Mobile Ban In Sri Mandir: ଆଉ ଦିନ କେଇଟା ପରେ ନୂଆବର୍ଷର ପ୍ରବେଶ । ପୁରୁଣା ବର୍ଷକୁ ବିଦାୟ ଦେଇ ସମସ୍ତେ ସ୍ୱାଗତ କରିବେ ନୂଆବର୍ଷକୁ । ସେହିପରି ନୂଆବର୍ଷରୁ ନୂଆ ନିୟମ ବି ଲାଗୁ ହେବାକୁ ଯାଉଛି । ନୂଆବର୍ଷରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା । ସେବାୟତ ହୁଅନ୍ତୁ କି କର୍ମଚାରୀ କେହି ବି ଶ୍ରୀମନ୍ଦିରକୁ ମୋବାଇଲ ଧରି ପ୍ରବେଶ କରିପାରିବେ ନାହିଁ । ତେବେ ଶ୍ରୀମନ୍ଦିରର ଦୁଇଟି ଦ୍ୱାରରେ ମୋବାଇଲ ରଖିବାକୁ ବ୍ୟବସ୍ଥା କରାଯିବ । ସିଂହଦ୍ୱାର ଓ ଦକ୍ଷିଣଦ୍ୱାରରେ ମୋବାଇଲ ରଖିବାକୁ ବ୍ୟବସ୍ଥା ହୋଇଛି ବୋଲି ସୂଚନା ରହିଛି। ଏହାପରେ ବି ଯଦି କେହି ମୋବାଇଲ ଭିତରକୁ ନିଅନ୍ତି ତେବେ ତାଙ୍କ ବିରୋରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା (Mobile Ban In Sri Mandira) ଉପରେ କଟକଣା ଲଗାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଏହି କଟକଣା ଆଗକୁ ଅନେକ ଫାଇଦା ଦେବ ବୋଲି ଆଶା କରାଯାଉଛି । କାରଣ ଅନେକ ଥର ଶ୍ରୀମନ୍ଦିରର ଫଟୋ ଓ ଭିତର ବେଢା ସହ ରତ୍ନସିଂହାସର ଫଟୋ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଅନେକ ସମୟରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ରତ୍ନମଣ୍ଡପରେ ଶ୍ରୀଜିଉ ବସିଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଆଉ ଏହାପରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ଘନେଇବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଯେମିତି ଶ୍ରୀମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ପାଇଁ ଆଉ କୌଣସି ସୁଯୋଗ ରହିବନି ।
Also Read: 


ଗତ କିଛିଦିନ ତଳେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ଭିଡ଼ିଓ ଉତ୍ତୋଳନ କରାଯାଇଥିଲା । ପରେ ବିବାଦ ଉପୁଜିବାରୁ ୟ୍ୟୁଟ୍ୟୁବର ବ୍ଲଗର (YouTuber Blogger) ଅନିମେସ କ୍ଷମା ପ୍ରାର୍ଥନା କରିଥିଲେ। ନିଜ ୟୁଟ୍ୟୁବ୍ ଚ୍ୟାନେଲ ସେ ଏକ ଭିଡ଼ିଓ ପୋଷ୍ଟ କରି ଭିଡ଼ିଓ ମାଧ୍ୟମରେ ଏହି କାମକୁ ନେଇ କ୍ଷମା ପ୍ରାର୍ଥନା ମାଗିଥିଲେ। ଶ୍ରୀ ମନ୍ଦିର ଉପରେ no flying zone ନେଇ ତାଙ୍କ dronରେ କୌଣସି ସୂଚନା ଦେଖା ଯାଇନଥିଲା। ଏହାଛଡ଼ା ସେ କହିଥିଲେ ଯେ, ଏହା ଏକ ଆଇନଗତ ବ୍ୟାନ ବୋଲି ସେ ଜାଣିନଥିଲେ। ତେବେ ଅନେକବାର ସେ ଶ୍ରୀମନ୍ଦିରର ଭିଡିଓ ଫଟୋ ସୋସିଆଲ ମିଡିଆରେ ଦେଖିଥିଲେ ଯାହା ଫଳରେ ସେ ନିଜ ଚ୍ୟାନେଲ ପାଇଁ ସୁଟିଂ କରିଥିଲେ।  


Also Read: Odisha Hockey World Cup 2023: ହକି ବିଶ୍ୱକପ ସମୟରେ ଏମାନଙ୍କୁ ମିଳିବ ମାଗଣା ବସ ସେବା


ସେହିପରି ଅନେକ ସମୟରେ ଶ୍ରୀମନ୍ଦିରର ଫଟୋ ଓ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ (Social Media) ଭାଇରାଲ ହୋଇଛି । ଯାହା ଫଳରେ ବିବାଦ ମଧ୍ୟ ଦେଖାଦେବା ସହ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆଜିର ଏହି ନିଷ୍ପତ୍ତି ପରେ ଏଥିରେ କିଛିଟା ସୁଧାର ଆସିବ ବୋଲି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଆଶାପ୍ରକଟ କରିଛି।