ଭୁବନେଶ୍ଵର: କ୍ରୀଡ଼ା ସମ୍ମାନ ଗାଇଡଲାଇନ୍ ବିଜ୍ଞପ୍ତିକୁ ଆଜି ବିଧିବଦ୍ଧ ଭାବେ ପ୍ରତ୍ୟାହାର କରି ନେଇଛି କ୍ରୀଡ଼ା ବିଭାଗ। ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀଙ୍କ ଅଜାଣତରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁକୁ ଉଚ୍ଛେଦ କରି ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନର ଗାଇଡଲାଇନ୍ ଗତ ୧୯ ତାରିଖରେ ଜାରି ହୋଇଥିଲା। ତେବେ କ୍ରୀଡ଼ା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୨୦୨୩ ଜୁନ୍ ୫ତାରିଖରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଗାଇଡଲାଇନ୍ ବଳବତ୍ତର ରହିବ। କ୍ରୀଡ଼ା ବିଭାଗ ଜୁଲାଇ ୧୯ତାରିଖ ୨୦୨୪ରେ ଜାରି କରିଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଥିଲା। ୧୯ ତାରିଖର ବିଜ୍ଞପ୍ତିକୁ ଆଜି ପ୍ରତ୍ୟାହାର କରାଯିବା ସମ୍ପର୍କରେ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

ତେବେ କ୍ରୀଡ଼ା ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାଁକୁ ହଟାଇ ଦିଆଯାଇଥିବା ପ୍ରକାଶ ପାଇଥିଲା। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରି 'ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ' ବୋଲି ଘୋଷଣା କରିଥିଲା କ୍ରୀଡ଼ା ବିଭାଗ।