତ ବିଧାୟକଙ୍କ ପୃଥକ ବୈଠକକୁ ଅଜୟ ମାକେନ 'ଅନୁଶାସନହୀନତା'  କହିବା ପରେ ପ୍ରତିଉତ୍ତରରେ ଏହି ବୟାନ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ସରକାରଙ୍କ ମୁଖ୍ୟ ସଚେତକ ଡକ୍ଟର ମହେଶ ଯୋଶୀ ଆହୁରି କହିଛନ୍ତି ଯେ, ସେହି ଲୋକ ମାନଙ୍କୁ ସଚ୍ଚୋଟତା (Honesty) ପ୍ରମାଣ କରିବା ଆବଶ୍ୟକ, ଯେଉଁମାନଙ୍କ ଉପରେ ପ୍ରଶ୍ନ ଉଠିଛି। ଯୋଶୀ ଆହୁରି କହିଛନ୍ତି ଯେ, ଯଦି ଆମ ଲୋକଙ୍କ ସଚ୍ଚୋଟତାକୁ ନେଇ କେହି ସନ୍ଦେହ ସୃଷ୍ଟି କରନ୍ତି, ତେବେ ଆମେ ଯେକୌଣସି ପରିସ୍ଥିତିରେ ସେହି ବିଶ୍ୱସ୍ତତା ପ୍ରମାଣ କରିବୁ। ଆମେ ହାଇ କମାଣ୍ଡଙ୍କ ପ୍ରତି ସଚ୍ଚୋଟତାରେ କିଛି ବି କମ୍ କରିନାହୁଁ। ସେ କହିଛନ୍ତି ଯେ, ଯଦି ଆମେ ସଚ୍ଚୋଟ ନୁହେଁ, ତେବେ ରାଜସ୍ଥାନରେ କଂଗ୍ରେସ ସରକାର କେବେଠାରୁ ଭାଙ୍ଗିସାରନ୍ତାଣି। ଆମେ ପାର୍ଟିର ଲୋକ ହିସାବରେ ବିଶ୍ୱସ୍ତ।


ପରୋକ୍ଷରେ ସଚିନ୍ ପାଇଲଟ୍ (Sachin Pilot) ଗୋଷ୍ଠି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ଆମେ ଆମର ବିଶ୍ୱସ୍ତତା ପ୍ରମାଣ କରିଛୁ, କେବଳ ପଚରାଯାଉଥିବା ଲୋକଙ୍କୁ ଏହା ପ୍ରମାଣ କରିବାକୁ ପଡିବ। ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସ ବିଧାୟକ ଦଳର ବୈଠକ କରିବାକୁ ଏଠାକୁ ଆସିଥିବା କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଥିବା ମାକେନ୍ ସୋମବାର ଦିନ କହିଥିଲେ ଯେ, ସରକାରୀ ବୈଠକକୁ ନଆସି ସେହି ସମୟରେ ଆଉ ଏକ ବୈଠକ କରିବା 'ଅନୁଶାସନହୀନତା' ଅଟେ। 


କଂଗ୍ରେସ ବିଧାୟକ ଦଳର ବୈଠକ ରବିବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବାର ଥିବା କିନ୍ତୁ ଗେହେଲତଙ୍କ ବିଶ୍ୱସ୍ତ ବିଧାୟକ ମାନେ ଉପସ୍ଥିତ ନଥିଲେ। ସେହି ବିଧାୟକ ମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରିୱାଲଙ୍କ ବଙ୍ଗଳାରେ ଏକ ବୈଠକ କରିଥିଲେ ଏବଂ ପରେ ବିଧାନସଭା ବାଚସ୍ପତି ଡ. ସିପି ଜୋଶୀଙ୍କୁ ଭେଟି ସେମାନଙ୍କ ଇସ୍ତଫା ପତ୍ର ଦେଇଥିଲେ। ଏହି ବିଧାୟକଙ୍କ ତରଫରୁ ଧାରିୱାଲ, ଯୋଶୀ ଏବଂ ପ୍ରତାପ ସିଂ ଖାଚରିୟାବାସ ଯାଇ ମାକେନ୍ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ।


ମାକେନ୍ କହିଥିଲେ ଯେ, ସେମାନେ ବିଧାୟକ ଦଳରେ ନିଆଯାଇଥିବା ପ୍ରସ୍ତାବ ପାଇଁ ତିନୋଟି ସର୍ତ୍ତ ରଖିଥିଲେ। ଏହା ଉପରେ ମହେଶ ଯୋଶୀ କହିଛନ୍ତି, 'ଆମେ କେବେ କହିନାହୁଁ ଯେ ଏହି ତିନୋଟି କଥା ଆମ ପ୍ରସ୍ତାବର ଅଂଶ। ଆମେ କହିଲୁ ଯେ, ଆପଣ ଏହି ତିନୋଟି ଜିନିଷକୁ ହାଇ କମାଣ୍ଡଙ୍କ ପାଖେ ପହଞ୍ଚାଇବା ଉଚିତ। ପରେ ଆମେ ହାଇ କମାଣ୍ଡର ନିଷ୍ପତ୍ତି ଅନୁଯାୟୀ ଏକ ଲାଇନର ରିଜୋଲ୍ୟୁସନ୍ ପାସ୍ କରିବୁ। ଜୋଶୀ ଆହୁରି କହିଛନ୍ତି ଯେ, 'ହୁଏତ ଆମ କଥା ଅଜୟ ମାକେନଙ୍କୁ ବୁଝାଇ ପାରିଲୁ ନାହିଁ କିମ୍ବା ମାକେନ ଆମ କଥାକୁ ବୁଝି ପାରିଲେ ନାହିଁ। ମୁଁ ବୁଝିପାରୁନି ଯେ ଏପରି ଅସାମଞ୍ଜସ୍ୟ କିପରି ହେଲା?'