କଏଦିଙ୍କ ହସ୍ତତନ୍ତ୍ରକୁ କେନ୍ଦ୍ରର ହ୍ୟାଣ୍ତଲୁମ ମାର୍କ ଟ୍ୟାଗ
ସମ୍ବଲପୁର ଜେଲରେ ତିଆରି ହସ୍ତତନ୍ତ ସାମଗ୍ରୀ ବିଦେଶ ଯିବ। ସମ୍ବଲପୁର ସର୍କଲ ଜେଲ ଭିତରେ ବହୁ ବର୍ଷରୁ କଏଦି ମାନେ ହସ୍ତତନ୍ତ୍ର ସାମଗ୍ରୀ ତିଆରି କରୁଛନ୍ତି । ଏହି ନିର୍ମିତ ସାମଗ୍ରୀକୁ କେନ୍ଦ୍ରସରକାରଙ୍କ ବୟନକଳା ମନ୍ତଣାଳୟର ହସ୍ତତନ୍ତ୍ର କମିଟି ହ୍ୟାଣ୍ତଲୁମ ମାର୍କ ଟ୍ୟାଗର ମାନ୍ୟତା ଦେଇଛନ୍ତି ।
ସମ୍ବଲପୁର: ସମ୍ବଲପୁର ଜେଲରେ ତିଆରି ହସ୍ତତନ୍ତ ସାମଗ୍ରୀ ବିଦେଶ ଯିବ। ସମ୍ବଲପୁର ସର୍କଲ ଜେଲ ଭିତରେ ବହୁ ବର୍ଷରୁ କଏଦି ମାନେ ହସ୍ତତନ୍ତ୍ର ସାମଗ୍ରୀ ତିଆରି କରୁଛନ୍ତି । ଏହି ନିର୍ମିତ ସାମଗ୍ରୀକୁ କେନ୍ଦ୍ରସରକାରଙ୍କ ବୟନକଳା ମନ୍ତଣାଳୟର ହସ୍ତତନ୍ତ୍ର କମିଟି ହ୍ୟାଣ୍ତଲୁମ ମାର୍କ ଟ୍ୟାଗର ମାନ୍ୟତା ଦେଇଛନ୍ତି ।
ସମ୍ବଲପୁର ମଣ୍ତଳ କାରାଗାରରେ ବହୁ ବର୍ଷ ପୂର୍ବରୁ ଜେଲ ଅନ୍ତେବାସୀଙ୍କ ଦ୍ଵାରା ତିଆରି ହେଉଛି ହସ୍ତତନ୍ତ୍ର ସାମଗ୍ରୀ । ସମ୍ବଲପୁର ଜେଲ ରେ କଏଦୀ ମାନେ ନିଜ ହାତରେ ବୁଣିଥାନ୍ତି ବେଡ଼ସିଟ, ରୁମାଲ,ଗାମୁଛା ଇତ୍ୟାଦି । ଏଥିରେ ନିଜେ ପିନ୍ଧୁଥୁବା ଧଲା ରଙ୍ଗର ପେଣ୍ଟ ସାର୍ଟ ସହ ସୁନ୍ଦର ସୁନ୍ଦର ରୁମାଲ, ବେଡସିଟ, ଚଦର ପ୍ରଭୃତି ତିଆରି ହେଉଛି । ଅନେକ ଵର୍ଷ ରୁ ତିଆରି ହେଉଥିଲା ଏହି ହସ୍ତତନ୍ତ୍ର ସାମଗ୍ରୀ । କିଛି ମାସ ପୂର୍ବରୁ ଜୁନ ମାସରେ ଜିଲ୍ଲାପାଳ ଶୁଭମ ସକସେନାଙ୍କ ସହ କିଛି ସରକାରୀ କର୍ମଚାରୀ ଜେଲ ପରିଦର୍ଶନ ପାଇଁ ଯାଇଥିଲେ । ସେଠାରେ ବନ୍ଦୀ ମାନେ ଦେଶୀ ପ୍ରଣାଳୀରେ କପଡା ବୁଣୁ ଥିବାର ଦେଖିଥିଲେ । ତା ପରେ ଜିଲ୍ଲାପାଳ ସେହି କପଡ଼ା ର ନମୁନା ନେଇ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ୍ର ମନ୍ତ୍ରଣାଳୟକୁ ପଠା ଯାଇଥିଲା। । ଏହା କଏଦି ମାନଙ୍କ ହାତରେ ତିଆରି ତଥା ବେଶ ଭଲ ଉପଯୋଗୀ ହୋଇପାରିଥିବାରୁ କେନ୍ଦ୍ରସରକାର ପକ୍ଷରୁ ମିଲିଲା ହ୍ୟାଣ୍ତୁଲମ ମାର୍କ ଟ୍ୟାଗ । ଏବେ ଏହାର ଚାହିଦା ବଜାରରେ ବଢିବାରେ ଲାଗିଛି ।
ସେପ୍ଟେମ୍ବର ୩୦ ତାରିଖ ରେ କେନ୍ଦ୍ରସରକାର ପକ୍ଷରୁ ଏହି ହସ୍ତତନ୍ତ୍ରକୁ ହାଣ୍ଡଲୁମ ମାର୍କ ଟ୍ୟାଗ ମାନ୍ୟତା ମିଳିବା ପରେ ଜେଲ ଅନ୍ତେବାସୀ, ଜେଲ କର୍ମଚାରୀ ଙ୍କ ସହ ଜିଲ୍ଲା ପ୍ରଶାସନ ତଥା ଓରମାସରେ ମଧ୍ୟ ଖୁସିର ଲହରି ଖେଲି ଯାଇଛି । ଏହି ହସ୍ତତନ୍ତ୍ର ସାମଗ୍ରୀ ଗୁଡିକୁ ଦେଶ ଭିତରେ ବିକ୍ରି କରାଯିବାକୁ ବ୍ୟବସ୍ଥା କରିବା ସହ ବିଦେଶକୁ ମଧ୍ୟ ରପ୍ତାନି କରାଯିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯିବ ବୋଲି କହିଥିଲେ ଓରମାସ ର ସହକାରୀ ନିର୍ଦେଶକ।
ଅନ୍ୟ ପଟେ ସମ୍ବଲପୁର ସର୍କଲ ଜେଲରେ କେନ୍ଦ୍ରସରକାର ପକ୍ଷରୁ ହ୍ୟାଣ୍ତୁଲମ ଟ୍ୟାଗ ମାନ୍ୟତା ମିଲିଥିବା ହସ୍ତତନ୍ତ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ବେଶ ଭିଡ ଜମୁଛି । ଜେଲ ସମ୍ମୁଖରେ ଏକ କାଉଣ୍ଟର ରହିଛି ଯେଉଁଠି ପ୍ରତିଦିନ କାଉଣ୍ଟରରେ ନିର୍ମିତ ବସ୍ତ୍ର ବିକ୍ରି କରାଯାଉଛି । ଜେଲ ଅନ୍ତେବାସିଙ୍କ ହାତ ତିଆରି ସାମଗ୍ରୀ ବହୁତ କମ ଦାମରେ ଭଲ ଜିନିଷ ବ୍ରିକି ହେଉଥିବାର କହୁଛନ୍ତି ଗ୍ରାହକ । ଏହା ଦୀର୍ଘସ୍ଥାୟୀ ସହ ସୂତା ରେ ନିର୍ମିତ ହୋଇଥିବାରୁ ବହୁତ ଭଲ ବୋଲି ଗ୍ରାହକ କହୁଛନ୍ତି ।