ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀକ୍ଷେତ୍ର (Shreekhetra) ରେ ଆଉ ଦିନକ ପରେ ଆରମ୍ଭ ହେବ ହବିଷ୍ୟାଳିଙ୍କର କାର୍ତ୍ତିକ ବ୍ରତ (Kartik Vrat)। ଏକାଦଶୀ ତିଥିରୁ ଶ୍ରୀମନ୍ଦିର (Shreemandir) ରେ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି। ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳି ହୁଅନ୍ତୁ ଅଥବା ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରସାଦ (Mahaprasad) ଯୋଗାଇବା ପାଇଁ ଉତ୍ତର-ଦକ୍ଷିଣ ଦ୍ୱାର ଠାରେ ଛାମୁଣ୍ଡିଆ କରି କାଉଣ୍ଟର (Counter) କରାଯାଇ ସୁଆର ମହାସୁଆର ନିଯୋଗ ପକ୍ଷରୁ କରାଯାଇଛି ବ୍ୟବସ୍ଥା। 


COMMERCIAL BREAK
SCROLL TO CONTINUE READING

ଭକ୍ତ ଦୂରରୁ ଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଯାହା କାଳିଆର ଇଛା ବୋଲି କହିଛନ୍ତି ଅନ୍ୟପଟେ ନାଗାର୍ଜୁନ ବେଶ କେବଳ ମହାପ୍ରଭୁଙ୍କ କରାଯିବ ଏବଂ ପତିତପାବନଙ୍କୁ ବିକଳ୍ପ ବେଶ କରିବା ନେଇ ପଦକ୍ଷେପ ନେଲେ ସିଂହାରୀ ସେବକଙ୍କ ପକ୍ଷରୁ ବିରୋଧ କରାଯିବ ବୋଲି କହିଛନ୍ତି ସେବାୟତ। କୁମାର ପୂର୍ଣ୍ଣିମା (Kumar Purnima) ପରଦିନ ଠାରୁ ଅର୍ଥାତ କାର୍ତ୍ତିକ ମାସ ପ୍ରତିପଦା ତିଥିରୁ ଆରମ୍ଭ ହେବ ମହାକାର୍ତ୍ତିକ ବ୍ରତ। ଏନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ହେଲେ ଚଳିତ କାର୍ତିକ ପଞ୍ଚୁକରେ ନାଗାର୍ଜୁନ ବେଶ ନଭେମ୍ବର ୨୭ରେ ପଡୁଥିବାରୁ ବିନା ଭକ୍ତରେ କରାଯିବ ନାଗାର୍ଜୁନ ବେଶ। ସିଂହାରୀ ସେବାୟତ ବେଶ କରିବା ନେଇ ଏବେ ଠାରୁ ପ୍ରସ୍ତୁତ ହେଲେଣୀ। ହେଲେ ନାଗାର୍ଜୁନ ବେଶ କେବଳ ରତ୍ନ ସିଂହାସନରେ ହେବ ତାହାର ବିକଳ୍ପ ଭାବେ ପତିତପାବନଙ୍କ ବେଶ କରାଯିବ ନାହିଁ। 


ଯଦି ଏନେଇ କିଛି ବ୍ୟବସ୍ଥା କରାଯିବ ତାହେଲେ ଏହାର ଘୋର ବିରୋଧ କରାଯିବ ବୋଲି କହିଛନ୍ତି ସିଂହାରୀ ସେବାୟତ। ସେପଟେ କାର୍ତ୍ତିକ ମାସରେ କିଭଳି ମହାପ୍ରଭୁଙ୍କର ଅରୁଣ ସ୍ତମ୍ଭ ପାଖରୁ ଦର୍ଶନ କରିବା ନେଇ ଆଶା କରିଛନ୍ତି ହବିଷ୍ୟାଳି। ମଠ ବାଡିରେ ହବିଷ୍ୟାଳିଙ୍କୁ ନ ରଖିବା ପାଇଁ ମଠାଧୀଶ ଓ ମଠର ପରିଚାଳକଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ରହିଛି। ଏହା ସହିତ ଉଛେଦ ହୋଇଯାଇଥିବାରୁ ଶ୍ରୀମନ୍ଦିର ପାଖରେ ଥିବା ମଠରେ କାର୍ତ୍ତିକ ନୀତି, ଆକାଶଦୀପ, ରାଧା ଦାମୋଦର ପୂଜା କରିବା ନେଇ ସମସ୍ୟା ଦେଖାଦେଇଛି ବୋଲି କହିଛନ୍ତି ମଠାଧୀଶ।


କାର୍ତ୍ତିକ ମାସରେ ଭକ୍ତ ଓ ହବିଷ୍ୟାଳିଙ୍କ ପାଇଁ ମହାପ୍ରସାଦ ଯୋଗାଇବା ପାଇଁ କରାଯାଇଛି ବ୍ୟବସ୍ଥା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସୁଆର ମହାସୁଆର ନିଯୋଗର ଭର୍ଚୁଆଲ ବୈଠକ (Virtual Meeting) ରେ ନିଷ୍ପତ୍ତି ଅନୁସାରେ ଉତ୍ତର ଦ୍ୱାରର ଉତ୍ତରପାର୍ଶ୍ୱ ମଠ ଓ ଦକ୍ଷିଣ ଦ୍ୱାରର ଦକ୍ଷିଣ ପାର୍ଶ୍ୱ ମଠର ଯାଗାରେ ଛାମୁଣ୍ଡିଆ କରି ଦିଆଯିବ ମହାପ୍ରସାଦ। ଏନେଇ ଉପଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗ ସହ ସୁଆର ମହାସୁଆର ନିଯୋଗ ପ୍ରତିନିଧି ସ୍ଥାନ ଚିହ୍ନଟ କରିବା ସହ କିଭଳି ଦିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି।


ହବିଷ୍ୟାଳି ଶ୍ରୀମନ୍ଦିର ପାଖକୁ ନଆସି ଘରେ ରହି ସୁଆର ମହାସୁଆର ନିଯୋଗ ସହ ଟେଲିଫୋନରେ ଯୋଗାଯୋଗ କରି ବରାଦି ଦେଲେ ବୋଝିଆ ତାଙ୍କ ନିକଟରେ ପହଞ୍ଚାଇଦେବ। ସେପଟେ ମହାପ୍ରସାଦ ପାଇଁ ଉପଜିଲ୍ଲାପାଳ ଯାଗା ଚିହ୍ନଟ କରି ଯୋଗାଇ ଦେଇଥିବା ସହ ଶ୍ରୀମନ୍ଦିର ସିଂହଦ୍ୱାର ଅରୁଣ ସ୍ତମ୍ଭ ପାଖରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ। 


ହବିଷ୍ୟାଳି ତୀର୍ଥ ପୁଷ୍କରିଣୀ ନଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ସହ ଅଯଥାରେ ଗହଳିକୁ ଆସନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଉଛି। ଧର୍ମର ମାସ କାର୍ତ୍ତିକ ବ୍ରତ କରିବା ନେଇ କାହାକୁ କଟକଣା ନଥିଲେ ମଧ୍ୟ ଶ୍ରୀମନ୍ଦିର ପାଖକୁ ଆସି ଅଯଥାରେ ଗହଳି କରନ୍ତୁ ନାହିଁ। ଦେଖାଯାଉ କାର୍ତ୍ତିକ ମାସରେ ଅରୁଣ ସ୍ତମ୍ଭ ପାଖରୁ ପତିତପାବନଙ୍କୁ ଦର୍ଶନର ମନବାଞ୍ଛା ପୁରଣ ହେଉଛି କି ନାହିଁ।