ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଆଜି ନିଜର ଅଭିଭାଷଣ ରଖିଛନ୍ତି ମହାମହିମ। ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସଭାରେ ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି। ଦେଶରେ ଗରିବୀ ଦୂର ହୋଇଛି। ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ, ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ। ପ୍ରତିଟି ଲୋକର ବିକାଶ ହୋଇପାରିଲେ ଏକ ବିକଶିତ ଭାରତ ସମ୍ଭବ ହେବ। ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି। ସରକାରଙ୍କ ସବୁ ଯୋଜନାର ସୁବିଧା ସମସ୍ତଙ୍କ ନିକଟରେ ପହଞ୍ଚାଯିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। 


ଅନ୍ୟପଟେ ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ମଧ୍ୟ କରାଯିବ। ବିଜୁଳି ବିଲ୍ ଜିରୋ କରିବାକୁ ଯୋଜନା ଆସିଛି। ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି। ନର୍ଥ ଇଷ୍ଟରେ ସ୍ଥାୟୀ ଶାନ୍ତି ପାଇଁ ବି ମୋ ସରକାର ଉଦ୍ୟମ କରୁଛି। ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି। ଯାହା ପବ୍ଲିକ୍ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।