ସ୍ନାନବେଦୀରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତ୍ତି।କିନ୍ତୁ କାଳିଆ କାନ୍ଦୁଛି.. ସେଥିପାଇଁତ,କାଳିଆକୁ କୁହାଯାଏ ଭାବର ଠାକୁର।କାଳିଆକୁ ସ୍ନାନବେଦୀରେ ପାଇ ଭକ୍ତ ଆଜି ଭାବବିହ୍ୱଳିତ।ସେଥିପାଇଁ ଆଜି କାଳିଆ ଭକ୍ତର ଭାବକୁ ବୁଝିପାରି କାନ୍ଦି ପକାଇଛି ।ବର୍ଷକ ପରେ ତା ଭକ୍ତ ମାନଙ୍କୁ ଦେଖୁଛି ବାହାରକୁ ଆସି... ଭାବର ରଙ୍କୁଣା ପରା ସେ, କେମିିତି ସହିବ ଦୁଃଖ । ସୋସିଆଲ ମିଡିଆରେ ମହାପ୍ରଭୁ କାନ୍ଦିବାର ଦୃଶ୍ୟ ଆଜି ସମସ୍ତଙ୍କୁ କନ୍ଦାଇ ଦେଇଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ରାଜ୍ୟରେ ମୌସୁମୀ ପ୍ରବାହ ବର୍ଷା ଜାରି ରହିଛି । ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି ।୫ଟି ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ରହିଥିବା ବେଳେ ୧୭ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସ୍ୱାଭାବିକ ଠାରୁ ପୁରୀରେ ସର୍ବାଧିକ ୭୧ ପ୍ରତିଶତ କମ ବର୍ଷା ହୋଇଛି।


ତେବେ ଆଜି ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଖିର ଲୁହ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଉଛି।ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି ।୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଅନ୍ୟ ୨୫ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଘଡଘଡି ସାଙ୍ଗକୁ ହାଲୁକା ବର୍ଷା । ତେବେ ୨୬ ତାରିଖରୁ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।


ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶିକା ମନୋରମ ମହାନ୍ତିଙ୍କ  ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ୨୩ ଆଉ ୨୪ ତାରିଖରେ ରାଜ୍ୟରେ କମିବ ବର୍ଷା। ପୁଣି ୨୫ ରୁ ବଢିବ ବର୍ଷା। ୨୬ ରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କଳାହାଣ୍ଡି , ରାୟଗଡ଼ା , ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛନ୍ତି।