Rath Yatra 2023: ଜାଣନ୍ତୁ ଅଣସର ସମୟରେ ଶ୍ରୀ ମନ୍ଦିର ପଣା ଭୋଗର କ’ଣ ରହିଛି ମାହାତ୍ମ୍ୟ?
Rath Yatra 2023: ଗୁରୁବାର ଦିନ ଶ୍ରୀଅଙ୍ଗ ଫିଟା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ରକୁ ଶ୍ରୀଅଙ୍ଗରୁ କଢାଯାଇଛି। ଫଳରେ ଜ୍ବରରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ମହାବାହୁ । ତଥାପି ଜ୍ଵର ଛାଡ଼ିନଥିବାରୁ ମହାପ୍ରଭୁଙ୍କୁ ଛପନ ଭୋଗ ବଦଳରେ ବିଭିନ୍ନ ଫଳମୂଳ ସହ କ୍ଷୀର, ସର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଅର୍ପଣ କରାଯାଉଛି।
Rath Yatra 2023: ସ୍ନାନଯାତ୍ରା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ସାମାନ୍ୟ ଦୀପ ଆଲୁଅରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା ଓ ଉପଚାର। ଅନବସରର ପଞ୍ଚମ ଦିବସରେ ଏହି ଗୁପ୍ତ ସେବା ଜାରି ରଖିଛନ୍ତି ଦଇତାପତି ସେବକ। ଗତକାଲି ଅର୍ଥାତ୍ ଗୁରୁବାର ଦିନ ଶ୍ରୀଅଙ୍ଗ ଫିଟା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ରକୁ ଶ୍ରୀଅଙ୍ଗରୁ କଢାଯାଇଛି। ଫଳରେ ଜ୍ବରରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ମହାବାହୁ । ତଥାପି ଜ୍ଵର ଛାଡ଼ିନଥିବାରୁ ମହାପ୍ରଭୁଙ୍କୁ ଛପନ ଭୋଗ ବଦଳରେ ବିଭିନ୍ନ ଫଳମୂଳ ସହ କ୍ଷୀର, ସର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଅର୍ପଣ କରାଯାଉଛି।
ଘନ ଅନ୍ଧକାରରେ ଏକମାତ୍ର ଦୀପର ଆଲୋକରେ ଦଇତାପତି ସେବକମାନେ ଏହି ଗୋପନ ନୀତି ସଂପନ୍ନ କରୁଛନ୍ତି। ଏହି ଅନବସର ସମୟରେ ପରମ୍ପରା ଅନୁଯାୟୀ ଶ୍ରୀ ମନ୍ଦିରରେ ଘଣ୍ଟ ଘଣ୍ଟା ବାଜିବାକୁ ନିଷେଧ ହୋଇଥାଏ । ଅଣସର ତାଟ ସମ୍ମୁଖରେ ପଟିଦିଅଁ ପୂଜା ପାଉଥିବାବେଳେ ସେମାନଙ୍କଠାରେ ଛପନ ଭୋଗ ଲାଗି ହୋଇଥାଏ । ଆଜି ପରମ୍ପରା ଅନୁଯାୟୀ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ଶାସ୍ତ୍ର ଅନୁଯାୟୀ, ବିଶ୍ବାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାଆନ୍ତି । ଏହାରୁ ଆଧାର କରି ଆଜି ଅଣସର ଘରେ ଥିବା ମହାବାହୁଙ୍କ ଅଙ୍ଗରେ ଲାଗି ହେବ ଜଟିବୁଟି ଯୁକ୍ତ ଔଷଧୀୟ ଫୁଲୁରି ତେଲ । ଏହାପରେ ନବଯୌବନ ପ୍ରାପ୍ତି ହେବେ ଶ୍ରୀଜିଉ । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ଫୁଲୁରି ତେଲ ପ୍ରସ୍ତୁତ ହୋଇଛି । ବଡ଼ ଓଡ଼ିଆ ମଠ ମହନ୍ତ ଓ ସାଧୁସନ୍ଥ ମାନେ ଶୋଭାଯାତ୍ରାରେ ଆସି ଏହି ମହୌଷଧୀଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରରେ ବିଜେ କରିବେ । ଶ୍ରୀବିଗ୍ରହମାନଙ୍କ ଲାଗି ତିନିଟି ସେରିକିଆ ମାଟି ଘଡ଼ିରେ ଏହି ଫୁଲୁରି ତେଲକୁ ରଖାଯିବ । ଜ୍ବରରେ ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଦରଜ ଭାଙ୍ଗିବା ପାଇଁ ଏହି ତେଲ ମର୍ଦ୍ଦନର ଅନନ୍ୟ ପରମ୍ପରା କାହଁ କେଉଁ କାଳରୁ ଚାଲି ଆସିଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଏହି ଫୁଲୁରି ତେଲ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ତିନିଟି ତିନି ସେରିଆ ମାଟି ଘଡ଼ି ବ୍ୟବହାର କରାଯାଏ । ତିନି ଘଡ଼ିରେ ଘଣା ପେଡ଼ା ରାଶି ତେଲ ସହିତ କୃଷଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ଜୁଉ, ଜାଇ ଓ ମଲ୍ଲୀ ଆଦି ଫୁଲକୁ ମିଶ୍ରଣ କରାଯାଏ । ପରେ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଏକ ସ୍ବତନ୍ତ୍ର ଶୈଳୀରେ ଏହି ତେଲକୁ ପ୍ରସ୍ତୁତ କରିଥାଆନ୍ତି ଯାହାକୁ ଗୋପନ ରଖାଯାଇଥାଏ । ପରେ ହେରା ପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ । ପ୍ରାୟ ୧ ବର୍ଷ ମାଟି ତଳେ ରହିବା ପରେ ଏହାକୁ ବାହାର କରାଯାଇଥାଏ । ଏହାପରେ କପଡ଼ା ସାହାଯ୍ୟରେ ଏହି ତେଲକୁ ଛଣାଯାଇ ମାଟି ପାତ୍ରରେ ସାହାଯ୍ୟରେ ଶ୍ରୀମନ୍ଦିରକୁ ନିଆଯାଏ ।
ଏହା ବି ପଢନ୍ତୁ-ଜ୍ବରରେ ପୀଡ଼ିତ ମହାପ୍ରଭୁ: ଆଜି ହେବ ଫୁଲୁରି ତେଲ ନୀତି, ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥାଏ ଏହି ଔଷଧୀୟ ତେଲ
ତେଵେ ଅଣସର ସମୟରେ ଶ୍ରୀ ମନ୍ଦିର ପଣା ଭୋଗର ବିଶେଷ ସ୍ୱତନ୍ତ୍ରତା ରହିଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି ମାନେ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ପଣା ପ୍ରସ୍ତୁତ କରିଥାଆନ୍ତି । ସର, ଲହୁଣି, ଚିନି ତଥା ଛାଚି ଇତ୍ୟାଦି ମିଶ୍ରଣ କରାଯାଇ ଏହି ପଣା ପ୍ରସ୍ତୁତ କରାଯାଇଥାଏ। ଦଇତାପତି ସେବାୟତ ମାନେ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ପ୍ରସ୍ତୁତ କରୁଥିବା ବେଳେ କେତେକ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଏହି ପଣା ସମର୍ପଣ କରିଥାନ୍ତି। ତେବେ ବର୍ଷକୁ ଥରେ ଏହି ପଣା ପାଇବା ପାଇଁ ବେଶ ଉତ୍କଣ୍ଠାର ସହ ଚାହିଁ ରହିଥାଆନ୍ତି ଭକ୍ତ । ଏହି ପଣା ଭୋଗ ପାଇଁ ପ୍ରତିବର୍ଷ ଭକ୍ତ ମାନଙ୍କ ଠାରୁ ଆରମ୍ଭ କରି ଦେବା ଦେବୀ ଚାତକ ପରି ଚାହିଁରହିଥାନ୍ତି। ଏହି ପଣାଭୋଗ ସେବନ ଦ୍ବାରା ଅନେକ ଦୁସାଧ୍ଯ ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।