ନୂଆଦିଲ୍ଲୀ: UP Election 2022: ନିର୍ବାଚନ ଋତୁ ଆସିବା ସହ ନେତାଙ୍କ ଦଳ ବଦଳ ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ଏହି କ୍ରମରେ ଆରପିଏନ ସିଂ (RPN Singh) କଂଗ୍ରେସ (Congress) ରୁ ଇସ୍ତଫା ଦେଇ ଗତକାଲି(ମଙ୍ଗଳବାର) ବିଜେପି (BJP) ରେ ଯୋଗ ଦେଇଛନ୍ତି । ଏହି ଅବସରରେ ଆରପିଏନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ଙ୍କୁ ପ୍ରଶଂସା କରିଛନ୍ତି । ଏଥି ସହ ସେ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରପିଏନ୍ ସିଂଙ୍କୁ ବିଜେପିରେ ସାମିଲ କରାଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ବିଜେପି (BJP) ରେ ଯୋଗଦେବା ପରେ ଆରପିଏନ ସିଂ (RPN Singh) ଜେପି ନଡ୍ଡା (JP Nadda), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏବଂ ଅମିତ ଶାହ (Amit Shah) ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଖୁବ୍ କମ୍ ସମୟ ମଧ୍ୟରେ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ କରିଛନ୍ତି । ସିଂ ଆହୁରି ମଧ୍ୟ କହିଛନ୍ତି ଯେ ୟୁପିରେ ସିଏମ ଯୋଗୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିଛନ୍ତି । ମୁଁ ପୂର୍ବାଞ୍ଚଳରୁ ଆସିଛି, ଯାହା ପାଇଁ ମୁଁ ଗର୍ବିତ । ଡବଲ୍ ଇଞ୍ଜିନ୍ ସରକାର ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି ।


କଂଗ୍ରେସର ଚିନ୍ତାଧାରା ଉପରେ ଆରପିଏନ୍ ସିଂ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ ଆଗରୁ କହୁଥିଲେ ଯେ ତାଙ୍କୁ ବିଜେପିକୁ ଯିବା ଉଚିତ । ସେ କହିଛନ୍ତି ଯେ ଏହା ଉପରେ ମୁଁ କହିବାକୁ ଚାହିଁବି ଯେ ବିଳମ୍ବ ହୋଇଛି କିନ୍ତୁ ସବୁ ଠିକ ଅଛି । ୩୨ ବର୍ଷ ଧରି ମୁଁ ଗୋଟିଏ ଦଳରେ ରହି ସଚ୍ଚୋଟ ଭାବରେ ଧ୍ୟାନ ଲଗାଇ କଠିନ ପରିଶ୍ରମ କରିଛି । କିନ୍ତୁ ଯେଉଁ ଦଳରେ ମୁଁ ଏତେ ବର୍ଷ ରହିଥିଲି, ତାହା ଆଉ ସେହି ଦଳ ହୋଇ ରହିନାହିଁ କିମ୍ବା ନାଁ ସେହି ବିଚାରଧାରା ରହିଛି ଯେଉଁଠାରୁ ଆରମ୍ଭ ଥିଲି ।


ଏହା ବି ପଢ଼ନ୍ତୁ:-ପଞ୍ଜାବର ପୋଲ୍ ଅଫ୍ ପୋଲରେ ଉଭୟ କଂଗ୍ରେସ ଓ ଆପକୁ ବଡ଼ ଝଟକା, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ


ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ଏହା ବି ପଢ଼ନ୍ତୁ:-ରାସନ ଡିଲର ହେବା ପାଇଁ ଏପରି କରନ୍ତୁ ଆବେଦନ, ହେବ ମୋଟା ଅଙ୍କର ରୋଜଗାର, ଜାଣନ୍ତୁ ପୂରା ପ୍ରକ୍ରିୟା


 


ଏଠାରେ କହି ରଖୁଛୁ ଯେ, ଆରପିଏନ ସିଂଙ୍କ ବିଜେପିରେ ସାମିଲ ହେବା ଅବସରରେ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ଓ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ, ଦୀନେଶ ଶର୍ମା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅନୁରାଗ ଠାକୁର ଉପସ୍ଥିତ ଥିଲେ । ମିଳିତ ସୂଚନାନୁସାରେ କୁଶୀନଗର ପଡରୌନା ବିଧାନସଭା ଆସନରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ (Swami Prasad Maurya) ଙ୍କ ବିରୋଧରେ ବିଜେପି (BJP) ଆରପିଏନ ସିଂ (RPN Singh) ଙ୍କୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ।