spiritual news  : ସାଧାରଣତଃ ସମସ୍ତଙ୍କ ଘରେ ଶିବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖି ପୂଜା କରିଥାନ୍ତି।କିନ୍ତୁ ଶିବଙ୍କର କିଛି ଫଟୋ ବା ମୂର୍ତ୍ତି ରଖିବା ପାଇଁ କେତେଗୁଡ଼ିଏ ନିୟମ ରହିଛି। ଯଦି ଭୁଲ୍‌ ଦିଗରେ ଶିବଙ୍କ ମୂର୍ତ୍ତି ବା ଫଟୋ ରଖନ୍ତି, ତେବେ ସକାରାତ୍ମକ ଶକ୍ତି ପରିବର୍ତ୍ତେ ନକାରାତ୍ମକ ଶକ୍ତିର ପ୍ରାଦୁର୍ଭାବ ବଢ଼ିଚାଲେ। ତେଣୁ କିଛି ପୂଜା ନିୟମକୁ ମାନିବା ଶୁଭ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

୧- ଭଗବାନ ଶିବ, ମା’ ପାର୍ବତୀ, ଶ୍ରୀଗଣେଶ ଓ କାର୍ତ୍ତିକେୟଙ୍କ ଚିତ୍ର ଥିବା ଫଟୋ ଘରେ ଲଗାନ୍ତୁ। ଏହାଦ୍ବାରା ଘରେ କଳହର ବାତାବରଣ ସୃଷ୍ଟି ହୋଇନଥାଏ ଏବଂ ପିଲାମାନେ ଆଜ୍ଞାକାରୀ ହୋଇଥା’ନ୍ତି ବୋଲି ବିଶ୍ବାସ ରହିଛି।
୨- ଶିବପୁରୀ ବା କୈଳାସ ପର୍ବତ ଉତ୍ତର ଦିଗରେ ଅବସ୍ଥ଄ତ। ତେଣୁ ଶିବଙ୍କ ଫଟୋ ବା ମୂର୍ତ୍ତି ଉତ୍ତର ଦିଗରେ ରଖÒବା ଶ୍ରେଷ୍ଠ ହୋଇଥାଏ। ଏମିତି ଏକ ସ୍ଥାନରେ ଲଗାନ୍ତୁ, ଯେଉଁଠି ପରିବାର ସଦସ୍ୟଙ୍କ ନଜର ସବୁବେଳେ ଶିବଙ୍କ ଉକ୍ତ ଫଟୋ ଉପରେ ପଡ଼ିବ।
୩- ରୁଦ୍ରାବତାରର ଫଟୋ କେବେ ମଧ୍ୟ ଘରେ ଲଗାନ୍ତୁ ନାହିଁ।
୪- ଶିବଙ୍କ ସୌମ୍ୟ ରୂପର ଚିତ୍ର ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।
୫- ନନ୍ଦୀ ଉପରେ ଶିବ ବିରାଜମାନ କରିଥିବା ଫଟୋ ରଖିବା ଦ୍ବାରା ପିଲାମାନଙ୍କ ଧ୍ୟାନ ଓ ଏକାଗ୍ରତା ବଢ଼ିଥାଏ।
୬- ଯେଉଁ ସ୍ଥାନରେ ଶିବଙ୍କ ଫଟୋ ବା ମୂର୍ତ୍ତି ଅଛି, ସେ ସ୍ଥାନକୁ ସବୁବେଳେ ସଫାସୁତରା ରଖନ୍ତୁ।
୭- ଦଣ୍ଡାୟମାନ ମୁଦ୍ରାରେ ଥିବା ଶିବଙ୍କ ଫଟୋ କେବେ ମଧ୍ୟ ଘର କିମ୍ବା କାର୍ଯ୍ୟାଳୟରେ ଲଗାନ୍ତୁ ନାହିଁ।