T-20 World Cup: ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ (Indian Cricket Team) ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। ଆହତ କାରଣରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଟି-୨୦ ବିଶ୍ୱକପ ୨୦୨୨ରୁ ବାଦ ପଡିଛନ୍ତି। ଏହାପୂର୍ବରୁ ଜାଡେଜା ମଧ୍ୟ ଏସିଆ କପ୍ ୨୦୨୨ରୁ ବାହାରେ ଥିଲେ। ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ, ମ୍ୟାଚ୍ ପରେ ଖବର ଆସିଥିଲା ​​ଯେ, ସେ ଆହତ ହୋଇଛନ୍ତି ଏବଂ ଏସିଆ କପ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ। ଜାଡେଜାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଗଣମାଧ୍ୟ ରିପୋର୍ଟ ଅନୁଯାୟୀ, ସେ ବର୍ତ୍ତମାନ ଟି -୨୦ ବିଶ୍ୱକପ ପରେ ହିଁ ପଡ଼ିଆକୁ ଫେରିବେ।


COMMERCIAL BREAK
SCROLL TO CONTINUE READING

ରବିନ୍ଦ୍ର ଜାଡେଜା ଫର୍ମରେ ଥିଲେ ଓ ତାଙ୍କ ଆଘାତ ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଝଟକା ସଦୃଶ୍ୟ। ଆହତ କାରଣରୁ ସେ ଏସିଆ କପରୁ ବାହାରି ଯାଇଥିଲେ ଆଉ ବର୍ତ୍ତମାନ ଟି -୨୦ ବିଶ୍ୱକପରୁ ମଧ୍ୟ ବାହାରି ଯାଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଆଣ୍ଠୁ ଅସ୍ତ୍ରୋପଚାର ପରେ ଜାଡେଜା ଖେଳ ପଡିଆକୁ ଫେରିବେ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଏବେଠାରୁ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏଭଳି ପରିସ୍ଥିତିରେ ଜାଡେଜାଙ୍କ ପରି ଖେଳାଳିଙ୍କ ଆଘାତ ଦଳ ପାଇଁ ବହୁତ କ୍ଷତିକାରକ ଅଟେ।


ଭାରତ ଗ୍ରୁପ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ସେହି ମ୍ୟାଚଟି ଅତ୍ୟନ୍ତ କଠିନ ମୁକାବିଲା ଥିଲା ଓ ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିଲା । ଏହି ମ୍ୟାଚ୍‌ରେ ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ଯାହା ଭାରତକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲା। ଜାଡେଜା ୨୯ ବଲରୁ ୩୫ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ସେ ୨ଟି ଚଉକା ଓ ୨ଟି ଛକା ମାରିଥିଲେ। ଯେଉଁଥିରେ ପାଣ୍ଡ୍ୟା ୧୭ଟି ବଲରେ ୩୩ ରନ୍ କରିଥିଲେ। ସେ ୪ ଚଉକା ଓ ଗୋଟିଏ ଛକା ମାରିଥିଲେ।


ସେପଟେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଡ୍ରାବିଡ (Rahul Dravid) ଜାଡେଜାଙ୍କ ବିଶ୍ବକପରେ ଖେଳିବାକୁ ନେଇ ଦୁବାଇରେ ଏକ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି, ବର୍ତ୍ତମାନ ଟି-୨୦ ବିଶ୍ବକପ୍ ବହୁତ ଦୂରରେ। ତେଣୁ ଏବେଠାରୁ ଜାଡେଜା ଖେଳିବେ କି ନାହିଁ ତାହା ଆକଳନ କରିବା ଠିକ ନୁହେଁ। ହୁଏତ ସେ ବିଶ୍ବକପ ବେଳକୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ଆଉ ଖେଳ ମଇଦାନକୁ ଓହ୍ଲାଇବେ। ତାଙ୍କ ଉପରେ ମେଡିକାଲ ଟିମର ହେପାଜତରେ ରହିଛନ୍ତି। 


ସେହିପରି ଆଉ ଖବର ଆସିଛି ଯେ, ଭାରତର ଯୁବ ଦ୍ରୁତ ବୋଲର ଆଭେଶ ଖାନ ଭାଇରାଲ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଏହି କାରଣରୁ ରବିବାର ଦିନ ଏସିଆ କପ୍ ସୁପର -୪ ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଯୋଗଦେବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଆଭେଶଙ୍କର ଜ୍ୱର ଯୋଗୁଁ ସେ ଗତ ୨ ଦିନ ଧରି ନିଜ ରୁମରୁ ବାହାରି ନାହାଁନ୍ତି ।


ଆବେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଖେଳିବା ଅବସ୍ଥାରେ ଦେଖାଯାଉ ନାହିଁ । ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି । ଯଦି ରବିବାର ଦିନ ମ୍ୟାଚ୍‌ରେ ଆଭେଶ ଭାରତୀୟ ଦଳର ଅଂଶ ନୁହଁନ୍ତି, ତେବେ ଏହା ଭାରତୀୟ ଦଳର ଅସୁବିଧାକୁ ବଢ଼ାଇବ । କହିରଖୁଛୁ ଯେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଆଭେଶ ଖାନ ଫଖର ଜମାନଙ୍କ ବଡ ୱିକେଟ୍ ମଧ୍ୟ ହାସଲ କରିଛନ୍ତି ।