ଅନୁଗୋଳ: ଭିଜିଲାନ୍ସ ଜାଲରେ ସରପଞ୍ଚ। ୨୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ। ଭିଜିଲାନ୍ସ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଅଫିସ ଓ ଘରେ ଚଢ଼ାଉ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ସରକାରଙ୍କ ପ୍ରକଳ୍ପ ମୋ ପୋଖରୀ ଯୋଜନାର ବିଲ୍ ପାସ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୨୦ ହଜାର ଲାଞ୍ଚ ମାଗିଥିଲେ ସରପଞ୍ଚ। ଏ ନେଇ ହିତାଧୀକାରୀ ଜଣକ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ହିତାଧିକାରୀଙ୍କଠାରୁ ସରପଞ୍ଚ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ।