What is Ponzi scheme: 


COMMERCIAL BREAK
SCROLL TO CONTINUE READING

ପୋଞ୍ଜି ସ୍କିମ୍ ପୁଣିଥରେ ଆଲୋଚନା ଭିତରକୁ ଆସିଛି। ପୋଞ୍ଜି ସ୍କିମ୍ ମାମଲାରେ ତାମିଲନାଡୁର ତିରୁଚିରାପଲ୍ଲୀରେ ଅବସ୍ଥିତ ପ୍ରଣବ ଜୁଏଲର୍ସ ପରିସରରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ମାମଲାରେ ଇଡି ମଧ୍ୟ ପ୍ରସିଦ୍ଧ ଖଳନାୟକ ପ୍ରକାଶ ରାଜଙ୍କୁ ପଚରାଉଚରା କରିବାକୁ ଯାଉଛି।


ଏଭଳି ପରିସ୍ଥିତିରେ ମନରେ  ପ୍ରଶ୍ନ ଆସୁଥିବ ଯେ ପୋଞ୍ଜି ସ୍କିମ୍ କ’ଣ, ଏହି ନାମ କେଉଁଠୁ ଆସିଲା,କେମିତି ଆସିଲା, ପ୍ରଣବ ଜୁଏଲର୍ସ ଏମିତି  କ’ଣ କଲେ ଯେ ଇଡି ସଂସ୍ଥା ବିରୋଧରେ  ଆଭିମୁଖ୍ୟକୁ କଠୋର କରିଛି ଓ  ପ୍ରକାଶ ରାଜଙ୍କ  ନାମ କାହିଁକି ମାମଲା ଭିତରକୁ ଆସିଲା। ଆସନ୍ତୁ ଗୋଟିଗୋଟି କରି ସବୁ ପ୍ରଶ୍ନର ଉତ୍ତର ଜାଣିବା।


 


ପୋଞ୍ଜି ସ୍କିମ୍ କ’ଣ?


ପୋଞ୍ଜି  ସ୍କିମ୍ ଏମିତି  ଯୋଜନାର ଲୋଭନୀୟ ଥୋପ ହୋଇଥାଏ  ଯେଉଁଥିରେ ଗ୍ରାହକଙ୍କୁ ବିନା  ବିପଦରେ  ବିପୁଳ ଲାଭର ଲୋଭ ଦେଖାଇ ଫସାଯାଏ। ଟଙ୍କା ଡୁବିବାର ଆଶଙ୍କା ନଥିବାରୁ ଓ ପ୍ରଚୁର ଲାଭ ଆଶାରେ ଲୋକମାନେ ସହଜରେ ଏହି ଯୋଜନାରେ ଯୋଗ ଦିଅନ୍ତି। ଅନେକ କ୍ଷେତ୍ରରେ, ପ୍ରାରମ୍ଭିକ ନିବେଶକମାନଙ୍କୁ କିଛିକିଛି ରିଟର୍ନ ଦେଇ ଏହି ଯୋଜନା ପ୍ରଚାରିତ ହୁଏ ଯାହା ଦ୍ୱାରା ଅଧିକରୁ ଅଧିକରୁ ଅଧିକ  ଲୋକ ଏଥିରେ ପୁଂଜି ଖଟାନ୍ତି। ଅଧିକ ରିଟର୍ଣ୍ଣ ଦେଖି ନୂତନ ନିବେଶକମାନେ ଏଥିରେ ଯୋଗ ଦିଅନ୍ତି। କିନ୍ତୁ ଯେତେବେଳେ ନିବେଶକଙ୍କ ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୁଏ ଏବଂ ଟଙ୍କା ବିନିଯୋଗ ବନ୍ଦ ହୋଇଯାଏ,ସେତେବେଳେ ପୁରା ସ୍କିମ୍ ଉପରୁ ପରଦା ହଟିଯାଏ କାରଣ ନୂଆନୂଆ ପୁଂଜି ଖଟାଇଥିବା ନିବେଶକ ଆଉ ଟଙ୍କା ଫେରି ପାଆନ୍ତି ନାହିଁ।  ସରଳ ଭାଷାରେ କହିଲେ  ଏହିପରି ଯୋଜନାଗୁଡିକ ଆରମ୍ଭ ହୋଇଥାଏ ନୀରିହ  ନିବେଶକମାନଙ୍କୁ ଠକିବା ପାଇଁ।


 


ପୋଞ୍ଜି ସ୍କିମ୍ ନାମ ଆସିଲା କୋଉଁଠୁ?


ବର୍ତ୍ତମାନ ଆସନ୍ତୁ ଜାଣିବା ପୋଞ୍ଜି ସ୍କିମର ନାମ କେମିତି  ପୋଞ୍ଜି ହେଲା।  ପୋଞ୍ଜି ସ୍କିମର ନାମ ଇଟାଲୀୟ ବ୍ୟବସାୟୀ ଚାର୍ଲ୍ସ ପୋଞ୍ଜିଙ୍କ ନାମରୁ ଆସିଛି।


ଚାର୍ଲ୍ସ ପୋଞ୍ଜି 1920 ରେ ଆମେରିକାରେ ଏହି ଯୋଜନା ଆରମ୍ଭ କରିଥିଲେ। ଯେଉଁଥିରେ ନିବେଶକଙ୍କଠାରୁ ବିପୁଳ ପରିମାଣର ଟଙ୍କା ନିଆଯାଇଥିଲା। ତାଙ୍କର ଯୋଜନା ଡାକ ଷ୍ଟାମ୍ପ ସହିତ ଜଡିତ ଥିଲା। ପ୍ରଥମେ ସେ ଅଧିକ ରିଟର୍ଣ୍ଣର ଆଶା ଦେଖାଇ ନିବେଶକଙ୍କୁ ନିଜ ସ୍କିମ ଆଡକୁ ଆକର୍ଷିତ କରିଥିଲେ। ନୂତନ ନିବେଶକଙ୍କ ଟଙ୍କାକୁ ସେ  ପୁରୁଣା ନିବେଶକଙ୍କୁ ରିଟର୍ଣ୍ଣ ଭାବେ ଦେଉଥିଲେ ଏବଂ ନିଜ ପାଇଁ ଖର୍ଚ୍ଚ କରୁଥିଲେ। କିନ୍ତୁ ଯେମିତି ନୂଆ ନିବେଶକ ଆସିବା ବନ୍ଦ ହେଲା ସେମିତି ସେ ଆଉ ପୁରୁଣା ନିବେଶକଙ୍କୁ ମୁଳ ଟଙ୍କା କିମ୍ବା ଶୁଧ ଫେରାଇ ପାରିନଥିଲେ। ଆମେରିକାରେ ସେତେବେଳେ ପୋଞ୍ଜିଙ୍କ ଏହି କାରନାମାକୁ ନେଇ ବେସ ଚର୍ଚ୍ଚା ହୋଇଥିଲା। ପୋଞ୍ଜି ଓ ତାଙ୍କ ସ୍କିମ୍ ଖବରକାଗଜରେ ହେଡଲାଇନ୍ ହୋଇଥିଲେ। ଶେଷରେ ସ୍କିମ୍ ବନ୍ଦ ହୋଇଯାଇଥିଲା। ଅନେକ ନିବେଶକ ନିଜ ଜମାପୁଂଜି ହରାଇଥିଲେ। ପରବର୍ତ୍ତି କାଳରେ ଏଭଳି ସବୁ ପ୍ରକାରର ଠକେଇ ସ୍କିମକୁ ପୋଞ୍ଜି ସ୍କିମ୍ ବୋଲି କୁହାଯାଇଥିଲା।


ପୋଞ୍ଜି ସ୍କିମ୍ ଏବଂ  ପ୍ରଣବ ଜୁଏଲର୍ସ


ତାମିଲନାଡୁର ପ୍ରଣବ ଜୁଏଲର୍ସ ସୁନାରେ ବିନିଯୋଗ କରି ଗ୍ରାହକଙ୍କୁ ଭଲ ରିଟର୍ଣ୍ଣ ପ୍ରତିଶୃତି ଦେଇଥିବା ଅଭିଯୋଗ ହୋଇଛି। ଏହି ଉପାୟରେ, ଅଧିକ ଲାଭ ଦେବା ନାମରେ ପ୍ରଣବ ଜୁଏଲର୍ସ ଗ୍ରାହକଙ୍କଠାରୁ 100 କୋଟି ଟଙ୍କା ସଂଗ୍ରହ କରିଥିଲା। କିନ୍ତୁ ପରେ ନିବେଶକଙ୍କୁ ପ୍ରତିଶ୍ରୁତି ମୁତାବକ ରିଟର୍ଣ୍ଣ ମିଳିନଥିଲା। ଫଳରେ ନିବେଶକ ଅଭିଯୋଗ କରିଥିଲେ।


ପ୍ରାରମ୍ଭିକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ ଏହି କମ୍ପାନୀ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରି ଏହାକୁ ସେଲ କମ୍ପାନୀକୁ ପଠାଉଥିଲା। ସେଲ୍ କମ୍ପାନୀଗୁଡିକ ହେଉଛି ଏଭଳି  କମ୍ପାନୀ ଯାହା କେବଳ ଟ୍ୟାକ୍ସ ଫାଙ୍କିବା ପାଇଁ କିମ୍ବା କଳାଟଙ୍କା ଧଳା କରିବା ପାଇଁ ତିଆରି ସାଧାରଣତଃ  ସେମାନେ ଅର୍ଥ ହେରଫେର ପାଇଁ ବେଆଇନ ପାଣ୍ଠି ବ୍ୟବହାର କରନ୍ତି।


ପ୍ରକାଶ ରାଜ କାହିଁକି ଫଶିଲେ ?


ପ୍ରକାଶ ରାଜ ପ୍ରଣବ ଜୁଏଲର୍ସ ଦ୍ୱାରା ଆରମ୍ଭ ହୋଇଥିବା ପୋଞ୍ଜି ସ୍କିମର ବ୍ରାଣ୍ଡ୍ ଆମ୍ବାସଡାର ଥିଲେ। 58 ବର୍ଷ ବୟସ୍କା ପ୍ରକାଶ ପ୍ରଣବ ଜୁଏଲର୍ସର ପ୍ରଚାର କରୁଥିଲେ। ଏବେ ତାଙ୍କୁ ଚେନ୍ନାଇରେ ଇଡି ଆଗରେ ହାଜର ହେବାକୁ କୁହାଯାଇଛି। କମ୍ପାନୀ ସହିତ ତାଙ୍କର ସହଭାଗୀତା ହେତୁ ବର୍ତ୍ତମାନ ପ୍ରକାଶ ରାଜଙ୍କୁ ଏହି ପ୍ରସଙ୍ଗରେ ପଚରା ଉଚରା କରାଯିବ।