CAA: ଭାରତରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଅର୍ଥାତ୍ CAA ଲାଗୁ ହେବା ପରେ,ଏହାକୁ ନେଇ ବିରୋଧ ଓ ସମର୍ଥନରେ ବାକ୍ୟଯୁଦ୍ଧ ଲାଗି ରହିଛି ।  ବିରୋଧୀ କ୍ରମାଗତ ଭାବରେ CAA କୁ ସମାଲୋଚନା କରୁଛନ୍ତି । ଯାହାକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କ ଟାର୍ଗେଟରେ ଅଛନ୍ତି କଂଗ୍ରେସ,ଆପ୍ ଭଳି ଇଣ୍ଡିଆ ମେଣ୍ଟର ସଦସ୍ୟ ଦଳ । ଦିଲ୍ଲୀରେ ରହୁଥି କିଛି  ଶରଣାର୍ଥୀ ଗୁରୁବାର ଦିନ ଦିଲ୍ଲୀରେ ଇଣ୍ଡିଆ ଆଲାଇନ୍ସ ଏବଂ କଂଗ୍ରେସ ନେତାଙ୍କ ବିରୋଧରେ ବିରୋଧ କରିଥିଲେ। କଂଗ୍ରେସ କାର୍ଯ୍ୟାଳୟ ବାହାରେ ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀମାନେ ବିକ୍ଷୋଭ କରିବା ସହିତ କଂଗ୍ରେସ ବିରୋଧରେ  ସ୍ଲୋଗାନ ଦେଇଥିଲେ ଏବଂ ସେମାନେ ମଧ୍ୟ  ବ୍ୟାରିକେଡ୍ ଭାଙ୍ଗି କଂଗ୍ରେସ ମୁଖ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା। ଏହାପୂର୍ବରୁ ଗୁରୁବାର ଦିନ ହିନ୍ଦୁ ଶରଣାର୍ଥୀମାନେ ଦିଲ୍ଲୀ ସିଏମ କେଜ୍ରିୱାଲଙ୍କ ଘର ବାହାରେ ସ୍ଲୋଗାନ ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

ଅରବିନ୍ଦ କହିଲେ ‘ଏମାନଙ୍କ ଭାରି ସାହସ’


ବର୍ତ୍ତମାନ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। କେଜ୍ରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, “ଏହି ପାକିସ୍ତାନୀମାନଙ୍କ ସାହସ ଏତେ? ପ୍ରଥମେ, ସେମାନେ ଆମ ଦେଶରେ ବେଆଇନ ଭାବେ ଅନୁପ୍ରବେଶ କଲେ ଏବଂ ଆମ ଦେଶର ନିୟମ ଭାଙ୍ଗିଲେ ।  ସେମାନେ ଜେଲରେ ରହିବା ଉଚିତ । ସେମାନଙ୍କର ଏତେ ସାହସ ହୋଇଗଲାଣି ଯେ ସେମାନେ ଆମ ଦେଶରେ ବିରୋଧ କରୁଛନ୍ତି ଏବଂ ଆମ ଦେଶରେ ହଙ୍ଗାମ  ସୃଷ୍ଟି କରୁଛନ୍ତି। ” କେଜ୍ରିୱାଲ କହିଛନ୍ତି ଯେ CAA ପରେ ପାକିସ୍ତାନୀ ଏବଂ ବାଂଲାଦେଶୀମାନେ ସାରା ଦେଶରେ ବ୍ୟାପିବେ ଏବଂ ଲୋକଙ୍କୁ ହଇରାଣ କରିବେ। ଏଥିସହ ସେ  ଅଭିଯୋଗ କରିଛନ୍ତି ଯେ ବିଜେପି ନିଜ ସ୍ୱାର୍ଥ ଦୃଷ୍ଟିରୁ  ଭୋଟ୍ ବ୍ୟାଙ୍କ ତିଆରି କରିବା ପାଇଁ ସମଗ୍ର ଦେଶକୁ ଅସୁବିଧାରେ ପକାଉଛି।


କେଜ୍ରିୱାଲ CAA ଉପରେ ଆକ୍ରମଣ କରିଥିଲେ


ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନକୁ ଟାର୍ଗେଟ କରିଥିଲେ। ସେ CAA କୁ ଦେଶ ପାଇଁ ବିପଦପୂର୍ଣ୍ଣ ବୋଲି କହିଥିଲେ। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଯଦି ବାହାର ଲୋକ ଦେଶକୁ ଆସନ୍ତି ତେବେ ସେମାନଙ୍କୁ କିପରି ଚାକିରୀ ଦିଆଯିବ। ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ CAA କାର୍ଯ୍ୟକାରୀ ହେବା ସହିତ ପଡୋଶୀ ଦେଶରୁ ବହୁ ସଂଖ୍ୟକ ଅନୁପ୍ରବେଶକାରୀ ଦେଶକୁ ଆସିବେ।