ଭୁବନେଶ୍ଵର: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ଭାଜପା ନେତା ସମୀର ଦେ। କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ। ଭାଜପା ନେତା ସମୀର ଦେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା ବା ଫାଓର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। ହେଲେ ସେ ଇସ୍ତଫା ଦେବା ପରେ ସମୀର ଦେଙ୍କୁ ସଭାପତି କରାଯାଇଛି। ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ ଫାଓର ନିର୍ବାଚନ ହେବାକୁ ଥିବା ବେଳେ ଏଥର ପୂର୍ବତନ ସଭାପତି ଦେବାଶିଷ ସାମନ୍ତରାୟଙ୍କ ନାଁ ପ୍ରସ୍ତାବ ଦେଇନଥିଲା କ୍ଲବ। 


COMMERCIAL BREAK
SCROLL TO CONTINUE READING

ତେବେ ଆସନ୍ତା ୨୧ ତ‌ାରିଖରେ ଫାଓର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ଏହି ନିର୍ବାଚ‌ନରେ ମୋଟ ୨୪୧ ଜଣ ଭୋଟର ରହିଛନ୍ତି। ସଂଘର ସଭାପତି, ସାଧାରଣ ସଂପାଦକ, ଉପସଭାପତି, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ ପଦପଦବୀ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ।


ଶ୍ରୀ ସାମନ୍ତରାୟ ରାଧାରମଣ କ୍ଲବ୍ ପକ୍ଷରୁ ଫାଓକୁ ପ୍ରତିନିଧିତ୍ବ କରୁଥିଲେ। ଗତ ଦୁଇଥର ତାଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ଭାବେ ନିର୍ବାଚିତ କରାଯାଉଥିଲା। ଏଥର ଦେବାଶିଷଙ୍କ ନିଜ ଇଚ୍ଛାରେ ପଦ ଛାଡିଥିବାରୁ ନୂତନ ସଭାପତି କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଛି। ଏଥର ରାଧାରମଣ କ୍ଲବ୍ ପକ୍ଷରୁ ଦେବାଶିଷଙ୍କ ନାମ ଆସି ନଥିବା ବେଳେ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ତରଫରୁ ବିଜେପି ନେତା ସମୀର ଦେଙ୍କ ନାମ ଆସିଥିବାରୁ ସେ ସଭାପତି ହେବାର ଆଶା ଉଜ୍ବଳ ହୋଇଥିଲା। ସରକାର ପରିବର୍ତ୍ତନ ହେବା ପରେ ଏବେ ରାଜ୍ୟ କ୍ରୀଡା ସଂଘରେ ମଧ୍ୟ ପରିବର୍ତ୍ତନ ‌ହେବା ଆରମ୍ଭ ହୋଇଛି।