ଭୁବନେଶ୍ବର: ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ପ୍ରଦୀପ କୁମାର ବେହେରା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ବେହେରା ଏହାପୂର୍ବରୁ ପୂର୍ବତଟ ରେଳବାଇର ଭୁବନେଶ୍ୱରର ମୁଖ୍ୟ ବୈଦ୍ୟୁତିକ ଇଞ୍ଜିନିୟର (ନିର୍ମାଣ)-୨ ଭାବରେ କାର୍ଯ୍ୟ କରୁଥିଲେ। ଶ୍ରୀ ବେହେରା ୧୯୯୮ ବ୍ୟାଚ୍ ଅଫ୍ ଇଣ୍ଡିଆନ୍ ରେଲୱେ ସର୍ଭିସେସ୍ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ (ଆଇଆରଏସଇଇ) ର ଅଟନ୍ତି। ସେ ଏନଆଇଟି ରାଉରକେଲାରେ ବି-ଟେକ୍ କରିଛନ୍ତି। ସେ ପୂର୍ବତଟ ରେଳବାଇରେ ବିଭିନ୍ନ କ୍ଷମତାରେ ଯଥା ମୁଖ୍ୟ ବଦ୍ୟୁତିକ୍ ଇଞ୍ଜିନିୟର (ନିର୍ମାଣ), ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଅପରେସନ୍), ଖୋର୍ଦ୍ଧାରୋଡ୍ ଓ ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଜେନେରାଲ୍) ଖୋର୍ଦ୍ଧାରୋଡ୍ ଆଦି କରିଛନ୍ତି।