Red sea Attack Impact:ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ,ବଢାଇଲା ଭାରତର ଟେନସନ୍
ଲୋହିତ ସାଗର ଦେଇ ଯାଉଥିବା ଜାହାଜ ଉପରେ ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା କରାଯାଉଥିବା ଆକ୍ରମଣର ପ୍ରଭାବ ଭାରତ ଉପରେ ମଧ୍ୟ ପଡିପାରେ । ଆମେରିକା ହୁତି ବିଦ୍ରୋହୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ସାରିଛି । ନିକଟରେ ଭାରତ ମଧ୍ୟ ହୁତି ବିଦ୍ରୋହୀଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲା ଏବଂ ନୌସେନା ସମୁଦ୍ରରେ ଅପହରଣ ହୋଇଥିବା ଜା
Red sea Attack Impact:
ଲୋହିତ ସାଗର ଦେଇ ଯାଉଥିବା ଜାହାଜ ଉପରେ ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା କରାଯାଉଥିବା ଆକ୍ରମଣର ପ୍ରଭାବ ଭାରତ ଉପରେ ମଧ୍ୟ ପଡିପାରେ । ଆମେରିକା ହୁତି ବିଦ୍ରୋହୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ସାରିଛି । ନିକଟରେ ଭାରତ ମଧ୍ୟ ହୁତି ବିଦ୍ରୋହୀଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲା ଏବଂ ନୌସେନା ସମୁଦ୍ରରେ ଅପହରଣ ହୋଇଥିବା ଜାହାଜକୁ ଉଦ୍ଧାର କରିଥିଲା। ଲୋହିତ ସାଗରରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା କରାଯାଉଥିବା ଏହି ଆକ୍ରମଣ କେବଳ ଭାରତର ନୁହେଁ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି।
ବାସ୍ତବରେ, ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ପରେ ଜାହାଜ ପରିବହନ କମ୍ପାନୀମାନେ ଏହି ମାର୍ଗ ବ୍ୟବହାର କରିବାକୁ ଡରୁଛନ୍ତି । କମ୍ପାନୀଗୁଡିକ ମଧ୍ୟରେ ସେମାନଙ୍କ ଜାହାଜ ଅପହୃତ ହେବାର ଭୟ ଘର କରି ସାରିଲାଣି । ସେମାନେ ଭୟଭୀତ ଅଛନ୍ତି ଯେ, ଜାହଜ ଅପହରଣ ପରେ ବିଦ୍ରୋହୀ ନାବିକ ଓ ଜାହଜ ଛାଡ଼ିବାକୁ ଅର୍ଥଦାବି କରିପାରନ୍ତି । ସେଥିପାଇଁ ଅଧିକାଂଶ ସିପିଂ କମ୍ପାନୀ ବର୍ତ୍ତମାନ ଲୋହିତ ସାଗରରୁ ନିଜକୁ ଯଥାସମ୍ଭବ ଦୂରେଇ ରଖୁଛନ୍ତି । ଯାହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡିବ ।
ସପ୍ଲାଇ ଚେନ୍ ପ୍ରଭାବିତ ହେବ
ଯଦି ସିପିଂ କମ୍ପାନୀଗୁଡିକ ଲୋହିତ ସାଗର ମାର୍ଗ ବଦଳରେ ଅନ୍ୟ କିଛି ମାର୍ଗ ବ୍ୟବହାର କରନ୍ତି, ତେବେ ଏହା ଭାରତର ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିବ । ସାଧାରଣ ଲୋକଙ୍କ ପକେଟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ । ଏହାର କାରଣ ହେଉଛି ଲୋହିତ ସାଗର ବ୍ୟତୀତ ଭାରତ ପାଇଁ ଉପଲବ୍ଧ ଅନ୍ୟ ମାର୍ଗ ବହୁତ ଦୂର । ଯଦି ଭାରତୀୟ ପରିବହନ କମ୍ପାନୀ ଅନ୍ୟ ଏକ ମାର୍ଗ ବ୍ୟବହାର କରନ୍ତି, ତେବେ ଏହା ଲୋହିତ ସାଗର ଅପେକ୍ଷା ମହଙ୍ଗା ହେବ । ପରିବହନ ମହଙ୍ଗା ହେଲେ ଦ୍ରବ୍ୟ ମୂଲ୍ୟବୃଦ୍ଧି ସାଧାରଣ କଥା ।
ଯଦି ଆମଦାନୀ-ରପ୍ତାନିରେ ଅଧିକ ସମୟ ଲାଗିବ, ତେବେ ଏହା ଯୋଗାଣ ଶୃଙ୍ଖଳା ଉପରେ ସିଧାସଳଖ ପ୍ରଭାବ ପକାଇବ । ଯଦି ଯୋଗାଣ ଶୃଙ୍ଖଳରେ ବିଶୃଙ୍ଖଳା ଦେଖାଯିବ ତେବେ ଭାରତରେ ଉତ୍ପାଦିତ ହେଉନଥିବା ଦ୍ରବ୍ୟର ମୁଲ୍ୟ ଆକାଶଛୁଆଁ ହୋଇପାରେ । ତେଣୁ ବାଣିଜ୍ୟ ଦୃଷ୍ଟିକୋଣରୁ ଭାରତ ପାଇଁ ଲୋହିତ ସାଗର ମାର୍ଗ ସବୁଠାରୁ ସୁବିଧାଜନକ ଓ ଗୁରୁତ୍ୱପୂର୍ଣ୍ଣ ।
ଭାରତ ପାଖରେ ଦୁଇଟି ବିକଳ୍ପ
ସାମୁଦ୍ରିକ ବାଣିଜ୍ୟ ପାଇଁ ଭାରତର ଦୁଇଟି ମାର୍ଗ ଅଛି । ପ୍ରଥମ ମାର୍ଗ ହେଉଛି ଲୋହିତ ସାଗର ଯାହା ବର୍ତ୍ତମାନ ବ୍ୟବହୃତ ହେଉଛି । ଅନ୍ୟ ପଥ ହେଉଛି କେପ୍ ଅଫ୍ ଗୁଡ୍ ହୋପ୍ । ଏହି ଉଭୟ ମାର୍ଗ ସୁଇଜ୍ କେନାଲ ସହିତ ଯୋଡ଼ି ହୋଇଛନ୍ତି । ଏସିଆ ଏବଂ ୟୁରୋପକୁ ସଂଯୋଗ କରୁଥିବା ସୁଏଜ୍ କେନାଲ ହେଉଛି ଅନ୍ତର୍ଜାତୀୟ ବାଣିଜ୍ୟର ନାଡ଼ି । ଲୋହିତ ସାଗରରୁ ସୁଇଜ୍ କେନାଲ ପର୍ଯ୍ୟନ୍ତ ଦୂରତା ହେଉଛି ପ୍ରାୟ 10 ହଜାର ନଟିକାଲ୍ ମାଇଲ ବା 18520 କିଲୋମିଟର ଏବଂ ଜାହାଜକୁ ସୁଏଜ କେନାଲରେ ପହଞ୍ଚିବାକୁ ପ୍ରାୟ 25 ଦିନ ଲାଗେ ।
ଲୋହିତ ସାଗର ଅପେକ୍ଷା ଅନ୍ୟ ମାର୍ଗ କାହିଁକି ମହଙ୍ଗା?
କେପ୍ ଅଫ୍ ଗୁଡ୍ ହୋପ୍ ର ମାର୍ଗ ଦେଇ ଜାହଜ ଯଦି ସୁଏଜ କେନାଲ ଯାଆନ୍ତି ତେବେ ଦୂରତା ବଢିଯିବ । କୌଣସି ଭାରତୀୟ ସିପିଂ କମ୍ପାନୀ ଯଦି କେପ୍ ଅପ୍ ହୋପ୍ ଦେଇ ନିଜ ଜାହଜ ପଠାଏ ତେବେ ସୁଏଜ କେନାଲରେ ପହଂଚିବାକୁ ଏହାକୁ ୧୩୫୦୦ ନଟିକାଲ ମାଇଲ ବା ୨୫ ହଜାର କିଲୋମିଟର ଜଳପଥ ଅତିକ୍ରମ କରିବାକୁ ପଡିବ । ଲୋହିତ ସାଗର ଦେଇ ସୁଏଜ କେନାଲରେ ପହଂଚିବାକୁ ୧୮ ହଜାର ୫ଶହ କିଲୋମିଟର ପଡେ ଅନ୍ୟପକ୍ଷେର କେପ୍ ଅଫ୍ ହୋପ୍ ଦେଇ ଗଲେ ଏହି ଦୂରତା ଅଧିକ ୭ ହଜାର କିଲୋମିଟର ବଢିଯାଏ । କେବଳ ଦୂରତା ବଢେ ନାହିଁ ସମୟ ମଧ୍ଯ ଅଧିକ ଲାଗେ । ଯାହା ସିଧାସଳଖ ବଜାର ଦରକୁ ପ୍ରଭାବିତ କରିବ ।
ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ
ଭାରତ ଲୋହିତ ସାଗର ଦେଇ ଆମଦାନୀ ରପ୍ତାନି କରିଥାଏ । ଆମଦାନୀରେ ଅଶୋଧିତ ତୈଳ ମଧ୍ୟ ଅନ୍ତର୍ଭୁକ୍ତ ଯାହାକି ଭାରତ ବିଦେଶରୁ କିଣୁଛି । ଏହି ଅଶୋଧିତ ତେଲ ଜାହାଜ ମାଧ୍ୟମରେ ଭାରତକୁ ଅଣାଯାଏ । ଏଭଳି ପରିସ୍ଥିତିରେ ଯଦି ଅଶୋଧିତ ତୈଳ ଆମଦାନି ପାଇଁ ଖର୍ଚ୍ଚ ବଢିଯାଏ, ତେବେ ଦେଶରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ । ଆଉ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧି ହେଲେ ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବ ଏବଂ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବ । ତେଣୁ ଲୋହିତ ସାଗର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।