Tableau:


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ ନାହିଁ । କାରଣ ଏହି ୪ ରାଜ୍ୟଙ୍କ ମଡେଲକୁ ପ୍ରତିରକ୍ଷା ବିଭାଗ ପ୍ରତ୍ୟାଖାନ କରିଦେଇଛି । ଅତୀତରେ ମଧ୍ୟ ଅନେକ ରାଜ୍ୟର ପ୍ରଜ୍ଞାପନ ମେଢକୁ ପ୍ୟାରେଡରେ ସାମିଲ କରାଯାଇ ନାହିଁ । କୌଣସି ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରତ୍ୟାଖାନ କରିବାକୁ ନେଇ କମିଟି ଅନେକ କାରଣ ଦେଖାଇଥାଏ । କିନ୍ତୁ ଚଳିତ ବର୍ଷ ଯେଉଁ ୪ଟି ରାଜ୍ୟର ମେଢକୁ ପ୍ରତ୍ୟାଖାନ କରାଯାଇଛି ସେହି ରାଜ୍ୟସବୁ ବିରୋଧୀ ଦଳ ଶାସିତ । ତେଣୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପଞ୍ଜାବ ଓ ଦିଲ୍ଲୀରେ ଆପ୍ ସରକାର ଥିବାବେଳେ କର୍ଣ୍ଣାଟକରେ କଂଗ୍ରେସ ଓ ପ.ବଙ୍ଗରେ ଟିଏମସି ସରକାର ଅଛି । ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ଏହାକୁ ନେଇ ବିଜେପି ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଆମେ ବିଜେପିର ଏନଓସି ଦରକାର କରୁନାହୁଁ । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ରିପବ୍ଲିକ୍ ଡେ’ ପ୍ୟାରେଡ୍ ପାଇଁ ପ୍ରଜ୍ଞାପନ ମେଢ  କିପରି ମନୋନୀତ ହୁଏ, ମନୋନୟନ ପ୍ରକ୍ରିୟା କେବେ ଆରମ୍ଭ ହୁଏ ଏବଂ କେତେ ପର୍ଯ୍ୟାୟ ଦେଇ ଗଲା ପରେ ରାଜ୍ୟଙ୍କୁ  ସବୁଜ ସଙ୍କେତ ମିଳିଥାଏ ? ଆସନ୍ତୁ ଜାଣିବା ପ୍ରଜ୍ଞାପନ ମେଢ ପାଇଁ କ’ଣ ରହିଛି ନିୟମ ।


ପ୍ରଜ୍ଞାପନ ମେଢ ଚୟନ କିଏ କରେ ?


ଗଣତନ୍ତ୍ର ଦିବସ ପ୍ୟାରେଡ୍ ସହିତ ଜଡିତ ସମସ୍ତ ବିଷୟ  ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ହୋଇଥାଏ ।  ଏହି ମନ୍ତ୍ରଣାଳୟ ରାଜ୍ୟ, UT(କେନ୍ଦ୍ର ଶାସିତ ପ୍ରଦେଶ), ବିଭିନ୍ନ ମନ୍ତ୍ରଣାଳୟ ଏବଂ ସାମ୍ବିଧାନିକ ୟୁନିଟ୍ ଗୁଡିକରୁ ପ୍ରଜ୍ଞାପନ ମେଢ଼ ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ ।  ଆବେଦନ ପାଇଁ ଅକ୍ଟୋବର ମାସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସର୍କୁଲାର ଜାରି କରିଥାଏ । ଆବେଦକ ରାଜ୍ୟ ,ୟୁଟି,ସଂଗଠନ ଓ ବିଭାଗ ନିଜ ଆବେଦନରେ ସେମାନଙ୍କ ମେଢ଼ ବାବଦରେ ସୂଚନା ଦେଇଥାନ୍ତି । ଯେମିତିକି ମେଢର ଥିମ୍ କ’ଣ ରହିବ ଇତ୍ୟାଦି । ୨୦୨୩ ଅକ୍ଟୋବର ମାସରେ ୨୦୨୪ ରିପବ୍ଲିକ୍ ଡେ’ ପ୍ୟାରେଡ୍ ପାଇଁ ସର୍କ୍ୟୁଲାର ଜାରି କରାଯାଇଥିଲା ।


ଏବେ ଆସନ୍ତୁ ଜାଣିବା ସବୁ ଆବେଦନ ଉପରେ ଅନ୍ତିମ ନିର୍ଣ୍ଣୟ କିଏ ନେଇଥାଏ । ପ୍ରଜ୍ଞାପନ ମେଢ଼ ଚୟନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ କମିଟି ଗଠନ କରନ୍ତି। ଏହି ଚୟନ କମିଟିରେ ସଂସ୍କୃତି, ଚିତ୍ରାଙ୍କନ, ସଙ୍ଗୀତ, ସ୍ଥାପତ୍ୟ, କୋରିଓଗ୍ରାଫି ଏବଂ ମୂର୍ତ୍ତିକଳା ଭଳି  ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ରହିଥାନ୍ତି ।  ବିଶେଷଜ୍ଞ କମିଟି ପ୍ରସ୍ତାବିତ ମେଢ଼ର  ଥିମ୍, ଧାରଣା ଏବଂ ଡିଜାଇନ୍ ଯାଞ୍ଚ କରେ । ଏହି ପର୍ଯ୍ୟାୟରେ ପ୍ରଜ୍ଞାପନ ମେଢର ଏକ ସ୍କେଚ୍ ରହିଥାଏ, ଯେଉଁଥିରେ ଏହାର ବୈଶିଷ୍ଟ୍ୟଗୁଡିକ ବାବଦରେ ଉଲ୍ଲେଖ ଥାଏ ।


ପ୍ରଥମ ରାଉଣ୍ଡ ପରେ ଆବେଦନକାରୀଙ୍କୁ ସେମାନଙ୍କର 3D ମଡେଲ ପଠାଇବାକୁ କୁହାଯାଏ । ଯଦି ଦ୍ୱିତୀୟ ପର୍ଯ୍ୟାୟରେ ମଡେଲ୍ ଅନୁମୋଦିତ ହୁଏ, ତେବେ ରାଜ୍ୟ ଓ ସଂଗଠନ ମେଢ଼  ପ୍ରସ୍ତୁତି ଆରମ୍ଭ କରନ୍ତି ।


ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଚୟନ ଅନେକ କାରଣ ଉପରେ ନିର୍ଭର କରେ।ଯେମିତିକି ମେଢ଼ କେମିତି ଦେଖାଯାଉଛି,ଦର୍ଶକଙ୍କ ଉପରେ ଏହା କେଉଁଭଳି ପ୍ରଭାବ ପକାଇବ? କେଉଁ ପ୍ରକାରର ସଂଗୀତ ଯୋଡା ଯାଇଛି ଏବଂ ଥିମ୍ କେତେ ଗଭୀରତାର ସହିତ ଦେଖାଯାଇଛି ।


ନିର୍ଦ୍ଦେଶାବଳୀ କ’ଣ କୁହେ ?


ସମଗ୍ର ପ୍ରକ୍ରିୟା ପ୍ରାୟ ୬ ରୁ ୭ sକପର୍ଯ୍ୟାୟ ବିଶିଷ୍ଟ ହୋଇଥାଏ । ଯେଉଁଥିରେ ଅନେକ ଦିନ ଲାଗିଥାଏ । ଅନେକ ମାନଦଣ୍ଡ ପୂରଣ କରିବା ପରେ ମେଢକୁ ସର୍ଟଲିଷ୍ଟ୍ କରାଯାଇଥାଏ । ଚୂଡ଼ାନ୍ତ ଅନୁମୋଦନ ଦେବାବେଳେ ମଧ୍ୟ ଅନେକ ପରିବର୍ତ୍ତନ କରିବାକୁ କୁହାଯାଇପାରେ। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଦୁଇ ରାଜ୍ୟର ପ୍ରଜ୍ଞାପନ ମେଢେ ଏକାଭଳି ହେବା ଉଚିତ ନୁହେଁ। ରାଜ୍ୟ କିମ୍ବା UT ର ନାମ ବ୍ୟତୀତ, ଟେବୁଲରେ ଆଉ କିଛି  ଲେଖା ଯାଇ ପାରିବ ନାହିଁ କିମ୍ବା ଅନ୍ୟ କୌଣସି ଲୋଗୋ ବ୍ୟବହାର କରାଯାଇ ପାରିବ ନାହିଁ ।  ରାଜ୍ୟ କିମ୍ବା UT ର ନାମ ମଧ୍ୟ ହିନ୍ଦୀ କିମ୍ବା ଇଂରାଜୀରେ ରହିବା ଜରୁରୀ । ତେବେ | ପାର୍ଶ୍ୱରେ ଅନ୍ୟ ଭାଷାରେ ନାମ ଲେଖାଯାଇପାରିବ । ଏହାକୁ ପ୍ରସ୍ତୁତ କରିବାରେ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଗ୍ରାଧିକାର ଦେଇଥାଏ । ଏହା ବ୍ୟତୀତ ମନ୍ତ୍ରଣାଳୟ ପ୍ରତ୍ୟେକ ରାଜ୍ୟକୁ ମେଢ଼ ବୋହିବା ପାଇଁ ଏକ ଟ୍ରାକ୍ଟର ଏବଂ ଟ୍ରେଲର ଯୋଗାଇଥାଏ |


ରାଜନୀତି ଆରମ୍ଭ


ପ୍ରତିବର୍ଷ ଯେତେବେଳେ କିଛି ରାଜ୍ୟ ଟେବୁଲ୍ ଚୟନ ହୋଇନଥାଏ ସେତେବେଳେ ବିରୋଧ ଆରମ୍ଭ ହୁଏ  । ଚଳିତ ବର୍ଷ କର୍ଣ୍ଣାଟକର ଟେବୁଲକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହାକୁ ନେଇ  କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ ସରକାର ସାତ କୋଟି କନ୍ନଡିଗାଙ୍କୁ ଅପମାନିତ କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ମଧ୍ୟ କେନ୍ଦ୍ରରେ ଆକ୍ରମଣ କରି କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଏଏପି) ଦ୍ୱାରା ପରିଚାଳିତ ରାଜ୍ୟଗୁଡିକ ସହିତ କେନ୍ଦ୍ର ସସରକାର ଭେଦଭାବ କରିଛନ୍ତି।