Puri News : ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ନୀତି। ଆଉ ଦୀର୍ଘ ଦୁଇବର୍ଷ ପରେ ଅର୍ଥାତ ଚଳିତ ବର୍ଷ ହିବିଷ୍ୟାଳିଙ୍କ ଭିଡ ଜମୁଛି ଶ୍ରୀକ୍ଷେତ୍ରରେ।ଏଥର ହିବିଷ୍ୟାଳିଙ୍କ ରହଣୀ ପାଇଁ ଅସ୍ଥାୟୀ ଶିବିର ନୁହେଁ ବରଂ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସରେ ରହଣୀ ବ୍ୟବସ୍ଥା କରାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷ୍ଯାଳି ଶିବିରକୁ ପାଞ୍ଚଦିନ ବିତିଲାଣି। ହେଲେ ଏବେବି ଶିବିର ଗୁଡିକରେ ଅବ୍ଯବସ୍ଥା ଲାଗି ରହିଛି। ପ୍ରଶାସନ ପକ୍ଷରୁ ତିନି ହଜାରରୁ ଉର୍ଦ୍ଧ୍ବ ହବିଷ୍ଯାଳିଙ୍କୁ ପାଞ୍ଚୋଟି ଶିବିରରେ ରଖାଯାଇଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ବୃନ୍ଦାବତି ଭବନରେ ଲିପ୍ଟ ବ୍ଯବସ୍ଥା ସଠିକ ଭାବେ କାର୍ଯ୍ଯ କରୁନଥିବାରୁ ହବିଷ୍ଯାଳି ମାନେ ସାତମହଲା କୋଠାକୁ ସିଡି ଓ ସିମେଣ୍ଟ ରାମ୍ପରେ ଚଢି ଯିବାକୁ ବାଧ୍ୟ ହେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ଦୁଇଦିନ ପୂର୍ବରୁ ଲିପ୍ଟରେ ଫସିଯାଇଥିଲେ ୧୨ଜଣ ମହିଳା। ସିକ୍ଯୁରିଟି ଲିପ୍ଟରେ ଛାଡି ପଳାଇ ଆସିଥିଲେ। ସୁଇଜ ମାରିବା ବେଳେ ଲିପ୍ଟ ଡୋର ବନ୍ଦ ହୋଇଯାଇଥିଲା । ଲିପ୍ଟ ଭିତରେ ଫସିବା ସହ କାନ୍ଦବୋବାଳି ହୋଇଥିଲା। ସୌଭାଗ୍ୟ ବଶତ ଜଣେ କେହି ବାହାରୁ ଡୋର ଓପନ ସୁଇଚ ମାରିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୧୨ହବିଷ୍ଯାଳି। ଖାଲି ସେତିକି ନୁହେଁ ଶୁଦ୍ଧ ପାନୀୟ ଜଳ ପାଇଁ ସାତ ମହଲାରୁ ତଳକୁ ଆସୁଛନ୍ତି । ଏମିତିକି ଲିପ୍ଟ ଚଳାଇ ପାରୁନଥିବାରୁ ସିଡିରେ ତଳକୁ ଗୁରୁଣ୍ଡି ଗୁରୁଣ୍ଡି ଆସିବାକୁ ପଡୁଛି।ଖାଲି ଶିବିରରେ ଦଅଗଞ୍ଜ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ସେବାୟତଙ୍କ ଟାହିଟାପରାର ଶିକାର ହେଉଛନ୍ତି ହବିଷ୍ଯାଳି। ଦର୍ଶନ ସମୟରେ ସେବାୟତ,ଯାତ୍ରୀଗୁମାସ୍ତା ଓ ଧୁଳିଆ ମାନେ ହବିଷ୍ଯାଳିଙ୍କୁ ନବୀନର ମାଗଣା ଖିଆ ବୋଲି ଆକ୍ଷେପ କରୁଥିବା ଅଭିଯୋଗ ହୋଇଛି । ତେଣୁ ପ୍ରତିଟି ଶିବିରର ଅନେକ ହବିଷ୍ଯାଳି ଏଭଳି ଭାବରେ ଶିକାର ହେବା ସହ ଶିବିରରେ ଏନେଇ ଅଭିଯୋଗ କରୁଛନ୍ତି। ସେପଟେ ଦର୍ଶନ ଶୃଙ୍ଖଳାକୁ ନେଇ କିଛି ସେବାୟତ ଏଭଳି କରୁଛନ୍ତି ବୋଲି ସ୍ବୀକାର କରିଛନ୍ତି ବରିଷ୍ଠ ସେବାୟତ। ସେପଟେ ଏହି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଶାସନ ଓ ଛତିଷାନିଯୋଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ। 


ଦିନକୁ ଦିନ ସମସ୍ଯା ବଢୁଥିଲେ ମଧ୍ୟ ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛି ପ୍ରଶାସନ। ଦିର୍ଘ ୨ ବର୍ଷ ଧରି କୋଭିଡ ପାଇଁ ହିବିଷ୍ୟାଳୀଙ୍କ ଶିବିରର ଆୟୋଜନ କରାଯାଉ ନ ଥିଲା। ଫଳରେ ହିବିଷ୍ୟାଳିମାନେ ପୁରୀରେ ନିଜ ବ୍ରତ କରିବାରୁ ବଞ୍ଚିତ ହେଉଥିଲେ। ଚଳିତ ବର୍ଷ ବ୍ରତଧାରୀଙ୍କ ସଂଖ୍ୟା ବଢିଛି । କାରଣ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତୀକ ବ୍ରତ କଲେ ମହାପୁଣ୍ଯ ମିଳିଥାଏ ବୋଲି ଏହି ବିଶ୍ୱାସ ରହିଛି । ତେବେ ପୂର୍ବରୁ ଅସ୍ଥାୟୀ ଶିବିରରେ କାର୍ତ୍ତିକ ବ୍ରତ ବେଳେ ହବିଷ୍ଯାଳି ମାନେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ। ତେବେ ଦେଖିବାକୁ ବାକି ରହିଲା ହବିଷ୍ୟାଳିଙ୍କ ଏ ସମସ୍ୟା ପ୍ରତି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି । ଆଉ କେବେ ସମସ୍ୟାର ସମାଧାନ ଘଟୁଛି ।