Rath Yatra 2023: ଆଜି ରଥଯାତ୍ରାର ପଞ୍ଚମ ଦିନ , ଅର୍ଥାତ୍ ଆଜି ପବିତ୍ର ହେରା ପଞ୍ଚମୀ (Hera Panchami) । ରାଗରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ (Maa Laxmi)। କାଳିଆ ସାଆନ୍ତଙ୍କ (lord jagannath) ଉପରେ ଅଭିମାନ କରି ନନ୍ଦିଘୋଷ ରଥର(Nandighosh chariot ) ଚକ ଭାଙ୍ଗିବେ ମା’ ଲକ୍ଷ୍ମୀ। ଏନେଇ ପତିମହାପାତ୍ର ଏବଂ ବିଦ୍ୟାପତି ସେବାୟତଙ୍କ ପକ୍ଷରୁ ହେରାପଞ୍ଚମୀ ନୀତି (Hera Panchami ritual) ଆୟୋଜନ ଲାଗି ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ସରିଛି। ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ (gundicha temple) ଯାତ୍ରା କରିଛନ୍ତି। ଏଥିରେ କ୍ରୋଧିତ ହୋଇଯାଇଛନ୍ତି ମହାଲକ୍ଷ୍ମୀ। ତେଣୁ ହେରାପଞ୍ଚମୀ ନୀତି ଅନୁସାରେ (Hera Panchami ritual) ଆଜି ଶ୍ରୀମନ୍ଦିରରୁ ବାହାରି ନନ୍ଦିଘୋଷ ରଥ ପାଖକୁ ମହାଲକ୍ଷ୍ମୀ ଆସିବେ।


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Horoscope Today 24 June 2023: ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


ଏହାବି ପଢନ୍ତୁ : Rath Yatra 2023: ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ଦର୍ଶନ କରି ଭାବବିହ୍ବଳ ହେଲେ ଭକ୍ତ, ଜନ ସମୁଦ୍ର ପାଲଟିଲା ଶ୍ରୀ ଗୁଣ୍ତିଚା ମନ୍ଦିର


ମହାଲକ୍ଷ୍ମୀ ଆସିବା ପରେ ତାଙ୍କୁ ପ୍ରସାଦଲାଗି କରାଯିବ। କର୍ପୂର ଆଳତୀ ସହ ବନ୍ଦାପନା କରାଯିବ। ଏହାପରେ ମହାଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟକୁ ଯିବେ। ସେଠାରେ ପହଞ୍ଚିବା ବେଳେ ମହାପ୍ରଭୁଙ୍କ ଆଳତୀ ଚାଲିଥିବ। ଆଳତୀ ଶେଷ ହେଉଥିବା ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବ। ଏହି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ (Maa Laxmi)ଦିଆଯିବ। ଏହାପରେ ଦ୍ୱାର ବନ୍ଦ କରାଯିବ। ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥକୁ ଭାଙ୍ଗିଦେଇ ଆନନ୍ଦବଜାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ମହାପ୍ରଭୁ ଏହି ଖବର ପାଇବା ପରେ ବାହୁଡ଼ାଯାତ୍ରା ପାଇଁ ଆଦେଶ ଦେବେ। ସେବାୟତମାନେ ଆଜିଠୁ ବାହୁଡ଼ା ଯାତ୍ରା ପ୍ରସ୍ତୁତିରେ ଲାଗିପଡ଼ିବେ। ମହାପ୍ରଭୁ ବାହୁଡ଼ା ଯାତ୍ରାରେ ଫେରିବା ବେଳେ ମାଉସୀ ମା’ ମନ୍ଦିର ପାଖରେ ଅଟକିବେ। ପୋଡ଼ପିଠା ଭୋଗ ଲାଗି ହେବ। ଏହାପରେ ସିଂହଦ୍ୱାର ନିକଟରେ ରଥ ଲାଗିବ। ସୁନାବେଶ, ଅଧରାପଣା ଶେଷ ହେବା ପରେ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ନିଦର୍ଶନ ଅଟେ।


ଏହାବି ପଢନ୍ତୁ : Odisha HomeGuard Service: ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା, ଜାଣନ୍ତୁ ଏହା କେବେଠୁ ହେବ ଲାଗୁ?


ହେରାପଞ୍ଚମୀକୁ ନେଇ କିଛି ପୌରାଣିକ କଥା:


ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି । ଏହାପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା । ମାଦଳା ପାଞ୍ଜିର ବର୍ଣ୍ଣନାନୁସାରେ, ସେତେବେଳେ ମା ମହାଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କୁ ଦୀପ ତଥା ଅନ୍ୟାନ୍ୟ ପବିତ୍ର ଦ୍ରବ୍ୟରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜା କପିଳେନ୍ଦ୍ର ଦେବଙ୍କଦ୍ୱାରା ମହାଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ପ୍ରତିମାନେଇ ଲୌକିକ ପୂଜାଚାର ପଦ୍ଧତିରେ ମହାଡମ୍ବରରେ ଏହି ଉତ୍ସବ ପାଳନ କରାଗଲା । ଏହି ପବିତ୍ର ହେରାପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି ।