ରକ୍ତରଞ୍ଜିତ ହେଲା ମାଣିକେଶ୍ୱରୀଙ୍କ ପୀଠ, ଜାଣନ୍ତି କି କାହିଁକି ପଡ଼େ ଏତେ ସଂଖ୍ୟାରେ ବଳି?
Animal Sacrifice during Dussehra: ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀଙ୍କ ଛତର ଯାତ୍ରାକୁ ବୁଝାଏ।
Kalahandi: କଳାହାଣ୍ଡି ଜିଲ୍ଲାର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣ ପରେ ସୃଷ୍ଟି ହୋଇଛି ମାଁ ମାଣିଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ଭବାନୀପାଟଣା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ସତ୍ତ୍ୱେ ହଜାର ହଜାର ଭକ୍ତଙ୍କ ସମାଗମରେ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନ୍ୟାନ୍ନ ରାଜ୍ୟ, ଜିଲ୍ଲାରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇ ଆସୁଥିବା ବେଳେ ଏହି ଯାତ୍ରାରେ କିନ୍ତୁ ଆଜି ମାଆଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁବଳୀ ଦିଆଯାଇଛି।
ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀଙ୍କ ଛତର ଯାତ୍ରାକୁ ବୁଝାଏ। କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିଙ୍କେଶ୍ୱରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମାଆ ମାଣିଙ୍କଶ୍ୱରୀଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ।
ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିର ଅଭିମୂଖେ ଆସିଥାନ୍ତି। ଢୋଲ, ନିଶାନ, ମହୂରୀ, ଘଣ୍ଟ, ଶଙ୍ଖ ଓ ମାଆଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ଜେନାଖାଲରୁ ମନ୍ଦିର ପର୍ଯନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମାଁ ମାଣିଙ୍କେଶ୍ୱରୀଙ୍କ ଏହି ଯାତ୍ରାକୁ ହିଁ ଛତର ଯାତ୍ରା କୁହାଯାଏ।
ଏହି ଯାତ୍ରାର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ଓ ଜିଲ୍ଲାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଛତରଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା ଛତରର ଦର୍ଶନ ମିଳିଥାଏ। ଯାହା ବର୍ଷରେ କେବଳ ଥରେ ଅନୁଷ୍ଠିତ ହୋଇଥାଏ। ଛତରଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରାରେ ମାଆଙ୍କ ନିକଟରେ ବଳି ଦେଇଛନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଉଡାଇଲେ। ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠି ଥିଲା ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା। ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ମା'ଙ୍କ ଏହି ପ୍ରସିଦ୍ଧ ଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହୋଇ ପାରି ନଥିଲେ ହେଲେ ଚଳିତ ବର୍ଷ କଟକଣା ମୁକ୍ତ ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।