Russia captured avdiivka


COMMERCIAL BREAK
SCROLL TO CONTINUE READING

ୟୁକ୍ରେନର ଅଭଦିଭାକା ସହର ଉପରେ ଋଷର କବଜା,ପୁତିନ ଖୁସିରେ ଗଦଗଦ


ୟୁକ୍ରେନ୍ ବିପକ୍ଷ ଲଢ଼େଇରେ ରୁ ଋଷିଆକୁ ବଡ଼ ସଫଳତା ମିଳିଛି।  ଋଷ ୟୁକ୍ରେନର ଅଭଦିଭାକା ସହରକୁ ଦଖଲ କରିଛି। ଆଭଦିଭକା ହେଉଛି ୟୁକ୍ରେନର ଏକ ଗୁରୁତ୍ୱପୂର୍ଣ୍ଣ  ସହର । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହି ସଫଳତା ପାଇଁ ତାଙ୍କ ସେନାକୁ ପ୍ରଶଂସା କରିବା ସହ ଏହି ବିଜୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ ଏ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇଛନ୍ତି।


ଋଷପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଅଭଦିଭାକା ୟୁକ୍ରେନ ସେନା ପାଇଁ ଏକ ଶକ୍ତିଶାଳୀ ପ୍ରତିରକ୍ଷା କେନ୍ଦ୍ର ଏବଂ ଅବଦିଭାକା ଉପରେ


ରୁଷିଆର ଦଖଲ ୟୁକ୍ରେନର ଋଷ ଉପରେ ଆକ୍ରମଣ କରିବାର କ୍ଷମତାକୁ ଗୁରୁତର ଭାବେ ପ୍ରଭାବିତ କରିବ। ୟୁକ୍ରେନ ସେନାର ମୁଖ୍ୟ ଶନିବାର ଏକ ବିବୃତ୍ତି ଜାରି କରି ଅବଦିଭକା ଉପରେ ଋଷିଆର ବିଜୟକୁ ସ୍ୱୀକାର ନିଶ୍ଚିତ କରିଛନ୍ତି। ୟୁକ୍ରେନର ସେନା ମୁଖ୍ୟ ଆଲେକଜାଣ୍ଡର ସିରସ୍କି କହିଛନ୍ତି ଯେ ଅଧିକରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମୁଁ ମୋର ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ କହିଛନ୍ତି ଯେ ସୈନିକଙ୍କ ଜୀବନ ବଞ୍ଚାଇବା ପାଇଁ ପଛଘୁଞ୍ଚା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଜେଲେନସ୍କିଏହି ପରାଜୟ ପାଇଁ ଅସ୍ତ୍ରଶସ୍ତ୍ରର ଅଭାବକୁ ଦାୟୀ କରିଛନ୍ତି। ଦୁର୍ଭାଗ୍ୟବଶତଃ ୟୁକ୍ରେନ ଅସ୍ତ୍ରଶସ୍ତ୍ର ଅଭାବର ସମ୍ମୁଖୀନ ହେଉଛି। ବିଶେଷ କରି ଦୀର୍ଘ ଦୂରତା ବିଶିଷ୍ଟ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ରର ଅଭାବ ରହିଛି। ଏହି କାରଣରୁ ଋଷ ଆକ୍ରମଣକୁ ଜୋରଦାର କରିଥିଲା।


ଋଷିଆ ଆକ୍ରମଣରେ ଧ୍ୱଂସ ହେଲା ଅଭଦିଭାକା ସହର


 ଋଷିଆ-ୟୁକ୍ରେନ ଯୁଦ୍ଧରେ ସବୁଠାରୁ ଭୟଙ୍କର ଲଢ଼େଇ ପୂର୍ବ ସୀମାରେ ଚାଲିଥିବା ଯୁଦ୍ଧରେ ହୋଇଥିଲା ।ଏଠାରେ ଋଷ ପ୍ରବଳ ବୋମାମାଡ଼ ଓ ଏୟାର ଷ୍ଟ୍ରାଇକ୍ କରିଥିଲା। ରୁଷ ଅଧିକୃତ ୟୁକ୍ରେନର ଡୋନେସ୍କ ସହରରୁ ଆଭଦିଭକାର ଦୂରତା ୧୦ କିଲୋମିଟରରୁ କମ୍ । ଅବଦିଭକା ଯୁଦ୍ଧକୁ ବଖମୁତ ଯୁଦ୍ଧ ସହିତ ମଧ୍ୟ ତୁଳନା କରାଯାଉଛି, ଯେଉଁଠାରେ ୧୦ହଜାରରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଅବଦିଭକାର ଜନସଂଖ୍ୟା ପ୍ରାୟ ୩୪ ହଜାର ଥିଲା,  ଯୁଦ୍ଧ ଆରମ୍ଭ ହେବା ପରେ ଏହି ବେସାମରିକ ନାଗରିକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ବି ସେଠାରେ ପ୍ରାୟ ୧ହଜାର ଲୋକ ରହୁଛନ୍ତି। ଯୁଦ୍ଧରେ ସହରର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଛି।