Navratri 2022 Shopping:  ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଇଛି ନବରାତ୍ରୀ । ନଅ ଦିନ ଧରି ଚାଲିବ ମାଆ ଦୁର୍ଗାଙ୍କ ଆରାଧାନା । ପୂଜାର ଗୋଟିଏ ଦିନ ପୂର୍ବରୁ ଘରେ ଘଟ ସ୍ଥାପନ କରନ୍ତୁ । ଘଟ ସ୍ଥାପନର ଶୁଭ ମୂହୁର୍ତ୍ତ ରହିଛି ଦିନ ୧୧.୫୪ ମିନିଟରୁ ୧୨.୪୨ ମିନିଟ । ନବରାତ୍ରୀରେ ମାଙ୍କ କୃପା ଲାଭ ସହ ଧନ ସମୃଦ୍ଧି ବୃଦ୍ଧି ପାଇଁ ଘରକୁ ଆଣନ୍ତୁ ୫ଟି ସାମଗ୍ରୀ । ଯାହା ଦ୍ବାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ କୌଣସି ଅଭାବ ରହିବନି।  


COMMERCIAL BREAK
SCROLL TO CONTINUE READING


ନବରାତ୍ରରେ ବିଶେଷକରି ମାଆ ଦୁର୍ଗା,ସରସ୍ବତୀ ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ନବରାତ୍ରର ପ୍ରଥମ ଦିନରେ ଘରକୁ ୧୬ ଶୃଙ୍ଗାର ଅର୍ଥାତ କିଛି ମେକପ ସାମଗ୍ରୀ ଆଣନ୍ତୁ । ଯାହା ଦ୍ବାରା ଆପଣଙ୍କ ଦୁର୍ଗାଙ୍କ କୃପା ଲାଭ କରିପାରିବେ। କେବେଳ ସେତିକି ନୁହେଁ ଘରର ମହିଳା ମାନେ ଏହାଦ୍ବାରା ସୌଭାଗ୍ୟବତୀ ମଧ୍ୟ ହୋଇପାରିବେ। ସେହିପରି ନବରାତ୍ର ଦିନ ଘରକୁ ଅପରାଜିତା ଗଛର ମୂଳ ଆଣନ୍ତୁ । ଆଉ ତାକୁ ପୂଜା ପରେ ଏକ ରୂପାର ପାତ୍ରରେ ଘରର ଆଲମାରୀରେ ରଖନ୍ତୁ । ଯାହା ଦ୍ବାରା ଆପଣଙ୍କ ଘରେ ବର୍ଷକ ସାରା ଅର୍ଥର ସମସ୍ୟା ରହିବନି।


ଏହାବି ପଢନ୍ତୁ : Navratri 2022: ପ୍ରଭୁ ଶ୍ରୀରାମ ମଧ୍ୟ କରିଥିଲେ ନବରାତ୍ରୀ ଉପବାସ, ମା' ଦୁର୍ଗାଙ୍କ ଠାରୁ ପାଇଥିଲେ ଏହି ବରଦାନ


 ସେହିପରି ଏହି ନବରାତ୍ରୀରେ ଘରକୁ ଆଣନ୍ତୁ ମୟୂର ଚୁଳ । ଯାହାକୁ ନିଜ ଘର ଷ୍ଟଡିରୁମ୍ ରେ ରଖନ୍ତୁ । ଏହା ଦ୍ବାରା ପିଲାଙ୍କ ମନ ବିଚଳିତ ହେବ ନାହିଁ । ବରଂ ଅଧ୍ୟୟନରେ ଆଗ୍ରହ ବଢିବ।  ବିଷ୍ଣୁ ଭଗବାନଙ୍କର ଅତି ପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା । ତୁଳସୀର ନାଁ ପୂର୍ବରୁ ଲାଗେ ଶ୍ରୀ , ଯାହାକି ସୌଭାଗ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ । ତୁଳସୀ ବୃକ୍ଷ ମୂଳରେ ଗଙ୍ଗା ଓ ଡାଳପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ଲୋକୋକ୍ତି ରହିଛି ।  ହିନ୍ଦୁ ଭକ୍ତମାନେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦୦୦ ତୁଳସୀ ମାଳ ଗୁନ୍ଥି ଅର୍ପଣ କରନ୍ତି । 


ତୁଳସୀର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବେଶ ଅଧିକ ରହିଛି। ପ୍ରତ୍ୟକ ହିନ୍ଦୁଙ୍କ ଘର ଅଗଣାରେ ତୁଳସୀ ଗଛ ପୂଜା ପାଏ ।  ଏହାଦ୍ୱାରା ଘରର ବାତାବରଣ ସୁଦ୍ଧ ରହିଥାଏ । ସେହିପରି ନବରାତ୍ର ଦିନ ଘରକୁ ତୁଳସୀ ଗଛ ଆଣନ୍ତୁ । ଆଉ ମଙ୍ଗଳବାର ଦିନ ଏକ ପାତ୍ରରେ ଲାଗାଇ ଏହାକୁ ପୂଜା କରନ୍ତୁ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ସୋମବାର ଲଗାଯିବା ଉଚିତ ନୁହେଁ। ନବରାତ୍ରୀର ପ୍ରଥମ ଦିନ ସୋମବାର।  ଏହି ଦିନ  ମା' ଶୈଳପୁତ୍ରୀ ଙ୍କୁ ପୂଜା କରାଯିବ । ଏହି ଦିନ ଧଳା ରଙ୍ଗର କିଛି ପୋଷାକ, ମିଠା , ଦୁଗ୍ଧ ଓ  ଅରୁଆ ଚାଉଳ କିଣିକି ଘରକୁ ଆଣିବା ଶୁଭ ମନାଯାଏ । ବିଶ୍ବାସ କରାଯାଏ ଏହିଦିନ ଧଳା ରଙ୍ଗର ଏ ସବୁ ସମାଗ୍ରୀ ଘରକୁ ଆଣିଲେ । ଘରେ କେବେବି ଖାଦ୍ୟର ଅଭାବ ଦେଖା ଦିବନି । ବରଂ  ମା' ଶୈଳପୁତ୍ରୀ  ପ୍ରସନ୍ନ ରୁହିବେ।