ନୂଆଦିଲ୍ଲୀ: Uttar Pradesh Assembly Election 2022: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଲଗାତର ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ସୋମବାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି । ଏହି ସମୟରେ ସେ ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ କେବେଠାରୁ ପ୍ରଚାର ଆରମ୍ଭ କରିବେ? ଏହା ବ୍ୟତୀତ ପ୍ରିୟଙ୍କା ଅଖିଳେଶ ଯାଦବ ଓ ମାୟାବତୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆପଣ ୟୁପିରେ ବହୁତ ପ୍ରଚାର କରୁଛନ୍ତି, ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାର କରିବେ କି? ଏହାର ଜବାବରେ ପ୍ରିୟଙ୍କା କହିଛନ୍ତି, ହଁ ନିଶ୍ଚୟ, ୟୁପି ଯୁବକମାନଙ୍କ ପାଇଁ କିଛି ନୂଆ ଘୋଷଣା ହେବାର ଅଛି । ମୁଁ ମଧ୍ୟ ମୋ ଭାଇ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ମୁଁ ଚାହୁଁଛି ସେ ଏଥିରେ ଯୋଗ ଦିଅନ୍ତୁ ।


ଚଳିତ ବର୍ଷ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ବିଷୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କହିଛନ୍ତି । ତାଙ୍କୁ ପଚରାଯାଇଥିଲା କି ରାହୁଲ ଗାନ୍ଧୀ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି? ଏହାର ଜବାବରେ ସେ କହିଛନ୍ତି, 'ଅଧ୍ୟକ୍ଷ ହେବାକୁ ଚାହୁଁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଲଢ଼ିବେ । ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷ ହେବା ଉଚିତ ବୋଲି କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି । ଏହା ପରେ ପ୍ରିୟଙ୍କାଙ୍କୁ ପ୍ରଶ୍ନ ପଚରାଯାଇଥିଲା, ଆପଣ ଭାବୁଛନ୍ତି କି ରାହୁଲ ଗାନ୍ଧୀଙ୍କୁ ନିର୍ବାଚନରେ ​​ଲଢ଼ିବା ଉଚିତ କି ନାହିଁ? ଏଥିପାଇଁ ପ୍ରିୟଙ୍କା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ଉଚିତ ।


ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସ ଗେମ୍ ଚେଞ୍ଜର ପ୍ରମାଣିତ ହେବ କି?   ଏହି ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଛନ୍ତି, ଏହା ତ ଫଳାଫଳ ପ୍ରମାଣିତ କରିବ । କିନ୍ତୁ କଥାଟି ହେଉଛି, ଆମେ କ’ଣ ପ୍ରୟାସ କରିଛୁ? ଆମେ ନିର୍ବାଚନର ପ୍ରକୃତ ପ୍ରସଙ୍ଗ ସହିତ ଜନସାଧାରଣଙ୍କ ନିକଟକୁ ଯାଉଛୁ । ଏହି ବିଷୟଗୁଡ଼ିକରେ ଆମେ ଆପଣଙ୍କ ପାଇଁ କ’ଣ କରିବାକୁ ଚାହୁଁଛୁ ସେମାନଙ୍କୁ ଆମେ କହୁଛୁ, ଯେପରି ବେକାରୀ, ମହିଳାମାନଙ୍କ ପାଇଁ କ’ଣ କରିବାକୁ ଚାହୁଁଛୁ? ତାହା ଜନତାଙ୍କ ଆଗରେ ରଖୁଛୁ ।


ଏହା ବି ପଢ଼ନ୍ତୁ:-କିଏ ହେବେ ପରବର୍ତ୍ତୀ ୟୁପି ମୁଖ୍ୟମନ୍ତ୍ରୀ? ଜବାବ ରଖିଲେ ଯୋଗୀଙ୍କ ଡେପୁଟି ସିଏମ କେଶବ ମୌର୍ଯ୍ୟ


ଏହା ବି ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଭଉଣୀ ପରେ କଂଗ୍ରେସରେ ସାମିଲ ହେବେ ସୋନୁ ସୁଦ! ଟ୍ୱିଟ୍ କରି ଦଳର ଏହି ବଡ଼ ନେତା ଦେଲେ ସୂଚନା


ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ASL ରିପୋର୍ଟରେ ବଡ଼ ଖୁଲାସା, ଜାଣନ୍ତୁ କେଉଁଠାରେ ହୋଇଛି ବଡ଼ ଭୁଲ


 


ରାଜନୀତିରେ ଆପଣଙ୍କର ଏଣ୍ଟ୍ରିରେ ବିଳମ୍ବ ହେଲା କି? ଏହାର ପ୍ରତିକ୍ରିୟାରେ ପ୍ରିୟଙ୍କା କହିଛନ୍ତି, ଯେତେବେଳେ ମୋର ବୟସ ୧୬ ବର୍ଷ ହୋଇଥିଲା ସେବେଠାରୁ ମୋ ବିଷୟରେ ଚର୍ଚ୍ଚା ହେଉଛି । ଏହାପୂର୍ବରୁ ପ୍ରିୟଙ୍କା ରାଜନୀତିରେ ଯୋଗଦେବେ କି ନାହିଁ ତାହା ଉପରେ ଆଲୋଚନା କରାଯାଉଥିଲା । ଯେତେବେଳେ ମୁଁ ଆସିଲ, ଏବେ ଆଲୋଚନା ହେଉଛି ଯେ ଆପଣ କାହିଁକି ବିଳମ୍ବରେ ଆସିଲ, ଆଉ କେତେ ଦିନ ପାଇଁ ରହିବେ?