ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆଉ ଏକ ନିଷ୍ପତ୍ତି। ବଢ଼ିବ ଭତ୍ତା ଟଙ୍କା। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସୂଚନା ଦେଇଛନ୍ତି। ଭତ୍ତା ଟଙ୍କାକୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ଗଣ୍ଡ କହିଛନ୍ତି ଯେ, ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି। ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ। ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ଯେଉଁ ମାନିଫେଷ୍ଟା ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି। 


ଅନ୍ୟପଟେ ପୂର୍ବ ସରକାର ବନ୍ଦ କରିଥିବା ସ୍କୁଲ ସଂପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବନ୍ଦ ହୋଇଥିବା ସ୍କୁଲ ସଂପର୍କରେ ତର୍ଜମା ହେବ। ଏନେଇ ରିପୋର୍ଟ ମଗାଇବାକୁ ସଚିବଙ୍କୁ କୁହାଯାଇଛି। ଯେଉଁଠି ପିଲା ଅଛନ୍ତି ବା ସ୍କୁଲ ଦୂର ହେଉଛି, ସେ ସଂପର୍କରେ ବିଚାର କରାଯିବ। ଯେଉଁଠି ଆବଶ୍ୟକ ପଡ଼ିବ, ସେଠି ବନ୍ଦ ଥିବା ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।