କିଏ ଜିତିବେ ପଶ୍ଚିମବଙ୍ଗ, `ଦିଦି` ନା ବିଜେପି? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ`ଣ କହୁଛି ଏହି ଦୁଇ ସର୍ଭେ
West Bengal Assembly Polls 2021: ଆଉ ଅଳ୍ପ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ରାଜ୍ୟରେ ଆଗାମୀ ସରକାର କାହାର ହେବ ସେନେଇ ସର୍ଭେ କରାଯାଉଛି । ଏହି କ୍ରମରେ ପଶ୍ଚିମବଙ୍ଗକୁ ନେଇ ଦୁଇଟି ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ସିଏନ୍ଏକ୍ସ ସର୍ଭେ (CN
ନୂଆଦିଲ୍ଲୀ: West Bengal Assembly Polls 2021: ଆଉ ଅଳ୍ପ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ରାଜ୍ୟରେ ଆଗାମୀ ସରକାର କାହାର ହେବ ସେନେଇ ସର୍ଭେ କରାଯାଉଛି । ଏହି କ୍ରମରେ ପଶ୍ଚିମବଙ୍ଗକୁ ନେଇ ଦୁଇଟି ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ସିଏନ୍ଏକ୍ସ ସର୍ଭେ (CNX Survey) ରେ ମମତା ବାନାର୍ଜୀ (Mamata Banerjee) ପୁଣି ଥରେ ପଶ୍ଚିମବଙ୍ଗରେ ଫେରୁଛନ୍ତି । ସେପଟେ ସି-ଭୋଟର (C-Voter) ର ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି (BJP) ସରକାର ଗଠନ କରିବାକୁ ଯାଉଛି । ସିଏନ୍ଏକ୍ସ ସର୍ଭେରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (TMC) ୨୯୪ଟି ଆସନରୁ ୧୫୧ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ସର୍ଭେ ଅନୁଯାୟୀ ବିଜେପି ଖାତାରେ ୧୧୭ଟି ଆସନ ଯାଉଥିବାର ଦେଖାଯାଉଛି । ବାମ (Left Parties) ଓ କଂଗ୍ରେସ (Congress) ଖାତାକୁ ୨୪ଟି ଆସନ ମିଳିବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ:-ଶାହଙ୍କୁ ଡାକି 'ଶକ୍ତି ପ୍ରଦର୍ଶନ' କରିବ ବସୁନ୍ଧରା କ୍ୟାମ୍ପ, ଜାଣନ୍ତୁ ବିଜେପିରେ ଗୋଷ୍ଠୀ କନ୍ଦଳ ଉପରେ ତାଜା ଅପଡେଟ୍
ସିଏନଏକ୍ସ ସର୍ଭେ ଅନୁଯାୟୀ, ଦକ୍ଷିଣ ବଙ୍ଗଳାରେ ଟିଏମସି (TMC) ର ଏବେବି ଦବଦବା ରହିଛି । ସର୍ଭେରେ ଟିଏମସି ଏଠାରେ ୮୪ଟି ଆସନ ମଧ୍ୟରୁ ୫୩ଟି ଆସନ ପାଉଥିବାର ଦେଖିବାକୁ ମିଳୁଛି । ବିଜେପିକୁ ୧୬ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ଏବିପି ନ୍ୟୁଜ୍ ପାଇଁ ଏହି ଓପିନିୟନ ପୋଲ ଦିଲ୍ଲୀର ଏକ ଅନୁସନ୍ଧାନ ଓ ସର୍ଭେ ଏଜେନ୍ସି CNX ଦ୍ୱାରା କରାଯାଇଛି । ପଶ୍ଚିମବଙ୍ଗର ୨୯୪ଟି ଆସନରୁ ୧୧୨ଟି ଆସନ ଉପରେ ହୋଇଥିବା ଏହି ସର୍ଭେରେ ୮୯୬୦ ଜଣଙ୍କ ସହ ଆଲୋଚନା କରାଯାଇଛି । ଜାନୁଆରୀ ୨୩ରୁ ଫେବୃଆରୀ ୭ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର, ପୁଣି ଆରମ୍ଭ ହେଉଛି ଏହି ସେବା
ସି-ଭୋଟର (C-Voter) ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି ସରକାର ଗଠନ କରୁଥିବାର ଦେଖାଯାଉଛି । ଏହି ସର୍ଭେରେ ୪୩ ପ୍ରତିଶତ ଲୋକ ମନେ କରନ୍ତି ଯେ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ । ଏଥି ସହିତ ୩୫ ପ୍ରତିଶତ ଲୋକ ମନେ କରନ୍ତି ଯେ ମମତା ବାନାର୍ଜୀଙ୍କ ଟିଏମସି ରାଜ୍ୟରେ ପୁଣି ଥରେ ସରକାର ଗଠନ କରିପାରେ । ଅନ୍ୟପଟେ ୧୪ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ବାମ ଓ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରନ୍ତି ବୋଲି ମନେ କରନ୍ତି । ଏଥି ସହିତ ୨ ପ୍ରତିଶତ ଲୋକ ରାଜ୍ୟରେ ଝୁଲା ବିଧାନସଭାର ଆଶଙ୍କା ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି! ଜାଣନ୍ତୁ କେତେ ବଢ଼ିବ ଭ୍ରମଣ ଭତ୍ତା
ସିଏନ୍ଏକ୍ସ ସର୍ଭେ ଅନୁଯାୟୀ, ୨୦୧୯ ତୁଳନାରେ ମମତାଙ୍କ ଦଳ ଟିଏମସିକୁ ବଡ ଝଟକା ଲାଗୁଥିବାର ଦେଖାଯାଉଛି । ଦଳ ଉତ୍ତର ବଙ୍ଗଳାରେ ବଡ଼ କ୍ଷତି ସହିବାକୁ ଯାଉଛି । ଏହି କ୍ଷେତ୍ରରେ ବିଜେପି ବଡ଼ ସଫଳତା ହାସଲ କରୁଥିବା ଜଣାପଡିଛି । ଉତ୍ତର ବଙ୍ଗର ୫୬ଟି ଆସନ ମଧ୍ୟରୁ ବିଜେପି ୩୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏଥି ସହିତ ଟିଏମସିକୁ କେବଳ ୧୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ । ସେପଟେ ବାମପନ୍ଥୀ ଓ କଂଗ୍ରେସ ୭ଟି ଆସନ ପାଇପାରେ ବୋଲି ଅନୁମାନ କରାଯାଇଛି । ଅନ୍ୟମାନଙ୍କୁ ୨ଟି ଆସନ ମିଳିବ ବୋଲି ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ଦଳର ଏହି ବରିଷ୍ଠ ନେତାଗଣ
ସି-ଭୋଟର ସର୍ଭେରେ ଯଦିଓ ଲୋକମାନେ ବିଜେପି ସରକାର ଗଠନ ବିଷୟରେ କହୁଛନ୍ତି, ତେବେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ପ୍ରଥମ ପସନ୍ଦ । ରାଜ୍ୟର ୫୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ମମତା ବାନାର୍ଜୀ ସିଏମ୍ ପଦ ପାଇଁ ସର୍ବୋତ୍ତମ ପ୍ରାର୍ଥୀ ଅଟନ୍ତି । ଏଥି ସହିତ ୨୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ବିଜେପିର ଦିଲୀପ ଘୋଷ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସିଏମ ପଦ ପାଇଁ କଂଗ୍ରେସର ଅଧୀର ରଂଜନ ଚୌଧୁରୀଙ୍କୁ ୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ସର୍ଭେରେ ବେଙ୍ଗଳ ଟାଇଗର ସୌରଭ ଗାଙ୍ଗୁଲି ଜଣେ ଭଲ ସିଏମ ପ୍ରାର୍ଥୀ ଭାବରେ ୪ ପ୍ରତିଶତ ଲୋକଙ୍କ ପସନ୍ଦ ହୋଇପାରିଛନ୍ତି ।
ଏବିପି ନ୍ୟୁଜ୍ ପାଇଁ ସି-ଭୋଟରର ସର୍ଭେ ଟେଲିଫୋନ୍ ବାର୍ତ୍ତାଳାପ ଆଧାରରେ କରାଯାଇଛି । ଏହି ସର୍ଭେରେ ୭୫୨୭ ଜଣଙ୍କ ସହ କଥା ହୋଇଛନ୍ତି । ଫେବୃଆରୀ ୧୪ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ଏହା ବ୍ୟତୀତ ସି-ଭୋଟର ସାପ୍ତାହିକ ସ୍ନାପ୍ ପୋଲ୍ ମଧ୍ୟ କରିଥିଲା । ଯେଉଁଥିରେ ୨୮୧୧ ଜଣଙ୍କ କଥାବାର୍ତ୍ତା କରାଯାଇଥିଲା ।