Driving Tips in Fog: 


COMMERCIAL BREAK
SCROLL TO CONTINUE READING

“ସାବଧାନୀ ହଟୀ, ଦୁର୍ଘଟଣା ଘଟୀ” ଏକଥା ସତ ପ୍ରମାଣିତ ହୋଇଛି ଯେତେବଳେ ଲୋକ ତରବର ହୋଇ ଗାଡ଼ି ଚଳାଇ ଦୁର୍ଘଟଣା ଘଟାନ୍ତି । ଆପଣ ଦୁଇ ଚକିଆ ଗାଡ଼ି ଚଲାନ୍ତୁ ନହେଲେ ଚାରି ଚକିଆ, କିନ୍ତୁ ସବୁବେଳେ ସତର୍କ ଓ ସାବଧାନ ରହିବା ଆବଶ୍ୟକ । ବିଶେଷ କରି ଯେତେବେଳେ ଶୀତ ଦିନ ଆସେ କୁହୁଡ଼ି କାରଣରୁ ଅଧିକ ମାତ୍ରାରେ ଗାଡ଼ି ଚଳାଇବା ବେଳେ ଅସୁବିଧାର ସମ୍ମୁଖୀନ ହେଉ । ସେହି ସମୟରେ ଗାଡ଼ି ଚାଳକଙ୍କୁ କେଉଁ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ? ଆସନ୍ତୁ ଜାଣିବା ।


ପ୍ରଦୂଷଣ ଏବଂ କୁହୁଡ଼ି କାରଣରୁ ଗାଡ଼ି ଚଳାଇବା ବେଳେ ଭିଜିବିଲିଟି କମ୍ ହୋଇଥାଏ । ଫଳରେ ଆଗରେ କଣ ଅଛି ଜଣା ପଡ଼େ ନାହିଁ । ଏହି ସମୟରେ ଭୁଲରେ ମଧ୍ୟ ଆପଣ ଜୋରରେ ଗାଡ଼ି ଚଳାନ୍ତୁ ନାହିଁ ଯେତେ ପାରିବେ ସ୍ଲୋରେ ଗାଡ଼ି ଚଳାଇବା ଦରକାର । ଏଭଳି କରିବା ଦ୍ବାରା ଦୁର୍ଘଟଣାରୁ ବଂଚିବା ସହ ଠିକଣା ସ୍ଥାନରେ ମଧ୍ୟ ସୁରକ୍ଷିତ ପହଂଚିବେ ।


ଅଧିକାଂଶ ଲୋକ ଗାଡ଼ିକୁ ହାଏ ବିମରେ ଚଲାଇଥାନ୍ତି । କିନ୍ତୁ ଏଭଳି ବିଲକୁଲ କରିବେ ନାହିଁ । ହେଡ଼ଲାଇଟ୍ କୁ ହାଏ ବିମରେ ରଖିବେ ନାହିଁ । ନଚେତ୍ କୁହିଡ଼ିରେ ରଶ୍ମି ବିଛୁରିତ ହୋଇପାରେ ।


କିଛି ଲୋକଙ୍କ ଅଭ୍ୟାସ ଯେ ସେମାନେ ହଠାତ୍ ଗାଡ଼ିରେ ଇଣ୍ଡିକେଟର ଦେଇ ଦିଅନ୍ତି । ଏଭଳି ଭୁଲ୍ କରନ୍ତୁ ନାହିଁ । କାରଣ ଏଭଳି କରିବାର ଦ୍ବାରା ବିପଦ ଅଧିକ ଆସିପାରେ । ସେଥିପାଇଁ ଅଲଗା ମୋଡ଼ ନେବାର କିଛି ଦୂରରୁ ଇଣ୍ଡିକେଟର ଦିଅନ୍ତୁ, ଫଳରେ ପଛରେ ଥିବା ଗାଡ଼ି ସତର୍କ ହେବ ।


ଭୁଲରେ ମଧ୍ୟ କୌଣସି ଗାଡ଼ିକୁ ଓଭରଟେକ୍ କରନ୍ତୁ ନାହିଁ । ଏଭଳି ଭୁଲ୍ ଆପଣଙ୍କୁ ମରଣ ମୁହଁକୁ ନେଇପାରେ । ଯଦି ଦେଖାଯାଏ ତାହେଲେ ଓଭରଟେକ୍ କରିବାକୁ ଯାଇ ଅଧିକାଂଶ ସମୟରେ ଦୁର୍ଘଟଣା ହୁଏ । ଯଦି ଓଭରଟେକ୍ କରୁଛନ୍ତି ତାହେଲେ ଟ୍ରାଫିକ୍ ନିୟମ ଅନୁସାରେ କରନ୍ତୁ । ଏହାଛଡ଼ା ଆପଣ ଆପଣଙ୍କ ଗାଡ଼ିରେ ରେଡ଼ିୟମ ଷ୍ଟିକର ମଧ୍ୟ ଲଗାଇ ପାରିବେ । ଫଳରେ ପଛରୁ ଆସୁଥିବା ଗାଡ଼ି ମଧ୍ୟ ଆପଣଙ୍କ ଗାଡ଼ିକୁ ଦେଖିପାରିବ ।