ସମ୍ବଲପୁର: Medicine Store Looted in Sambalpur: ସହରର ବିଭିନ୍ନ ସ୍ଥାନରେ ଲଗାତାର ଭାବେ ବଢିଚାଲିଛି ଲୁଟତରାଜ୍ । ୧୫ ଦିନ ମଧ୍ୟରେ ୫ ଥର ଲଗାତାର ଭୁଜାଲି ଦେଖାଇ ହୋଇଛି ଲୁଟ୍ । ବିଶେଷ କରି ଔଷଧ ଦୋକାନରୁ ହେଉଛି ଡକାୟତି । ତାହା ପୁଣି ବିଚ୍ ରାସ୍ତାରେ ସପ୍ତାହରେ ତିନୋଟି ମେଡିସିନ ଦୋକାନରେ ଲୁଟ ହୋଇଥିବାବେଳେ ଯାହାର ସିସିଟିଭି ଫୁଟେଜ୍ ବେସ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଚୁପ୍ ବସିଛି ସମ୍ବଲପୁର ପୋଲିସ ।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ସହରରେ ବେଫିକର ଲୁଟେରା । ପୋଲିସକୁ ଖୋଲାଖୋଲି  ଚ୍ୟାଲେଞ୍ଜ ଦେଇ ବାରମ୍ବାର କରୁଛନ୍ତି ଡକାୟତି ।  ବର୍ତ୍ତମାନ ଟାର୍ଗେଟରେ ମେଡିସିନ ଦୋକାନ ରହୁଥିବାବେଳେ  ୧୫ ଦିନ ମଧ୍ୟରେ ୫ ଥର ଡକାୟତି ଅଭିଯୋଗ କରିଛି ମେଡିସିନ ଦୋକାନ ସଂଘ । ଯାହାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନା କ୍ରାଇମ କଣ୍ଟ୍ରୋଲ ହୋଇପାରିଛି ନା କ୍ରିମିନାଲ କଣ୍ଟ୍ରୋଲ ହୋଇ ପାରିଛନ୍ତି । ଏଭଳି ବାରମ୍ବାର ମେଡିସିନ ଦୋକାନ ଆକ୍ରମଣ ଓ ଚୋରିରେ ଅତିଷ୍ଠ ହୋଇ ପୋଲିସ ସହାୟତା ଲୋଡିଛି ସମ୍ବଲପୁର କେମିଷ୍ଟ ଓ ଡ୍ରଗିସ୍ଟ ସଙ୍ଘ ।


ଏହା ବି ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୫୮ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ୫୩୪ ସଂକ୍ରମିତ


ଏହା ବି ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ


ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ


ଏହା ବି ପଢ଼ନ୍ତୁ:-ଏହି ଦେଶରେ ଆସିଲା କୋରୋନା ସୁନାମି, ଦିନକରେ ଚିହ୍ନଟ ହେଲେ ୧୦ ଲକ୍ଷ ସଂକ୍ରମିତ


 


ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି କିଭଳି ପ୍ରଥମେ ଦୋକାନକୁ ପଶି ଛୁରାମାଡ଼ କରି ଲୁଟି ନେଉଛନ୍ତି ଫଳରେ ଦୋକାନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଠିକ ସେହି ୨୪ ତାରିଖରେ ଲଗାତର ଭାବରେ ୪ଟି ଔଷଧ ଦୋକାନରୁ ହୋଇଥିଲା ଡକାୟତି । ସିସିଟିଭି ଫୁଟେଜ ଦେଖିବାକୁ ମିଳୁଛି ଯେ କିପରି ଲୁଟେରା କାନ୍ଥ ଭାଂଗି ଟଙ୍କା ଲୁଟି ନେଇଛନ୍ତି । ଟଙ୍କା ସହ ଲୁଟି ନେଉଛନ୍ତି କୋରେକ୍ସ ଓ ନିଶା ଟେବଲେଟ । ବାରମ୍ବାର ମେଡିସିନ ଦୋକାନରୁ ଲୁଟ ଓ ମାଡ଼ ହେଉଥିବା ଅଭିଯୋଗ କରିଛନ୍ତି ମେଡିସିନ୍ ଦୋକାନୀ । ତେବେ ସମ୍ବଲପୁର ପୋଲିସ ଠିକ ଭାବରେ  ଦାୟିତ୍ବ ନିର୍ବାହ କରୁନଥିବାରୁ ସହରରେ ଡକାୟତି ଲୁଟ ବଢି ଚାଲିଥିବା ଅଭିଯୋଗ କରିଛନ୍ତି ସହରବାସୀ । 


ଗୋଟିଏ ପଟେ ଅପରାଧୀ ଖୋଲାଖୋଲି ଅପରାଧ କରୁଥିବା ବେଳେ ବାରମ୍ବାର ଏଭଳି ଆକ୍ରମଣ ସହ ଚୋରି ହେଉଥିବା କାରଣରୁ ଭୟଭୀତ ଔଷଧ ବ୍ୟବସାୟୀ ।